ଶ୍ରୀନଗରରେ ଅପରାଜିତା
ମ୍ୟାଡମ୍ ମୋ ସ୍ୱାମୀଙ୍କୁ ସେମାନେ ମାରିଦେଲେ... ତାଙ୍କ ମୁଣ୍ତକୁ ଗୁଳି କରି ମାରି ଦେଲେ... ସେ ଠିଆ ହୋଇଥିଲେ, ତାଙ୍କୁ ଗୁଳି କରି ମାରିଦେଲେ... ମୋର ୮ ବର୍ଷର ଛୋଟ ପୁଅଟିଏ... ମୋ ପିଲା ଏବେ କଣ କରିବ? ମୁଁ କିଛି ଜାଣି ପାରୁନି ମାଡାମ ! କାନ୍ଦି କାନ୍ଦି ସେହି ସମୟର କରୁଣ କାହାଣୀକୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବଖାଣିଛନ୍ତି ମୃତ ଓଡ଼ିଆ ପ୍ରଶାନ୍ତ ଶତପଥିଙ୍କ ପତ୍ନୀ। ସୂଚନାଯୋଗ୍ୟଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଗତକାଲି ପହଲଗାମର ବୈସରନ ଭ୍ୟାଲିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜମ୍ମୁ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ। ଜଣେ ନେପାଳର ଓ ଆଉ ଜଣେ ସାଉଦି ଆରବ ନାଗରିକ। ଅନ୍ୟମାନଙ୍କ ଭିତରେ ଓଡ଼ିଶାରୁ ଜଣେ ଏବଂ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକରୁ ପର୍ଯ୍ୟଟକ ଅଛନ୍ତି। ଜଣେ ନୌସେନା ଓ ଜଣେ ଗୁଇନ୍ଦା ବ୍ୟୁରୋ ଅଧିକାରୀ ବି ପ୍ରାଣ ହରାଇଛନ୍ତି। ଆକ୍ରମଣରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ:ପହଲଗାମରେ ହମଲା; ଏହି ଆତଙ୍କୀ ସଂଗଠନ କଲା ନିଜକୁ ଦାୟୀ
ଅନ୍ୟପଟେ ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ମରଶରୀର ଆଜି ଜାମ୍ମୁ-କାଶ୍ମୀରରୁ ଓଡ଼ିଶା ଆସିବ। ପ୍ରଶାସନ ପକ୍ଷରୁ ତାଙ୍କ ମୃତଦେହ ଆଣିବାକୁ ବ୍ୟବସ୍ଥା କରାଯାଇଛି। ଆଜି ଅପରାହ୍ଣ ୨ଟା ୩୫ରେ ତାଙ୍କ ମୃତଦେହ ଶ୍ରୀନଗରରୁ ଦିଲ୍ଲୀ ଆସିବ। ପରେ ରାତି ୯ଟା ୪୫ରେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯିବା ନେଇ ଦିଲ୍ଲୀସ୍ଥିତ ରେସିଡେଣ୍ଟ କମିଶନର ସୂଚନା ଦେଇଛନ୍ତି।
ଗତକାଲି ପହଲଗାମରେ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ପ୍ରଶାନ୍ତ ଶତପଥୀ। ପତ୍ନୀ ଓ ପୁଅଙ୍କ ସହ ବୁଲୁଥିବା ବେଳେ ସେମାନଙ୍କ ସାମ୍ନାରେ ହିଁ ପ୍ରଶାନ୍ତଙ୍କୁ ଗୁଳି କରିଥିଲେ ଆତଙ୍କବାଦୀ। ଆଉ ସେଇଠି ଟଳି ପଡିଥିଲେ ପ୍ରଶାନ୍ତ। ତାଙ୍କ ଘର ବାଲେଶ୍ୱର ସଦର ଅଞ୍ଚଳରେ। ପରିବାର ସହ ବୁଲିବାକୁ ଯାଇଥିଲେ ପ୍ରଶାନ୍ତ। ତାଙ୍କ ବିୟୋଗରେ ପରିବାରରେ ଶୋକର ଛାୟା ଖଳିଯାଇଛି।
ସୂଚନାଯୋଗ୍ୟ, ଗତକାଲି ପହଲଗାମର ବୈସରନ ଭ୍ୟାଲିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜମ୍ମୁ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ। ଜଣେ ନେପାଳର ଓ ଆଉ ଜଣେ ସାଉଦି ଆରବ ନାଗରିକ। ଅନ୍ୟମାନଙ୍କ ଭିତରେ ଓଡ଼ିଶାରୁ ଜଣେ ଏବଂ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକରୁ ପର୍ଯ୍ୟଟକ ଅଛନ୍ତି। ଜଣେ ନୌସେନା ଓ ଜଣେ ଗୁଇନ୍ଦା ବ୍ୟୁରୋ ଅଧିକାରୀ ବି ପ୍ରାଣ ହରାଇଛନ୍ତି। ଆକ୍ରମଣରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745404856.jpg)