Permanent SJTA Chief
ଶ୍ରୀମନ୍ଦିରରେ ସ୍ଥାୟୀ ମୁଖ୍ୟ ପ୍ରଶାସକଙ୍କୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ବୟାନ । ଖୁବଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ। ଏ ନେଇ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆସନ୍ତା ୩ ମାସରେ ସରକାରଙ୍କ ପ୍ରଥମ ୧୦୦ ଦିନର ଏଜେଣ୍ଡାରେ ଏକ ପ୍ରଧାନ ବିଷୟ ରହିବ ସ୍ଥାୟୀ ପ୍ରଶାସକ ନିଯୁକ୍ତି ବୋଲି ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।
ଆଇନ ମନ୍ତ୍ରୀ କହିଛନ୍ତି, ଯଦିଓ ଏବେ ଶ୍ରୀମନ୍ଦିର ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ, କିନ୍ତୁ ସ୍ଥାୟୀ ପ୍ରଶାସକ ନିଯୁକ୍ତିର ଆବଶ୍ୟକତା ଅଛି । ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ନେଇ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି । ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ନୀତିକାନ୍ତିଠୁ ଆରମ୍ଭ କରି ଦର୍ଶନ ପର୍ଯ୍ୟନ୍ତ ଅନେକ କଥାକୁ ଶୃଙ୍ଖଳିତ କରିବା ପାଇଁ ଯେଉଁ ସବୁ ଯୋଜନା ତିଆରି ହୋଇଛି, ସେ ସବୁକୁ ଅନୁଧ୍ୟାନ କରି ଜଣେ ବ୍ୟକ୍ତି ତା'କୁ ନିୟନ୍ତ୍ରଣ ଭିତରେ ରଖିବାର ଆବଶ୍ୟକତା ଅଛି ।
ତେଣୁ ଶ୍ରୀମନ୍ଦିରର ସ୍ଥାୟୀ ପ୍ରଶାସକ ନିଯୁକ୍ତି ନେଇ ସରକାରଙ୍କ ପକ୍ଷରୁ ଆଲୋଚନା ଆରମ୍ଭ ହୋଇଛି । ସେ ବାବଦରେ ଖୁବଶୀଘ୍ର ସରକାର ଏକ ସ୍ପଷ୍ଟ ନିଷ୍ପତ୍ତି ନେବେ । ନୂଆ ସରକାରଙ୍କ ପ୍ରଥମ ୧୦୦ ଦିନର କାର୍ଯ୍ୟସୂଚୀ ମଧ୍ୟରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ନିଶ୍ଚିତ ଏକ ପ୍ରଧାନ ବିଷୟ ରହିବ ଓ ସରକାର ଖୁବଶୀଘ୍ର ସେନେଇ ନିଷ୍ପତ୍ତି ନେବେ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719145440.jpg)