Advertisment

BDO In Tears: ବୃଦ୍ଧାଶ୍ରମରେ ଭୋ ଭୋ ହୋଇ କାନ୍ଦିଲେ ବିଡ଼ିଓ, ଦୁଃଖ ଶୁଣିଲେ

ଇଚ୍ଛାଥିଲା ସରକାରୀ ଚାକିରିଟିଏ କରିବେ ଲୋକଙ୍କ ଦୁଃଖ ବୁଝିବେ। ଆଉ ଆଜି ସେହି ଦୁଃଖ ଶୁଣୁ ଶୁଣି ଛଳଛଳ ହେଇଯାଇଛି ସରକାରୀ ବାବୁଙ୍କ ଆଖି। ବୃଦ୍ଧାଶ୍ରମରେ ବୃଦ୍ଧା ବାପା ମାଆଙ୍କ କଷ୍ଟ ଶୁଣି କୋହରେ ଫାଟି ପଡ଼ିଛି ତାଙ୍କ ଛାତି। ତାଙ୍କୁ କୁଣ୍ଢାଇ ବାହୁନୁଛନ୍ତି BDO ବାବୁ ।

bdo

bdo

Advertisment

ଇଚ୍ଛାଥିଲା ସରକାରୀ ଚାକିରିଟିଏ କରିବେ ଲୋକଙ୍କ ଦୁଃଖ ବୁଝିବେ। ଆଉ ଆଜି ସେହି ଦୁଃଖ ଶୁଣୁ ଶୁଣି ଛଳଛଳ ହେଇଯାଇଛି ସରକାରୀ ବାବୁଙ୍କ ଆଖି। ବୃଦ୍ଧାଶ୍ରମରେ ବୃଦ୍ଧା ବାପା ମାଆଙ୍କ କଷ୍ଟ ଶୁଣି କୋହରେ ଫାଟି ପଡ଼ିଛି ତାଙ୍କ ଛାତି। ତାଙ୍କୁ କୁଣ୍ଢାଇ ବାହୁନୁଛନ୍ତି ବାବୁ ଜଣକ। ବୃଦ୍ଧ ଓ ବୃଦ୍ଧା ମାନେ ମଧ୍ୟ ତାଙ୍କୁ ଜାବୁଡ଼ି ଧରି ନିଜ ଦୁଃଖ ଜଣାଉଛନ୍ତି। ଆଉ ନିଜ ପଣତକାନିରେ ବିଡିଓ ବାବୁଙ୍କ ଲୁହ ପୋଛିଦେଇଥିଲେ। ଦର୍ଶକବନ୍ଧୁ ଏ ବାବୁଙ୍କ ନାଁ ହେଉଛି ବିଜୟ କୁମାର ସେଠୀ, ସେ ବୋଲଗଡ଼ରେ ତହସିଲଦାର ତଥା ବିଡ଼ିଓ ଭାବେ କାର୍ଯ୍ୟ କରୁଛନ୍ତି। 79 ତମ ସ୍ୱାଧୀନତା ଦିବସ ପାଳିବା ପାଇଁ ବୃଦ୍ଧାଶ୍ରମ ଯାଇଥିବା ବେଳେ ଦେଖିବାକୁ ମିଳିଥିଲା କିଛି ଏମିତି ଦୃଶ୍ୟ।

Advertisment

ଆରିକମା କୋଶଳାଶୁଣି ନିକଟରେ ଥିବା ବୃଦ୍ଧାଶ୍ରମରେ ପହଞ୍ଚି ବିଜୟ ବାବୁ ଅନ୍ତେବାସୀଙ୍କ ସହ ମିଶିଥିଲେ। ଏହି ସମୟରେ ଜଣଙ୍କ ପରେ ଜଣେ ନିଜ ପରିବାର ସମ୍ପର୍କରେ କହି ଭୋ ଭୋ ହୋଇ କାନ୍ଦିଥିଲେ। ସଭିଙ୍କ ପରିବାର ଥାଇ ମଧ୍ୟ ସେମାନେ ଅଲୋଡା ହୋଇ ପଡିଛନ୍ତି। କାହାର ପୁଅ ଚାକିରି କରିଛି ତ କିଏ ବଡ଼ ବ୍ୟବସାୟୀ, ପୁଣି କିଏ ଜମି ବାଡ଼ି ନେଇ ଗଲା ପରେ ବୁଢ଼ା ବାପା ମାଆଙ୍କୁ ଘରୁ ତଡି ଦେଇଛି। କିଏ ପିଲାଙ୍କ ପାଇଁ ନିଜର ସର୍ବସ୍ୱ ହାରିଛନ୍ତି। ଜମି ବାଡ଼ି ବିକି ପାଠ ବି ପଢ଼ାଇଛନ୍ତି। ହେଲେ ଶେଷରେ ସେଇ ପୁଅ ତାଙ୍କୁ ଅସହାୟ କରି ଛାଡ଼ିଦେଇଛି।

ସେମାନଙ୍କ କାହାଣୀ ଏତେ ହୃଦୟ ବିଦରକ ଥିଲା ଯେ କୋହ ସମ୍ବରଣ କରି ନପାରି ନଥିଲେ ବିଡ଼ିଓ ବାବୁ। ତାଙ୍କ ଆଖିରୁ ଧାର ଧାର ଲୁହ ଗଡି ଚାଲିଥିଲା। ସେ ତାଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଜିଲ୍ଲାପାଳଙ୍କ ନିକଟେ ସେମାନଙ୍କ ଅଭିଯୋଗ ପହଞ୍ଚାଇବେ। ଆଉ ପ୍ରତ୍ୟେକ ଅନ୍ତେବାସୀଙ୍କ ପରିବାରକୁ ଏନେଇ ଅବଗତ କରାଯିବ। ନଚେତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଡ଼ିଓ। ଏହାସହ ସେ ବୃଦ୍ଧାଶ୍ରମ ବୁଲି ଦେଖିଥିଲେ। ଆଉ ଉପଯୁକ୍ତ ସେବା ଯୋଗାଇ ଦିଆଯାଉଛି କି ନାହିଁ ପଚାରି ବୁଝିଥିଲେ। ତେବେ ସେମାନଙ୍କ ଦୁଃଖ ବୁଝିଥିବାରୁ ବଡ଼ିଓକୁ ଆଶୀର୍ବାଦ ଢାଳି ପକାଇଥିଲେ ବୃଦ୍ଧାଶ୍ରମର ଅନ୍ତେବାସୀ ।

Advertisment

Odisha BDO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ