Advertisment

Rath Yatra: ବଡ଼ଦାଣ୍ଡରେ କେତେ ଭାବ, କେତେ ଭଙ୍ଗୀ...ରଥାରୁଢ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ

ବଡ଼ଦାଣ୍ଡରେ ଆଜି ବୋଲ ମାନୁନଥିଲା ଆବେଗର ଲୁହ । ନାଚି ଉଠୁଥିଲା ପାଦ। ଲୟ ଆଉ ଛାନ୍ଦ ଭିତରେ ଘୁଙ୍ଗୁରର ରୁଣୁଝୁଣ ଶବ୍ଦ ଶୁଭୁଥିଲା ଚତୁର୍ଦ୍ଧା ମୁରତ୍ତିଙ୍କ ରଥାରୁଢ଼ବେଳେ।

ଅଦ୍ୟତନ ହୋଇଛି
Rath Yatra

Rath Yatra

Advertisment

ଦିନେ ତ୍ରେତୟାରେ ପ୍ରଭୁ ରାମଚନ୍ଦ୍ରଙ୍କ ଭକ୍ତ ସାଜିଥିଲେ ପବନପୁତ୍ର ବୀର ହନୁମାନ, ଆଜି ବଡ଼ଦାଣ୍ଡରେ ସେହି ହନୁମାନଙ୍କ ବେଶଧାରଣ କରିଛନ୍ତି ଭକ୍ତଟିଏ। ଗାଉଛନ୍ତି ଭକ୍ତିର ଗୀତ, ସମର୍ପଣର ଭାବଧାରାରେ ଭିଜିଯାଇଛନ୍ତି ସେ । ଶ୍ରୀକ୍ଷେତ୍ରର ଲୋକାରଣ୍ୟ ଭିତରେ ଏମିତି କେତେ ଛନ୍ଦ, ଠାଣି, ଭାବ ଆଉ ଆବେଗର ଚିତ୍ର ।

Advertisment

ଛତିଆର ବଳରାମ । ତାଙ୍କ ମା’କୁଆଡ଼େ ପୁଅଟିଏ ଦେଲେ ମହାପ୍ରଭୁଙ୍କ ସେବାରେ ଲାଗିବ ବୋଲି ମାନସିକ ରଖିଥିଲେ। ତେଣୁ ପ୍ରତିବର୍ଷ ରଥଯାତ୍ରାରେ ହନୁମାନ ବେଶ ଧାରଣ କରି ପୁରୀ ଆସନ୍ତି ସେ। ଏଭଳି କିଏ ଦରିଆପାରି ଡେଇଁ ଆସିଛନ୍ତି ତ ଆଉ କିଏ ରାଜ୍ୟର କେଉଁ ଏକ ଆଭ୍ୟନ୍ତରୀଣ ଇଲାକାରୁ ଆସି ପହଞ୍ଚିଥିଲେ ନାନା ରଙ୍ଗ ରୂପରେ।

ଅଗଣିତ ଭକ୍ତଙ୍କ ଭିଡ଼ ଭିତରେ କିଏ ବର୍ଷାରେ ଭିଜି ପୋଥି ପୁରାଣ ଭିତରୁ ପଂକ୍ତି ପଢ଼ି ମଜ୍ଜି ଯାଉଛନ୍ତି ତ ଆଉ କିଏ ଗୀତ ଖଣ୍ଡେ ଲେଖି ନିଜକୁ ସମର୍ପି ଦେଉଛନ୍ତି। ବଡ଼ଦାଣ୍ଡରେ ଆଜି ବୋଲ ମାନୁନଥିଲା ଆବେଗର ଲୁହ...ନାଚି ଉଠୁଥିଲା ପାଦ...ଲୟ ଆଉ ଛାନ୍ଦ ଭିତରେ ଘୁଙ୍ଗୁରର ରୁଣୁଝୁଣ ଶବ୍ଦ ଶୁଭୁଥିଲା ଚତୁର୍ଦ୍ଧା ମୁରତ୍ତିଙ୍କ ରଥାରୁଢ଼ବେଳେ।

Advertisment

ବାରି ହେଉଥିଲା ଉତ୍କଳର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଓଡ଼ିଶୀ, ମାହାରୀ ଆଉ ଗୋଟିପୁଅ ନୃତ୍ୟ। କୋଟି ଓଡ଼ିଆଙ୍କ ଠାକୁରଙ୍କ ଯେତେବେଳେ ବିଶ୍ବ ବିଦିତ ଘୋଷଯାତ୍ରା ହେଉଛି, ତେବେ ଓଡ଼ିଆ ଶାସ୍ତ୍ରୀୟ ନୃତ୍ୟର ସମ୍ଭାର ବା ବାଦ୍ ପଡ଼ନ୍ତା କିପରି। 

କେବଳ ଓଡ଼ିଶୀ କି ଗୋଟିପୁଅ ନୁହେଁ, ଖୋଳ ମୃଦଙ୍ଗ ସହ ନାମ ସଂକୀର୍ତ୍ତନରେ ପୁରି ଉଠୁଥିଲା ସାରା ପରିବେଶ। ବୃନ୍ଦାବନରୁ ଆସିଥିବା ଭକ୍ତ ମୁହଁରେ ବି ମୁଖରିତ ହେଉଥିଲା ରାମ ରାମ ହରେ ହରେ। ଆଜି ଯେତେବେଳେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଜଗତର ଠାକୁର, ସମସ୍ତେ ଏବେ ଏକାକାର। ଦିବ୍ୟ ସୁଯୋଗକୁ ହାତ ଛଡ଼ା କରିବାକୁ ଚାହିଁ ନାହାନ୍ତି କେହି।

Advertisment

ରାଜ୍ୟପାଳ ହରିବାବୁ କମ୍ଭମପାଟି, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ, ବିଜେପି ଓ କଂଗ୍ରେସ ନେତା ବରିଷ୍ଠ କଂଗ୍ରେସ ନେତା ପହଞ୍ଚି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି।

କିଏ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିଛନ୍ତି ତ ଆଉ କିଏ ରଥ ଦଉଡ଼ିକୁ ଟାଣି ପ୍ରଣାମ କରିଛନ୍ତି। କେବଳ ନେତା ନୁହଁନ୍ତି, ଓଲିଉଡ଼୍ ଅଭିନେତା ମଧ୍ୟ ବଡ଼ଦାଣ୍ଡରେ ପହଞ୍ଚି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲଭିଛନ୍ତି। ସେ ସବ୍ୟସାଚୀ ହୁଅନ୍ତୁ ଅବା ଅଭିନେତ୍ରୀ ପତ୍ନୀ ଅର୍ଚ୍ଚିତା। ସଂଗୀତକାର ପ୍ରେମାନନ୍ଦ ପହଞ୍ଚି ତରଙ୍ଗ ମ୍ୟୁଜିକ ଦ୍ବାରା ପ୍ରସ୍ତୁତ ମ୍ୟୁଜିକ୍ ଆଲବମ୍ ରିଲିଜ୍ କରିଛନ୍ତି ବଡ଼ଦାଣ୍ଡରେ।

Puri Devotees Puri Jagannath Temple Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ