Pension Scam Exposed: ସରକାରୀ ବାବୁ ସାଜିଥିଲେ ଭତ୍ତା ଜାଲିଆତିର ମାଷ୍ଟର! ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ

ସରକାରୀ ବାବୁ ମଧୁବାବୁ ପେନସନ୍ ସ୍କିମ୍ ଓ ଜାତୀୟ ସାମାଜିକ ସହାୟତା ଯୋଜନାରେ ଅଯୋଗ୍ୟ ହିତାଧିକାରୀ ନାଁ ସାମିଲ କରୁଥିଲେ । ଯାଜପୁର ଜିଲ୍ଲାରେ ସର୍ବାଧିକ ୮୯୪ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ଜିଲ୍ଲାର ସରକାରୀ ବାବୁମାନେ ଅଯୋଗ୍ୟଙ୍କୁ ଯୋଗ୍ୟ କରିବାରେ ମୁଖ୍ୟ ଭୂମିକା ନେଉଥିଲେ ।

ସରକାରୀ ଯୋଜନାକୁ ମୋଡ଼ି ମକଚି ପକାଇଥିଲେ ଖୋଦ୍ ସରକାରୀ ବାବୁ । ଯାଜପୁର ଜିଲ୍ଲାରେ ଭତ୍ତା ପାଇଁ ହୋଇଛି ସର୍ବାଧିକ ଦୁର୍ନୀତିି । ଆଉ ଏଥିରେ ମୁଖ୍ୟ କାର୍ପଟଦାର ସାଜିଥିଲେ ସରକାରୀ ବାବୁ । ବିଧାନସଭାରୁ ଏ ତଥ୍ୟ ଆସିବା ପରେ ରାଜନୀତି ଘନେଇଛି । ପ୍ରଶ୍ନ ଉଠିଛି କାହା ନିର୍ଦ୍ଦେଶରେ ସରକାରୀ ବାବୁମାନେ ଏଭଳି ଭୁଲ୍ କରୁଥିଲେ । ସରକାରୀ ବାବୁ ନିଜର କ୍ଷମତାର ଅପବ୍ୟବହାର କରିବା ସହ ଭତ୍ତା ପାଇବାକୁ ଥିବା ହିତାଧିକାରୀ ତାଲିକାରେ କରିଛନ୍ତି ବ୍ୟାପକ ଜାଲିଆତି ।

ସରକାରୀ ବାବୁ ମଧୁବାବୁ ପେନସନ୍ ସ୍କିମ୍ ଓ ଜାତୀୟ ସାମାଜିକ ସହାୟତା ଯୋଜନାରେ ଅଯୋଗ୍ୟ ହିତାଧିକାରୀ ନାଁ ସାମିଲ କରୁଥିଲେ । ଯାଜପୁର ଜିଲ୍ଲାରେ ସର୍ବାଧିକ ୮୯୪ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ଜିଲ୍ଲାର ସରକାରୀ ବାବୁମାନେ ଅଯୋଗ୍ୟଙ୍କୁ ଯୋଗ୍ୟ କରିବାରେ ମୁଖ୍ୟ ଭୂମିକା ନେଉଥିଲେ । ଯେଉଁଥିପାଇଁ ଜାଲିଆତି କରିଥିବା ହିତାଧିକାରୀ ବର୍ଷ ବର୍ଷ ଧରି ଭତ୍ତା ହାତେଇ ଆସୁଥିଲେ ।

ବିଧାନସଭାରୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରି ଥିବା ପ୍ରଶ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ କରିବାରେ ସରକାରୀ ଅଧିକାରୀ ସହାୟତା କରୁଥିଲେ । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଅଧିକ ପଢ଼ନ୍ତୁ : ଜ୍ଞାନେଶ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର, ରାମ ମନ୍ଦିର ସହ ରହିଛି ଏମିତି ସମ୍ପର୍କ

ସେହିପରି ବିଜେଡି ସରକାର ସମୟରେ କ୍ଷମତା କେନ୍ଦ୍ର ଥିବା ଯାଜପୁରରେ ସର୍ବାଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ଯାହାକୁ ନୂଆ ସରକାର ଚିହ୍ନଟ କରି ଆକ୍ସନ ନେଉଛନ୍ତି । ଯାଜପୁରରେ ୮୯୪ ଅଯୋଗ୍ୟ ହିତାଧିକାରୀ ଧରା ପଡ଼ିଥିବା ବେଳେ ପରେ କେନ୍ଦ୍ରାପଡାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୬୫ରେ ପହଞ୍ଚିଛି ।

ପ୍ରଶ୍ନ ଉଠୁଛି, ସାରା ରାଜ୍ୟରେ ଯୋଗ୍ୟ ହିତାଧିକାରୀ ଭତ୍ତା ପାଉଥିବା ବେଳେ ଯାଜପୁରରେ କିପରି ଏତେ ସଂଖ୍ୟକ ଅଯୋଗ୍ୟଙ୍କୁ ସରକାରୀ ବାବୁମାନେ ତାଲିକାରେ ସାମିଲ୍ କରିଥିଲେ । ନିୟମ ଅନୁଯାୟୀ ଯାଞ୍ଚ ବେଳେ ଅଯୋଗ୍ୟଙ୍କ ନାଁ ବାଦ୍ ପଡିଯାଏ । କିନ୍ତୁ କେମିତି ଏବଂ କାହିଁକି ବିଜେଡି ସରକାର ସମୟରେ ମାଳ ମାଳ ଅଯୋଗ୍ୟ ଭତ୍ତା ପାଇଲେ? କାହା ନିର୍ଦ୍ଦେଶରେ ସରକାରୀ ବାବୁ ବି ଅଯୋଗ୍ୟଙ୍କୁ ସହଯୋଗ କଲେ ? ସେତେବେଳର ସଂଗଠନ ସଂପାଦକ ବବି ଦାସଙ୍କ ନିର୍ଦ୍ଦେଶ ରହିଥିଲା କି ? ଯାହାକୁ ନେଇ କଂଗ୍ରେସ ଉଠାଇଛି ପ୍ରଶ୍ନ । ଦଳ କହିଛି ସେତେବେଳେ ଯାଜପୁରରେ କିପରି ଏତେ ବଡ ଦୁର୍ନୀତି ହେଲା? କେଉଁ ନେତା ସେତେବେଳେ ଏଥିରେ ସମ୍ପୃକ୍ତ ଥିଲେ ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକତା ଅଛି ।

ବିଜେଡି କହିଛି ଯଦି ଦୁର୍ନୀତି ହୋଇଛି ତେବେ ସରକାର ତଦନ୍ତ କରନ୍ତୁ । ୨୪ ବର୍ଷର ବିଜେଡି ସରକାରରେ ଭତ୍ତା ଆବଣ୍ଟନକୁ ନେଇ ଅନେକ ଅଭିଯୋଗ ଆସିଛି । ଏବେ କିନ୍ତୁ ଦୁର୍ନୀତିର ଗୁମର ଧୀରେ ଧୀରେ ଖୋଲୁଛି । ଦେଖିବାକୁ ବାକିରହିଲା ମୋହନ ସରକାର ଅଯୋଗ୍ୟଙ୍କୁ ସହଯୋଗ କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ କି ଆକ୍ସନ ନେଉଛନ୍ତି ।

ଅଧିକ ପଢ଼ନ୍ତୁ : ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର; କାମରେ ଲାଗିବ ବାସିଫୁଲ-ତୁଳସୀ-ପରିବା ଚୋପା-ପେଜ...