Advertisment

ରାଜ୍ୟରେ ଆକାଶ ଛୁଆଁ ଆଳୁ ଦର; ଦରବୃଦ୍ଧି ଦେଖି ଚିନ୍ତାରେ ଖାଉଟି...

ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ଯୋଗୁ ଏବେ ଓଡ଼ିଶା ବଜାରରେ ଆଳୁ ଅମୂଲମୂଲ । ୪ ଦିନ ହେଲା ଓଡ଼ିଶା ବଜାରକୁ ଆସୁନି ଆଳୁ ।

ଅଦ୍ୟତନ ହୋଇଛି
Potato Supply Stops To Odisha From West Bengal, Price Increase

patato

Advertisment

ଗରାଖ ମୁହଁରେ ଯେଉଁ କଥା...ବେପାରୀ ମୁହଁରେ ବି ସେହି କଥା । ଦରବୃଦ୍ଧିର ନିଆଁରେ ଜଳୁଥିବା ପରିବା ହାଟରେ ଆଳୁ ଦାମକୁ ନେଇ ବଢ଼ିଛି ଚର୍ଚ୍ଚା । ରାଜ୍ୟରେ ଆକାଶ ଛୁଆଁ ଆଳୁ ଦର । ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ଯୋଗୁ ଏବେ ଓଡ଼ିଶା ବଜାରରେ ଆଳୁ ଅମୂଲମୂଲ । ୪ ଦିନ ହେଲା ଓଡ଼ିଶା ବଜାରକୁ ଆସୁନି ଆଳୁ । ହୋଲସେଲ ମାର୍କେଟ ଖାଁ ଖାଁ।

Advertisment

ଭୁବନେଶ୍ବରରେ ଆଳୁ କିଲୋ ପିଛା ୧୦ ଟଙ୍କା ମହଙ୍ଗା ହୋଇଛି । ଖୁଚୁରା ବଜାରରେ ଦର ୫୦ ଟଙ୍କା ଛୁଇଁଲାଣି । ଆଳୁ ଦରବୃଦ୍ଧି ଦେଖି ଚିନ୍ତାରେ ଖାଉଟି । ଖୁଚୁରା ବ୍ୟବସାୟୀଙ୍କ କହିବା କଥା, ପାଇକାରୀ ବଜାରରେ ଆଳୁ ନଥିବାରୁ ଦର ବଢ଼ିଯାଇଛି। ହୋଲସେଲରୁ କିଲୋ ୩୫ ଟଙ୍କାରେ କିଣିବାକୁ ପଡ଼ୁଛି। ତେଣୁ ଦର ବଢ଼ିଛି । 

ଏପଟେ ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ରାଜ୍ୟରେ ଆଳୁ ଉତ୍ପାଦନ ହେଉନି, ତାସହ ପର୍ଯ୍ୟାପ୍ତ ଶୀତଳଭଣ୍ଡାର ନାହିଁ। ତେଣୁ ପଶ୍ଚିମବଙ୍ଗରୁ ଦିନେ ଦୁଇ ଦିନ ଯୋଗାଣ ବନ୍ଦ ହେଲେ, ରାଜ୍ୟରେ ଦେଖାଯାଉଛି ଆଳୁ ସଙ୍କଟ। ରାଜ୍ୟ ବ୍ୟବସାୟୀ ମହାସଂଘ କହିଛି, ପଶ୍ଚିମବଙ୍ଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରନ୍ତୁ ରାଜ୍ୟ ସରକାର।

Advertisment

ବିଲାତି ପରିସ୍ଥିତି ବି ସମାନ । ବିଲାତି ପାଇଁ ଆମକୁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼େ। ଏବେ ଓଡ଼ିଶାକୁ ମାଲ୍ କମ୍ ଆସୁଥିବାରୁ ଏଭଳି ଦାମ୍ ବଢୁଛି। ଛତ୍ରବଜାରକୁ ଦୈନିକ ପ୍ରାୟ ୪୦ ଟନ୍ ବିଲାତି ଆସେ। ଏବେ କିନ୍ତୁ ପ୍ରାୟ ୨୦ ଟନରେ ସୀମିତ ରହୁଛି। ଫଳରେ ଦର ବଢ଼ୁଥିବାରୁ କେବଳ ଯେ ଖାଉଟୀ, ତା’ନୁହେଁ, ବ୍ୟବସାୟୀ ବି ପ୍ରଭାବିତ। 

କେବଳ ଟମାଟୋ ଓ ଆଳୁ ନୁହଁ। ବାଇଗଣରୁ ବିନ୍ସ, ଭେଣ୍ଡିରୁ ଅମୃତଭଣ୍ଡା କିମ୍ବା କଲରାରୁ କୁନ୍ଦୁରି ଯାଏଁ, ଆକାଶଛୁଆଁ ଦାମ୍। ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ପରିବା ଦର କିଭଳି ନିୟନ୍ତ୍ରଣକୁ ଆସିବ, ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାସ୍ତରରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଏବେ ଶ୍ରାବଣ ମାସ। ଅଧିକାଂଶଙ୍କ ପସନ୍ଦ ନିରାମିଷ। ଏପରିକି ବର୍ଷା, ବନ୍ୟାର ସ୍ଥିତି ବି ଉପୁଜିଲାଣି। ଏଭଳି ସ୍ଥିତିରେ ଏବଠୁ ଦର ନିୟନ୍ତ୍ରଣ ନକଲେ ଅଣାୟତ୍ତ ହୋଇଯିବନି ତ ଟମାଟୋ ସହ ଅନ୍ୟ ପରିବା ଦର ?

Vegetable Vegetable Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ