Advertisment

ସରକାରୀ ସ୍କିମ୍ କମ୍, ନିଜ ପ୍ରଚାର ବେଶି; ପାଣ୍ଡିଆନଙ୍କ ବିଜ୍ଞାପନ ବାବଦରେ ଖର୍ଚ୍ଚ ୧୫ କୋଟି..!

ସରକାରୀ ତହବିଲରୁ ହୋଇଛି ପାଣି ଭଳି ଆଡଭାଟାଇଜ୍ ଖର୍ଚ୍ଚ । ତେଜିଲା ପଲିଟିକାଲ ବୟାନବାଜି ।

ଅଦ୍ୟତନ ହୋଇଛି
undefined

Odisha Politics

Advertisment

ଫଟୋ ବିଜ୍ଞାପନ ପାଇଁ ନବୀନ ସରକାର ଖୋଲି ଦେଇଥିଲେ ପେଡ଼ି । ଦେଢବର୍ଷରେ ପ୍ରଚାର ପ୍ରସାର ପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି ପାଖାପାଖି ୪୦ କୋଟି ଟଙ୍କା। ଖାଲି ସେତିକି ନୁହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେତେବେଳର 5T ସଚିବ ଓ ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ଙ୍କ ଫଟୋ ଥାଇ ବି ମାଳମାଳ ବିଜ୍ଞାପନ ଦିଆଯାଇଛି ବିଭିନ୍ନ ଖବର କାଗଜକୁ। ବିଧାନସଭାରୁ ଆସିଛି ଏଭଳି ଆଖି ଖୋସି ଦେଲା ଭଳି ତଥ୍ୟ।

Advertisment

କଣ୍ଟାବାଞ୍ଜି ବିଜେପି ବିଧାୟକ ଲକ୍ଷ୍ମଣ ବାଗ ପ୍ରଶ୍ନ କରିଥିଲେ ଯେ, ୨୦୨୩ ଜାନୁଆରୀରୁ ୨୦୨୪ ମେ’ ଯାଏ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ ଓ ଅଧ୍ୟକ୍ଷଙ୍କ ଫଟୋ ଥାଇ କେତେ ଟଙ୍କାର ବିଜ୍ଞାପନ ଦିଆଯାଇଛି ? ଯାହାର ଉତ୍ତରରେ ସୂଚନା ଓ ଲୋକସଂପର୍କ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ବିଗତ ସରକାରରେ ନବୀନଙ୍କ ଫଟୋ ଥାଇ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଚାର ପାଇଁ ମୋଟ୍ ୩୩ କୋଟି ୭୧ ଲକ୍ଷ ୪୯ ହଜାର ୧୦୬ ଟଙ୍କାର ବିଜ୍ଞାପନ ବିଭିନ୍ନ ଖବରକାଗଜକୁ ଦିଆଯାଇଛି।

ସେହିପରି ନବୀନ ଓ ପାଣ୍ଡିଆନଙ୍କ ଫଟୋ ଥାଇ ବିଭିନ୍ନ ଖବର କାଗଜରେ ବିଜ୍ଞାପନ ବାବଦକୁ ସରକାରଙ୍କ ତହବିଲରୁ ଖର୍ଚ୍ଚ ହୋଇଛି ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା। ସରକାରୀ ଯୋଜନା ନାଁରେ ନବୀନ-ପାଣ୍ଡିଆନ ନିଜର ନିର୍ବାଚନୀ ପ୍ରଚାର କରିଥିବା ବିଜେପି ଓ କଂଗ୍ରେସ୍ କହିଛନ୍ତି ।

Advertisment

ଏଠି ପ୍ରଶ୍ନ ଉଠୁଛି, ସରକାରୀ ଚାକିରିରେ ଥିବାବେଳେ ପାଣ୍ଡିଆନଙ୍କ ଫଟୋ ବିଜ୍ଞାପନ ଲାଗିଥିଲା ନା ଚାକିରି ଛାଡ଼ିବା ପରେ? ପାଣ୍ଡିଆନଙ୍କ ଏକଛତ୍ରବାଦ ଶାସନରେ ମନ୍ତ୍ରୀ-ବିଧାୟକ ଗୌଣ ହୋଇଯାଇଥିବାରୁ କେବଳ ନବୀନ ଓ ପାଣ୍ଡିଆନଙ୍କ ସର୍ବାଧିକ ଫଟୋ ବିଜ୍ଞାପନ ପ୍ରକାଶ କରାଯାଇଥିଲା। ବିଜେଡିରେ ସେତେବେଳର ସର୍ବେସର୍ବା ଥିବା ପାଣ୍ଡିଆନ୍‌ଙ୍କ ପୋଷ୍ଟର ବ୍ୟାନର ତ ରାଜ୍ୟ ବ୍ୟାପି ଛାଇଯାଇଥିଲା। କିନ୍ତୁ ସରକାରୀ ଫଟୋ ବିଜ୍ଞାପନରେ ବି ତାଙ୍କ ଫଟୋ ପ୍ରକାଶ ପାଇବା ବିଜେଡି ସରକାରର ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।

ଫଟୋ ବିଜ୍ଞାପନରେ ଯଦି ଏତେ ଖର୍ଚ୍ଚ ହୋଇଛି, ତାହାଲେ ହୋର୍ଡିଂ, ବ୍ୟାନରରେ କେତେ ଖର୍ଚ୍ଚ ହୋଇଥିବ ତାହା ସହଜରେ ଅନୁମାନ କରାଯାଇପାରେ।

Advertisment

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ