Advertisment

ଅଭାବନୀୟ ଘଟଣା: ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇ ଦେଲେ ପିଅନ!

ଗତ ୨୨ ତାରିଖରେ ଯନ୍ତ୍ରୀ ସଚିନ ଗୌଡ଼ ଆର.ଉଦୟଗିରିରେ ଯନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ l ୨୩ ତାରିଖ ରାତିରେ ଖାଇବା ପରେ ସେ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପିଅନ ଶିବ ନାରାୟଣ ନାୟକଙ୍କୁ ପିଇବା ପାଇଁ ପାଣି ମାଗିଥିଲେ l ହେଲେ ପିଅନ ଜଣଙ୍କ ପାଣି ବଦଳରେ ଷ୍ଟିଲ ବୋତଲରେ ପରିସ୍ରା ଦେଇଥିଲେ l

Peon Allegedly Serves Urine Instead of Water

Peon Allegedly Serves Urine Instead of Water

Advertisment

ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇ ଦେଲେ ପିଅନ l ଏଭଳି ଘଟଣା ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଆର୍.ଉଦୟଗିରି ସ୍ଥିତ ଆର.ଡବ୍ଲୁ.ଏସଏସ ବିଭାଗରୁ l ଗତ ୨୨ ତାରିଖରେ ଯନ୍ତ୍ରୀ ସଚିନ ଗୌଡ଼ ଆର.ଉଦୟଗିରିରେ ଯନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ l ୨୩ ତାରିଖ ରାତିରେ ଖାଇବା ପରେ ସେ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପିଅନ ଶିବ ନାରାୟଣ ନାୟକଙ୍କୁ ପିଇବା ପାଇଁ ପାଣି ମାଗିଥିଲେ l ହେଲେ ପିଅନ ଜଣଙ୍କ ପାଣି ବଦଳରେ ଷ୍ଟିଲ ବୋତଲରେ ପରିସ୍ରା ଦେଇଥିଲେ l

Advertisment

ଯନ୍ତ୍ରୀଙ୍କ ସମେତ ସେହି ବୋତଲ ପାଣିକୁ ଦୁଇ ଜଣ କର୍ମଚାରୀ ପିଇବା ପରେ ତାହା ପରିସ୍ରା ବୋଲି ସନ୍ଦେହ କରିଥିଲେ l ସନ୍ଦେହ ଦୂର କରିବା ପାଇଁ ସେହି ବୋତଲ ପାଣିକୁ ପରୀକ୍ଷାଗାରକୁ ପଠାଇଥିଲେ । ପରୀକ୍ଷା ପରେ ପାଣିରେ ୨.୦ ପରିମାଣର ଆମୋନିଆ ଥିବାରୁ ସେଥିରେ ପରିସ୍ରା ମିଶିଥିବା ସଂଦେହ ହୋଇଛି । ଅଧିକ ପରୀକ୍ଷା ପାଇଁ ପାରଳାଖେମୁଣ୍ଡି ଲ୍ୟାବକୁ ପଠା ଯାଇଛି l ଯନ୍ତ୍ରୀ ଜଣଙ୍କ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି l ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏଥିସହ ଓଡିଶା ପାନୀୟ ଜଳ ନିର୍ଦ୍ଦେଶକଙ୍କ ସମେତ ଜାତୀୟ ମାନବାଧିକର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି l

Engineers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ