Advertisment

ଆଳୁଦମ୍‌ରେ ନାହିଁ ଆଳୁ, ଗୁପ୍‌ଚୁପ୍‌ ବାଲା ବି ଡରିଲେଣି !

ଆସନ୍ତା ଦିନେ ଦୁଇଦିନ ଭିତରେ ଆଳୁ ଗାଡ଼ି ଓଡ଼ିଶା ଆସିବ ବୋଲି କହିବା ସହ ୭ ଦିନ ପାଇଁ ଓଡ଼ିଶାରେ ଆଳୁ ମହଜୁଦ ଅଛି। କେଜି ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଅଦ୍ୟତନ ହୋଇଛି
Supply Minister Krushan Patra

Supply Minister Krushan Patra

Advertisment

ଆସନ୍ତା ଦିନେ ଦୁଇ ଦିନ ଭିତରେ ଆଳୁକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ହୋଇଯିବ। ଆଳୁ ଦର ସମୀକ୍ଷା ପରେ ଗତକାଲି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କହିଛନ୍ତି, ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ ସରକାର ଆଲୋଚନା କରିଛନ୍ତି । ୨୧ରୁ ୨୪ ତାରିଖ ଯାଏଁ ଆନ୍ଦୋଳନ ଥିଲା, ଏବେ ପ୍ରତିବାଦ ବନ୍ଦ ହୋଇଛି।

Advertisment

ଆସନ୍ତା ଦିନେ ଦୁଇଦିନ ଭିତରେ ଆଳୁ ଗାଡ଼ି ଓଡ଼ିଶା ଆସିବ ବୋଲି କହିବା ସହ ୭ ଦିନ ପାଇଁ ଓଡ଼ିଶାରେ ଆଳୁ ମହଜୁଦ ଅଛି। କେଜି ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ସେପଟେ ଆଳୁ ଟେନସନକୁ ନେଇ ପଲିଟିକ୍ସ ଜୋର୍ ଧରିଛି । ଆଳୁ ଅଭାବ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବାକୁ ଯାଇ ବିଜେପି କହିଛି ପୂର୍ବ ସରକାର ୨୪ ବର୍ଷରେ ଶୀତଳ ଭଣ୍ଡାର କଲେ ନାହିଁ। ଫେଲ୍ ମାରିଲା ଆଳୁ ମିଶନ ଏବଂ ପିଆଜ ମିଶନ୍। ଚିଠି ଲେଖି ଦେଇ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ନବୀନ ବାବୁଙ୍କ ପୁରୁଣା ଅଭ୍ୟାସ। ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ ଶୋଭା ପାଉନି ବୋଲି କହିଛି ବିଜେପି ।

Advertisment

ସେହିପରି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଧ୍ୟ କହିଛନ୍ତି, କେବଳ ଚିଠି ଲେଖିଲେ ସମସ୍ୟାର ସମାଧାନ ହୁଏ ନାହିଁ। ଚିଠି ଲେଖି ଶସ୍ତା ରାଜନୀତି କରନ୍ତୁ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଅନ୍ୟପଟେ ବଜାରରେ ତ ଆଳୁ ଦର ବଢ଼ିଲା, ଆଉ ଏହାର ସିଧା ପ୍ରଭାବ ପଡ଼ିଲା ଖାଇବା ଥାଳି ଉପରେ। ଆଳୁ ହେଉଛି ଏପରି ଖାଦ୍ୟ ଯାହା ବିନା ବୋଧେ ଖାଇବା ସମ୍ପୂର୍ଣ୍ଣ ହୋଇନଥାଏ। ଆମିଷ ହେଉ କି ନିରାମିଷ, ସବୁଥିରେ ସବୁବେଳେ ଆଳୁକୁ ଖୋଜାପଡ଼େ। ହେଲେ ଏବେ ବଜାରରେ ଦର ବଢ଼ିବା ପରେ ଛୋଟ ବ୍ୟବସାୟୀ ଓ ସାଧାରଣ ଖାଦ୍ୟ ପ୍ରେମୀ ଅଧିକ ପ୍ରଭାବିତ ହୋଇଛନ୍ତି।

Advertisment

ସବୁଠୁ ଅଧିକ ବ୍ୟବହାର ହେଉଥିବା ଆଳୁଦମ ଦହିବରା, ଚାଟ୍, ଗୁପଚୁପ୍, ଦୋସାରେ ଏବେ ଆଳୁ ଗାଏବ ହୋଇଛି। ଦର ବଢ଼ିବା ପରେ କମି ଯାଇଛି ଆଳୁର ବ୍ୟବହାର। ଏପରିକି ଗ୍ରାହକ ଅଧିକ ତରକାରୀ କିମ୍ବା ଆଳୁ ମାଗିଲେ ଆଗ ଭଳି ପ୍ଲେଟରେ ଆଳୁ ଦେବାକୁ ସାହାସ କରୁନାହାନ୍ତି ଦୋକାନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ