Advertisment

Paddy Procurement: ଲାପ୍ସ ହୋଇଯିବ କି ଟୋକନ, କେମିତି ବିକ୍ରି ହେବ ଚାଷୀଙ୍କ ଧାନ ?

ଚାଷୀ ପାଇଥିବା ଟୋକେନ୍ ବି ଲାପ୍ସ ହେବା ଉପରେ । ହେଲେ ଏଯାଏଁ ମଣ୍ଡିରୁ ଉଠିନି ଧାନ, ଏବେ ବି ବିଭିନ୍ନ ଜିଲ୍ଲାର ମଣ୍ଡିରେ ପଡିରହିଛି ଶହ ଶହ ବସ୍ତା ଧାନ। ଧାନ କିଣିବାକୁ ମିଳୁନି ମିଲର୍ସଙ୍କ ଦେଖା। ଖୋଲାଆକାଶ ତଳେ ପଡିଥିବା ଧାନ ଭିଜି ଭିଜି ଏବେ ଗଜା ହେବାକୁ ବସିଲାଣି । ଆଜି ସରକାର ଧାନକିଣାର ଶେଷ ଦିନ ବୋଲି ଘୋଷଣା କରିଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ ।

ଅଦ୍ୟତନ ହୋଇଛି
Paddy

Paddy

Advertisment

ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନରୁ ଧାନ ନେବେ ସରକାର। କିନ୍ତୁ ବାକି ଥିବା ସମସ୍ତ ଚାଷୀଙ୍କୁ ଆଜି ଆଖି ସ୍କାନ କରିବାକୁ ବିଭାଗୀୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜି ଆଖି ସ୍କାନ କରିଥିଲେ ପରବର୍ତ୍ତୀ ସମୟରେ ବି ଧାନ ନେବେ ସରକାର। ଅନେକ ଜାଗାରେ ଛତିଶଗଡ଼ ଧାନ ଓଡ଼ିଶାରେ ସିଜ ହୋଇଛି। କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ଦେବାରୁ ବାହାରୁ ଧାନ ଆସୁଛି। ଚଳିତ ବର୍ଷ ପ୍ରାୟ ୧୯ ଲକ୍ଷ ମେଟ୍ରିକ ଟନ ଧାନ ରବିରେ କିଣା ସରିଲାଣି। ଗତ ବର୍ଷ ୧୨ ଲକ୍ଷ ମେଟ୍ରିକ ଟନ କିଣା ହୋଇଥିଲା। ଲକ୍ଷ ମେଟ୍ରିନ ଟନ ଧାନ ଅଧିକ କିଣା ହେଲାଣି। ସମସ୍ତଙ୍କର ଧାନ କିଣା ହେବ, କୌଣସି ଚାଷୀର ଟୋକନ ଲାପ୍ସ ହେବ ନାହିଁ ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।

Advertisment

ଆଜି ଜୁନ୍ ୩୦ ହେଉଛି ଧାନ କିଣା ନେଇ ସରକାର ଦେଇଥିବା ଡେଡଲାଇନ୍ ର ଶେଷଦିନ। ଚାଷୀ ପାଇଥିବା ଟୋକେନ୍ ବି ଲାପ୍ସ ହେବା ଉପରେ । ହେଲେ ଏଯାଏଁ ମଣ୍ଡିରୁ ଉଠିନି ଧାନ, ଏବେ ବି ବିଭିନ୍ନ ଜିଲ୍ଲାର ମଣ୍ଡିରେ ପଡିରହିଛି ଶହ ଶହ ବସ୍ତା ଧାନ। ଧାନ କିଣିବାକୁ ମିଳୁନି ମିଲର୍ସଙ୍କ ଦେଖା।

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ପଲକାପୁଟ ମଣ୍ଡିରେ ଚାଷୀ ଧାନ ଆଣି ରୋଡ୍ ଉପରେ ମିଲର୍ସଙ୍କୁ ଅନେଇ ବସିଛନ୍ତି, ହେଲେ କ୍ରୟକାରୀ ସଂସ୍ଥା କିମ୍ବା ମିଲର୍ସ କିଣୁନାହାନ୍ତି ଧାନ । ରବି ଧାନ କ୍ରୟ ପାଇଁ କଳାହାଣ୍ଡି ଓ ବଲାଙ୍ଗିରର କିଛି ମିଲର୍ସ ଚୁକ୍ତି କରିଥିଲେ, ଏବେ ସେମାନେ ବି ମନମାନି କରୁଥିବା ଅଭିଯୋଗ ହୋଇଛି । ଖାଲି ପଲକାପୁଟ ମଣ୍ଡି ନୁହେଁ ବରଂ କୁନ୍ଦୁରା, ବୋରିଗୁମ୍ମା ଓ କୋଟପାଡ ଲ୍ୟାମ୍ପସରେ ବି ଖୋଲା ଆକାଶ ତଳେ ପଡି ନଷ୍ଟ ହେବାକୁ ବସିଲାଣି ଧାନ ଯୋଗାଣ ବିଭାଗ ଅଧିକାରୀ କହୁଛନ୍ତି, ପଂଜୀକୃତ ଚାଷୀଙ୍କ ଠାରୁ କିଣାଯିବ ଧାନ ।

Advertisment

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ପଲସାପାଲି ଓ କାଲାଟିକ୍ରା ମଣ୍ଡିରେ ବି ମିଲର୍ସଙ୍କ ଦେଖା ନାହିଁ । ଖୋଲାଆକାଶ ତଳେ ପଡିଥିବା ଧାନ ଭିଜି ଭିଜି ଏବେ ଗଜା ହେବାକୁ ବସିଲାଣି । ଆଜି ସରକାର ଧାନକିଣାର ଶେଷ ଦିନ ବୋଲି ଘୋଷଣା କରିଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ପଲସାପାଲିର ୩ହଜାର ୫ଶହ ୫୦ କୁଇଣ୍ଟାଲ ଏବଂ କାଲାଟିକ୍ରା ମଣ୍ଡିରେ ୫ ହଜାର ୫ଶହ ୨୮ କୁଇଣ୍ଟାଲ ଧାନ କିଣା ଯାଇପାରିନି। ସୁବର୍ଣ୍ଣପୁର ଜିଲ୍ଲା ଲୁପରୁସିହାଁଗାଁର ଚାଷୀ ମାନେ ଧାନ ମଣ୍ଡିକୁ ନେବା ପୂର୍ବରୁ ସେମାନଙ୍କ ଉପରେ ଦାଉ ସାଜିଛି ଦଇବ । ଲଗାଣ ବର୍ଷାରେ ଗାଁର ଅଧିକାଂଶ ଚାଷୀଙ୍କ ଧାନ ସବୁ ଗଜା ଧରିଲାଣି ।

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳବିଭାଜିକା ମିଶନର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ 
 

Advertisment
Paddy Procurement Paddy Paddy Procurement In Odisha Krushna Chandra Patra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ