Advertisment

Pravasi Bharatiya Divas: ଭବ୍ୟ ହେବ ପ୍ରବାସୀ ଭାରତୀୟ ଦିବସ...ହୋମ୍ ଷ୍ଟେରେ ରହିବେ, ଡବଲ ଡେକର ବସରେ ବୁଲିବେ ଅତିଥି

ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍ । ଆଉ ମାତ୍ର ୩ ଦିନର ଅପେକ୍ଷା। ଭୁବନେଶ୍ବରରେ ଆରମ୍ଭ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାଏଁ, ତାସହିତ ବୈଦେଶିକ ବ୍ୟାପାର ମନ୍ତ୍ରୀ ବି ଯୋଗଦେବେ ଏହି ୩ ଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭରେ ।

undefined

ଭବ୍ୟ କରିବାକୁ ଭାରି ଚେଷ୍ଟା

Advertisment

ଭବ୍ୟ ହେବ ପ୍ରବାସୀ ଭାରତୀୟ ଦିବସ । ଓଡ଼ିଶାର ଅତୁଳନୀୟ କଳା ଓ ସଂସ୍କୃତିର ଝଲକ ସହ ୩୧ ଟୁରିଜିମ ସ୍ପଟର ମଜା ନେବେ ଅତିଥି । ହୋମ୍ ଷ୍ଟେ’ରେ ରହିବା ସହ ଡବଲ ଡେକର ବସରେ ବୁଲିବେ । ପ୍ରବାସୀ ଭାରତୀୟ ଦିବସ ପାଇଁ ମଝିରେ ରହିଲା ଆଉ ମାତ୍ର ୩ ଦିନ। ଜନତା ମଇଦାନରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ସମ୍ମିଳନୀ ପାଇଁ ୮ରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍ । ଆଉ ମାତ୍ର ୩ ଦିନର ଅପେକ୍ଷା। ଭୁବନେଶ୍ବରରେ ଆରମ୍ଭ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାଏଁ, ତାସହିତ ବୈଦେଶିକ ବ୍ୟାପାର ମନ୍ତ୍ରୀ ବି ଯୋଗଦେବେ ଏହି ୩ ଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭରେ । ଆଉ ତା’ ପାଇଁ ଜନତା ମଇଦାନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି କାମ । କେଉଁଠି ଉଦ୍ଘାଟନୀ ମଞ୍ଚ କାମ ଚାଲିଛି ତ’ ଆଉ କେଉଁଠି ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ଷ୍ଟେଜ୍ ତିଆରି ଓ ସାଜସଜା । ସବୁଠି ରହିଛି ଓଡ଼ିଆ କଳା, ସଂସ୍କୃତି, କାରୁକାର୍ଯ୍ୟର ଛାପ। ପ୍ରବାସୀ ଭାରତୀୟ ଦିବସ ପାଳନ ଲାଗି ଜନତା ମଇଦାନରେ ଛିଡ଼ା ହେଲାଣି ୧୦ଟି ବିଶାଳ ହ୍ୟାଙ୍ଗର ।

ଅଧିକ ପଢ଼ନ୍ତୁ: କଟକ ବିଜେଡିକୁ ଡେଇଁଲା ଅନ୍ତଃକନ୍ଦଳ ! ଦଳରେ କିଏ ରାବଣ ଓ କଂସ, ବଢ଼ିଲା ଚର୍ଚ୍ଚା

Advertisment

ସବୁଠୁ ବଡ଼ ହ୍ୟାଙ୍ଗରରେ ଉଦଘାଟନୀ ଓ ଉଦ୍ଯାପନୀ ମଞ୍ଚ ରହିବ। ଏହାପାଖକୁ ଲାଗି ରହିଛି ପ୍ଲାନେରୀ ହ୍ୟାଙ୍ଗର, ଯେଉଁଠି ପ୍ରବାସୀ ଭାରତୀୟଙ୍କ ଲାଗି ବିଭିନ୍ନ ଅଧିବେଶନ ରହିବ। ଏହାପାଖକୁ ଲାଗି ରହିଛି ଥିମ୍ ପାଭିଲିୟନ । ଥିମ୍ ପାଭିଲିୟନରେ ମାଣ୍ଡଭି ଟୁ ମସ୍କଟ୍, ଦି ରାମାୟଣ, କଣ୍ଟ୍ରିବ୍ୟୁସନ ଅଫ୍ NRIS ଓ ଇନ୍କ୍ଲୁସିଭ୍ ଇଣ୍ଡିଆ ପାଭିଲିୟନ ସମେତ ସ୍ବତନ୍ତ୍ର ଓଡ଼ିଶା ପାଭିଲିୟନ ରହିଛି। ଓଡ଼ିଶା ପାଭିଲିୟନରେ ରାଜ୍ୟର ସମୃଦ୍ଧ ଐତିହ୍ୟ, ସ୍ଥପତି ଠାରୁ ଆରମ୍ଭ କରି ଟସର, କୋଟପାଡ୍, ପଶାପଲି, ମାଣିଆବନ୍ଧ ହସ୍ତତନ୍ତଠୁ ଆରମ୍ଭ କରି ତାରକସୀ କାମ, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ କାମ ଆଦିକୁ ପ୍ରଦର୍ଶିତ କରାଯିବ।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବାକୁ ଏବେ ସୁଦ୍ଧା ଅଢ଼େଇ ହଜାରରରୁ ଅଧିକ ପଞ୍ଜୀକରଣ କଲେଣି । ଏହି ସମୟରେ ଭୁବନେଶ୍ବରରେ ଏକାମ୍ର ଉତ୍ସବ, ପଥ ଉତ୍ସବ, ମୁକ୍ତେଶ୍ବର ଫେଷ୍ଟିଭାଲ ସହ ପୁରୀରେ ସି ବିଚ୍ ଫେଷ୍ଟିଭାଲ ମଧ୍ୟ ଚାଲିବ । ପ୍ରବାସୀ ଭାରତୀୟଙ୍କୁ ରାଜ୍ୟର ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ବୁଲାଇ ନେବାକୁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ କହିପାରୁଥିବା ଗାଇଡ୍ ନିୟୋଜିତ ହେବେ। ହୋମ୍ ଷ୍ଟେ ଜରିଆରେ ପ୍ରବାସୀ ଭାରତୀୟଙ୍କ ରହିବା ବ୍ୟବସ୍ଥା କରାଯାଇ ଓଡ଼ିଶାର ଖାଦ୍ୟ ପ୍ରଣାଳି, ଆତିଥେୟତାକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲାଗି ଏକ ବଡ଼ ସୁଯୋଗ ଆସିଛି।

Advertisment

ପ୍ରବାସୀ ଭାରତୀୟ ଦିବସ ଉତ୍ସବରେ ଦେଖିବାକୁ ମିଳିବ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଅନନ୍ୟ କଳା। ପ୍ରଥମ ଥର ଲାଗି ବାଲିରେ ତିଆରି ହେବ ପୁରୀ ସମୁଦ୍ର ବେଳାଭୂମି। ଅନ୍ୟପକ୍ଷରେ ରାଜଧାନୀର ପ୍ରାୟ ୧୦୦ କିଲୋମିଟର ଦୀର୍ଘ କାନ୍ଥରେ ଦେଖିବାକୁ ମିଳିବ ଓଡ଼ିଆ ଚିତ୍ରକଳାର ନିଦର୍ଶନ। ସେଥିପାଇଁ କାନ୍ଥରେ ଅନବରତ ଚାଲିଛି ଶିଳ୍ପୀର ତୁଳୀ। ତେବେ ଓଡ଼ିଶା ପାଇଁ କେତେ ଫାଇଦା ଆଣିବ ପ୍ରବାସୀ ଭାରତୀୟ ଦିବସ? ଓଡ଼ିଶା ହୋଟେଲ ଆଣ୍ଡ ରେସ୍ତେରାଁ ସଂଘ କହିଛି, ଆମେ ଏହାର କେତେ ସୁଯୋଗ ନେଇପାରୁଛେ, ତାହା ଆମ ଉପରେ ନିର୍ଭର କରୁଛି। ଏହି ଉତ୍ସବ ବେଳେ ସାରା ବିଶ୍ବର ଫୋକସ ଓଡ଼ିଶା ଉପରେ ରହିବ। ଏହି ମହାକୁମ୍ଭ କେବଳ ଆନ୍ତର୍ଜାତିକ ପର୍ଯ୍ୟଟକ ନୁହେଁ, ଘରୋଇ ପର୍ଯ୍ୟଟକଙ୍କୁ ମଧ୍ୟ ଓଡ଼ିଶାକୁ ଆକୃଷ୍ଟ କରିବାରେ ବେଶ୍ ସହାୟକ ହେବ । ଏବେ ସମସ୍ତଙ୍କ ଅପେକ୍ଷା ଜାନୁଆରୀ ୮କୁ। ଯେତେବେଳେ ଏହି ବହୁ ପ୍ରତୀକ୍ଷିତ ସମ୍ମିଳନୀ ଶୁଭାରମ୍ଭ ହେବ ।

ଅଧିକ ପଢ଼ନ୍ତୁ: ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍, ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

Bhubaneswar Odisha Narendra Modi Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ