Advertisment

ଆସିଲା ‘ଓଟିଭି ଫିଦିନ୍’ । ଏବେ ୨୪*୭ ସମ୍ବଲପୁରୀ କୋଶଲୀ ଖବର। Western Odisha

ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣର ସବୁ ଖବର

ଅଦ୍ୟତନ ହୋଇଛି
OTV

OTV

Advertisment

ଆଜିଠୁ ଓଟିଭିରେ ଆରମ୍ଭ ହେଲା ନୂଆ ଅଧ୍ୟାୟ। ୨୪ ଘଣ୍ଟା ଧରି ପାଇବେ ସମ୍ବଲପୁରୀ କୋଶଲୀ ଭାଷାରେ ଖବର। ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣର ସବୁ ଖବର ତାହା ପୁଣି ଅନବରତ ଭାବେ ଆପଣ ପାଇବେ। ଆଜି ନୂଆଁଖାଇ ଅବସରରେ ଲଞ୍ଚ ହୋଇଛି ଓଟିଭି ଫିଦିନ୍ ଡିଜିଟାଲ ପ୍ଲାଟଫର୍ମ। ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଏହି ଅବସରରେ ଉପସ୍ଥିତ ରହି ଏହି ଡିଜିଟାଲ ପ୍ଲାଟଫର୍ମକୁ ଉଦଘାଟନ କରିଛନ୍ତି।

Advertisment

ଆମେ ଆପଣଙ୍କୁ ଦେଖାଇବୁ ପଶ୍ଚିମ ଓଡ଼ିଶାର ଟିକିନିଖି ଖବର ସମ୍ବଲପୁରୀ କୋସଲି ଭାଷାରେ। ଓଟିଭି ଫିଦିନ୍ ଡିଜିଟାଲ ପ୍ଲାଟଫର୍ମରେ ଆପଣ କ୍ଲିକ୍ କରିବା ମାତ୍ରେ ୨୪ ଘଣ୍ଟା ଅନବରତ ଦେଖିପାରିବେ ପ୍ରତିଟି ଖବର ସମ୍ବଲପୁର କୋସଲି ଭାଷାରେ। ଏଥିପାଇଁ ଓଡ଼ିଶା ଟେଲିଭିଜନ ଲିମିଟେଡ ଆଜି ପବିତ୍ର ନୂଆଖାଇ ଅବସରରେ ଭେଟିଦେଇଛି ଓଟିଭି ଫିଦିନ ଡିଜିଟାଲ।...୨୭ ଡିସେମ୍ବର ୨୦୦୯ରେ ଓଟିଭିରେ ଆରମ୍ଭ ହୋଇଥିଲା ସମ୍ବଲପୁରୀ ଭାଷାରେ ପ୍ରଥମ ବୁଲେଟିନ୍ ଫିଦିନ୍। ଏବେ ସମ୍ବଲପୁରୀ ଭାଷାରେ ବୁଲେଟିନ ଦେଖିବା ପାଇଁ ଓଟିଭିରେ କେବଳ ଅପରାହ୍ଣ ସାଢ଼େ ୫ଟା ଯାଏଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଡିଜିଟାଲ ପ୍ଲାଟଫର୍ମରେ ଆପଣ ୨୪ ଘଣ୍ଟା ଅନବରତ ଦେଖିପାରିବେ ସମ୍ବଲପୁରୀ ଭାଷାରେ ପ୍ରତିଟି ଖବର।...ଆଜିର ଏହି କାର୍ଯ୍ୟକ୍ରମରେ ଓଟିଭି ଏକଜିକ୍ୟୁଟିଭ୍ ଏଡିଟର ରାଧାମାଧବ ମିଶ୍ର, ଓଟିଭି ବିଜନେସ୍ ହେଡ୍ ଲିତିଶା ମଙ୍ଗତ ପଣ୍ଡାଙ୍କ ସମେତ ବରିଷ୍ଠ କର୍ମକତ୍ତା ଉପସ୍ଥିତ ଥିଲେ। 

Western Odisha Jagi Mangat Panda Sambalpur Bolangir Otv
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ