Advertisment

OSRTC: ଘାଟାରେ ଚାଲୁଛି OSRTC, ୨ ବର୍ଷରେ ୪୫ କୋଟି ୪୬ ଲକ୍ଷ କ୍ଷତି

ଅଚଳ ହୋଇ ପଡ଼ିଛି ପରିବହନ ବିଭାଗର ୧୦୯ ବସ୍‌ । ବିଗତ ୧୦ ବର୍ଷ ଭିତରେ ପରିବହନ ବିଭାଗ ୫୪୦ଟି ବସ୍‌ କିଣିଥିଲା । ସେଥିମଧ୍ୟରୁ ୧୦୯ଟି ବସ୍‌ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇ ପଡିଛି ।

ଅଦ୍ୟତନ ହୋଇଛି
ଘାଟାରେ ଚାଲୁଛି OSRTC

ଘାଟାରେ ଚାଲୁଛି OSRTC

Advertisment

ଆୟଠୁ ବଢି ଯାଉଛି ବ୍ୟୟ। ଘାଟାରେ ଚାଲୁଛି OSRTC । ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା । ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ କ୍ଷତି ହୋଇଥିବା ବେଳେ ୨୦୨୩-୨୪ରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି କରିଛି OSRTC। ୨୦୨୨-୨୩ ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବା ବେଳେ ୧୬୪ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ସେହିପରି ୨୦୨୩-୨୪ ରେ ୧୫୬ କୋଟି ୪୩ ଲକ୍ଷ ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୮୩ କୋଟି ୬ ଲକ୍ଷ ଟଙ୍କା । ତେବେ ପୂର୍ବ ବର୍ଷ ଅପେକ୍ଷା ଆୟ ବଢିଥିବା ବେଳେ ବ୍ୟୟ ବି ବଢ଼ିଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।

Advertisment

ଅଧିକ ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି, କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ

ସେହିପରି ଅଚଳ ହୋଇ ପଡ଼ିଛି ପରିବହନ ବିଭାଗର ୧୦୯ ବସ୍‌ । ବିଗତ ୧୦ ବର୍ଷ ଭିତରେ ପରିବହନ ବିଭାଗ ୫୪୦ଟି ବସ୍‌ କିଣିଥିଲା । ସେଥିମଧ୍ୟରୁ ୧୦୯ଟି ବସ୍‌ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇ ପଡିଛି । ସେଥିପାଇଁ କୌଣସି ବିଭାଗୀୟ ଅଧିକାରୀ ଦାୟୀ ନୁହଁନ୍ତି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା କିଛି ବସ୍‌ କେବଳ ଶୀତ ତାପ ନିୟନ୍ତ୍ରଣ ବ୍ୟବସ୍ଥା ମରାମତି ପାଇଁ ବର୍ଷ ବର୍ଷ ଧରି ପଡ଼ି ରହିଛି।

Advertisment
Odisha Odisha Assembly OSRTC Bibhuti Bhusan Jena
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ