Former MLA Ramamurti Gamang
ପତ୍ନୀହତ୍ୟା ମାମଲାରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଝଟକା। ତଳକୋର୍ଟଙ୍କ ଆଜୀବନ ଦଣ୍ଡାଦେଶ କାଏମ୍ ରଖିଲେ ହାଇକୋର୍ଟ। ଗତ ୨୦୨୩ ମସିହାରେଭୁବନେଶ୍ବର ସ୍ବତନ୍ତ୍ର ଏମପି-ଏମଏଲ୍ଏ କୋର୍ଟ ଦେଇଥିବା ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ରାମମୂର୍ତ୍ତି।
ଅଭିଯୋଗ ଅନୁସାରେ, ୧୯୯୫ ମସିହା ଅଗଷ୍ଟ ୨୯ରେ ରାମମୂର୍ତ୍ତି ଗମାଙ୍ଗଙ୍କ ସ୍ତ୍ରୀ ଶଶୀରେଖାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଖାରବେଳନଗରସ୍ଥିତ ଏମଏଲଏ କଲୋନୀରେ ଥିବା ସରକାରୀ ଘରୁ ଶଶୀରେଖାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣା ଦିନ ୧୦ଟା ୪୫ ମିନିଟରେ ରାମମୂର୍ତ୍ତି ପୋଲିସକୁ ଖବର ଦେଇଥିଲେ ଯେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି।
ତେବେ ଘଟଣାର ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ହତ୍ୟା ବୋଲି ପୋଲିସ ଜାଣିବା ସହ ଗମାଙ୍ଗଙ୍କର ଏହି ଘଟଣାରେ ସଂପୃକ୍ତି ଥିବା ପ୍ରମାଣ ପାଇଥିଲା। ସେ ଆଧାରରେ ପୋଲିସ ଘଟଣାରେ ପ୍ରଥମେ ଅପମୃତ୍ୟୁ ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା।
ତେବେ ଭୁବନେଶ୍ୱରର ସ୍ବତନ୍ତ୍ର କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ ଟି ଦସ୍ତାବିଜ ଆଧାରରେ ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ୨୦୨୩ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଦଣ୍ଡାଦେଶ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730276712.jpg)