Advertisment

ବଜାରରୁ ଆଳୁ ଗାଏବ, ୫୦ ଟଙ୍କା ଉପରେ ବିକ୍ରି ହେଉଛି ଆଳୁ

ରାଜଧାନୀର ବିଭିନ୍ନ ସ୍ଥାନରେ ଆଉ ମିଳୁନି ଆଳୁ । ଅଧିକାଂଶ ସ୍ଥାନରେ ୫୦ ଟଙ୍କା ଉପରେ ବିକ୍ରି ହେଉଛି ଆଳୁ । ପଶ୍ଚିମବଙ୍ଗରୁ ଆଳୁ ଓଡ଼ିଶା ଆସିବା ସମ୍ପୂର୍ଣ୍ଣ ଠପ୍ ରହିଛି....

ଅଦ୍ୟତନ ହୋଇଛି
Patato

Patato

Advertisment

ମାର୍କେଟରୁ ଆଳୁ ଗାଏବ। ଆଉ ମିଳୁନି ବଜାରରେ ଆଳୁ। ଆଳୁ ବିକ୍ରି କରୁଥିବା ଅଧିକାଂଶ ଦୋକାନୀ ସେମାନଙ୍କ ଦୋକାନ ବନ୍ଦ କରିଦେଇଥିବାବେଳେ ବଜାରରେ ଆଉ ଆଳୁ ମିଳୁନାହିଁ। ଯୋଗାଣ ମନ୍ତ୍ରୀ ଆଳୁ ଷ୍ଟକ୍ ଯାଞ୍ଚ କରି କିଲୋପିଛା ୩୨ ଟଙ୍କାରେ ଆଳୁ ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ତାଗିଦ୍ କରିବା ପରେ, ହଠାତ୍ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

Advertisment

ସୂଚନା ଅନୁସାରେ ଯେଉଁ କିଛି ସ୍ଥାନରେ ବ୍ୟବସାୟୀ ଆଳୁ ରଖିଛନ୍ତି, ସେମାନେ ଚଢ଼ା ଦରରେ କିଣି ୩୨ଟଙ୍କାରେ କେମିତି ବିକ୍ରି କରିବେ ବୋଲି ଭାବି ଦୋକାନ ବନ୍ଦ କରି ଦେଇଛନ୍ତି। ଫଳରେ ଆଳୁ ବଜାରରୁ ଉଭାନ୍ ହୋଇ ଗଲାଣି। ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହୋଇଯାଇଥିବାରୁ ବଜାରରେ ଆଳୁ ୫୦ ଟଙ୍କା ଉପରେ ବିକ୍ରି ହେଉଛି। ତେବେ ଏନେଇ ଯୋଗାଣ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।

ଆବଶ୍ୟକ ମାତ୍ରାରେ ଆଳୁ ନ ଆସିବା ଯୋଗୁଁ ଓଡିଶା ବଜାରରେ ଏହାର ପ୍ରଭାବ ବହୁଳ ଭାବରେ ଦେଖିବାକୁ ମିଳିଛି । ସାରା ରାଜ୍ୟରେ ଆଳୁର ଦର କିଲୋ ପିଛା ୪୦ରୁ ୫୦ ଟଙ୍କାକୁ ବଢି ଯାଇଛି । ଯଦିଓ ସରକାର କହୁଛନ୍ତି ୭ ଦିନ ପାଇଁ ଆଳୁ ଗଚ୍ଛିତ ଅଛି, ହେଲେ ସବୁଠି ସ୍ଥିତି ସଂଗୀନ । କାହିଁକି ନା ଯେଉଁଠି ଦିନକୁ ୬ ରୁ ୭ ଆଳୁ ବୋଝେଇ ଗାଡି ଲାଗୁଥିଲା ଆଜି ସେଠି ଜମା ଗାଡି ନାହିଁ । ତେଣୁ ବ୍ୟବସାୟୀ ବି କହୁଛନ୍ତି ସେମାନେ ୪୦ରେ କିଣୁଛନ୍ତି. ଯେଉଁଥି ପାଇଁ ୪୫ ରୁ ଅଧିକ ଦାମରେ ବିକିବାକୁ ସେମାନେ ବାଧ୍ୟ ହେଉଛନ୍ତି ।

Advertisment

ଅନ୍ୟପଟେ ଆଳୁ ମୂଲ୍ୟ ବୃଦ୍ଧି ପରେ ଆକସନ ମୋଡରେ ଆସିଥିବା ରାଜ୍ୟ ସରକାର ଗୋଦାମରେ ଚଢଉ କରିବା ସହ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । ତାସହ ୟୁପିରୁ ଆଳୁ ଆଣିବାକୁ ଯୋଜନା ଥିବା କହିଛନ୍ତି ମନ୍ତ୍ରୀ । ସେ ଗତକାଲି ଭୁବନେଶ୍ୱର ଆଇଗଣିଆ ସ୍ଥିତ ଆଳୁ ଗୋଦାମ ଗୁଡିକୁ ବୁଲି ଦେଖିଥିଲେ । ମାର୍କେଟ ସ୍ଥିତି ଅନୁଧ୍ୟାନ କରି ମନ୍ତ୍ରୀ କହିଥିଲେ ଗୋଦାମରେ ଆଳୁ କେଜି ୨୭ ଟଙ୍କା ଅଛି ।ଖୁଚୁରା ବ୍ୟବସାୟୀ ସର୍ବାଧିକ ୩୨ ଟଙ୍କାରେ ବିକ୍ରି କରିବେ । ଏହାଠାରୁ ଅଧିକ ଦରରେ ବିକ୍ରି କଲେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନିଆଯିବ । ପଶ୍ଚିମବଙ୍ଗ ସରକାର ଗାଡି ଫେରାଇବା ନିଷ୍ପତ୍ତିକୁ ଦୁର୍ଭାଗ୍ୟ ଜନକ କହିବା ସହ ଏନେଇ ମମତା ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ମନ୍ତ୍ରୀ ।

ସେପଟେ ଆଳୁ ଅଭାବକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଳୁ ଯୋଗାଣ ସ୍ୱାଭାବିକ କରିବାକୁ ମମତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

Advertisment

Odisha Potatoes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ