Advertisment

Onion Price: ବିଚିତ୍ର ହିସାବ: ପିଆଜ ଉତ୍ପାଦନରେ ଆମେ ବଳକା ରାଜ୍ୟ, ତଥାପି ଦର ଆକାଶ ଛୁଆଁ...

ଆକାଶ ଛୁଆଁ ପିଆଜ ଦର। ପିଆଜ ଦରରେ ଲାଗୁନି ବ୍ରେକ୍‌। ଯାହାକୁ ନେଇ ଆଜି ବିଧାନସଭା ସରଗରମ ହୋଇଛି।

Onion price increases

Onion price increases

Advertisment

କନ୍ଦାଇଦେଲାଣି ପିଆଜ ଦର। ଆକାଶ ଛୁଆଁ ପିଆଜ ଦର। ପିଆଜ ଦରରେ ଲାଗୁନି ବ୍ରେକ୍‌। ଉତ୍ପାଦନରେ ବଳକା ରାଜ୍ୟ ହୋଇ କାହିଁକି ବଢୁଛି ପିଆଜ ଦର ? କଣ ପାଇଁ ବଢୁଛି ପିଆଜ ଦର ? କେଉଁ କାରଣ ପାଇଁ ବଢୁଛି ପିଆଜ ଦର ? କେଉଁଠି ରହୁଛି ସମସ୍ୟା ? ଏମିତି ନାନା ପ୍ରଶ୍ନ ଭିତରେ ପିଆଜ ଦରକୁ ନେଇ ଆଜି ବିଧାନସଭା ସରଗରମ ହୋଇଛି । 

Advertisment

ମନ୍ତ୍ରୀଙ୍କ ଉତ୍ତର- ପିଆଜ ଅମଳରେ ଓଡ଼ିଶା ବଳକା ରାଜ୍ୟ, ପ୍ରଶ୍ନ ହେଲା, ତାହେଲେ ଦର ଆକାଶଛୁଆଁ କାହିଁକି ଓଡ଼ିଶା ପିଆଜ ଯାଉଛି କୁଆଡ଼େ? ମନ୍ତ୍ରୀ କହିଲେ, ବର୍ଷକୁ ଆମର ଯେତିକି ପିଆଜ ଆବଶ୍ୟକତା ରହିଛି, ତାଠାରୁ ଅଧିକ ଅମଳ ବା ଉତ୍ପାଦନ ହେଉଛି। ପ୍ରଶ୍ନ ଉଠୁଛି, ଯଦି ରାଜ୍ୟରେ ଆବଶ୍ୟକତାଠୁ ଅଧିକ ପିଆଜ ଅମଳ ହେଉଛି, ତାହେଲେ ଗ୍ରାହକ ଏତେ ଅଧିକ ରେଟ୍ ଦେଇ ପିଆଜ କିଣୁଛନ୍ତି କାହିଁକି। ଆମ ପିଆଜ କୁଆଡ଼େ ଯାଉଛି? 

ଅଧିକ ପଢନ୍ତୁ: ମଲେଇ ଖାଇ ଠିକାଦାର ପାର୍, ମେଗା ପାନୀୟ ଜଳ ପ୍ରୋଜେକ୍ଟରେ ମେଗା ସ୍କାମ୍

Advertisment

ଟଙ୍କଧରଙ୍କ ପ୍ରଶ୍ନ: ପିଆଜ ମିଶନ ଅଛି କି?

ଆସନ୍ତୁ ଜାଣିବା ଏ ସଂପର୍କିତ ପୂରା ଖବର। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଏ ସଂପର୍କରେ ଏକ ଲିଖିତ ପ୍ରଶ୍ନ ପଚାରିଥିଲେ। କହିଥିଲେ- ଉପମୁଖ୍ୟମନ୍ତ୍ରୀ ଅନୁଗ୍ରହ କରି କହିବେ କି, ରାଜ୍ୟରେ ‘ପିଆଜ ମିଶନ’ କେବେ ଆରମ୍ଭ ହୋଇଥିଲା ଓ ମିଶନ ଅଧୀନରେ ରାଜ୍ୟ ସରକାର ଚାଷୀମାନଙ୍କୁ କେଉଁ କେଉଁ ସୁବିଧା ପ୍ରଦାନ କରୁଥିଲେ? ପିଆଜ ମିଶନ ଆରମ୍ଭ ସମୟରେ ରାଜ୍ୟରେ କେତେ ପରିମାଣର ପିଆଜ ଉତ୍ପାଦନ ହେଉଥିଲା ଏବଂ ପିଆଜ ମିଶନ ଆରମ୍ଭ ହୋଇ ଶେଷ ହେବା ପର୍ଯ୍ୟନ୍ତ କେଉଁ ବର୍ଷ କେତେ ଜମିରେ ପିଆଜ ଚାଷ ହୋଇ କେତେ ଉତ୍ପାଦନ ହେଉଥିଲା ତାହା ଦର୍ଶାଇବେ କି?  ରାଜ୍ୟର ବର୍ତ୍ତମାନ ପିଆଜ ଚାହିଦା ଓ ଉତ୍ପାଦନ କେତେ ରହିଛି ଏବଂ ପିଆଜ କ୍ଷେତ୍ରରେ ରାଜ୍ୟକୁ କେବେ ସୁଦ୍ଧା ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ କରିବାକୁ ସରକାର ଯୋଜନା ରଖିଛନ୍ତି।

ବାହିନୀପତିଙ୍କ ପ୍ରଶ୍ନ: କେତେ ଖର୍ଚ୍ଚ ହେଇଥିଲା?

ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏ ସଂପର୍କରେ ଏକ ପ୍ରଶ୍ନ ପଚାରିଥିଲେ। କହିଥିଲେ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅନୁଗ୍ରହ କରି କହିବେ କି, ରାଜ୍ୟରେ ପିଆଜ ମିସନ ନାମକ ଏକ ଯୋଜନା କାର୍ଯ୍ୟକାରୀ ହୋଇଥିଲା କି, ସେଥିପାଇଁ ରାଜକୋଶରୁ କେତେ ଅର୍ଥ ବ୍ୟୟ ବରାଦ କରିଯାଇଥିଲା, ବର୍ତ୍ତମାନ ଦର ଲଗାମ ଛଡା ହୋଇଥିବା ବେଳେ ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି?

Advertisment

କେଭିଙ୍କ ଉତ୍ତର: ଯେତିକି ଦରକାର ତା’ ଠାରୁ ଅଧିକ ଅମଳ

ଉତ୍ତରରେ ବିଭାଗୀୟ ମନ୍ତ୍ରୀ ତଥା ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଥିଲେ, ରାଜ୍ୟରେ କେବେବି ପିଆଜ ମିଶନ ହୋଇନାହିଁ। ଜାତୀୟ ନମୁନା ସର୍ଭେ ବା National Sample Survey (NSS)ର ୬୮ତମ ରାଉଣ୍ଡ ଆଧାରରେ ୨୦୨୩-୨୪ ବର୍ଷ ପାଇଁ ଓଡିଶାରେ ବାର୍ଷିକ ହାରାହାରି ୩.୭୫ ଲକ୍ଷ ମେଟ୍ରିକ ଟନ୍ ପିଆଜର ଆବଶ୍ୟକତା ରହିଥିବା ବେଳେ ୪.୨୦ ଲକ୍ଷ ମେଟ୍ରିକ ଟନ୍ ପିଆଜ ଉତ୍ପାଦନ ହୋଇଥିଲା।

ଯୋଗାଣମନ୍ତ୍ରୀଙ୍କ ଉତ୍ତର

ସେହିପରି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଇ କହିଥିଲେ, ରାଜ୍ୟରେ ପିଆଜ ମିସନ ନାମକ ଯୋଜନା କାର୍ଯ୍ୟକାରୀ ହୋଇନାହିଁ କି ସେଥ୍ପାଇଁ ରାଜକୋଷରୁ କୌଣସି ଅର୍ଥ ବ୍ୟୟ ବରାଦ କରାଯାଇନାହିଁ। ମାତ୍ର ରାଜ୍ୟରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ରାଜ୍ୟ ଯୋଜନା ଅନ୍ତର୍ଗତ ଆଳୁ, ପନିପରିବା ଓ ମସଲା ଉନ୍ନୟନ ଯୋଜନାରେ ପିଆଜ ଚାଷ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।
ସମ୍ପ୍ରତି ପିଆଜର ଯୋଗାଣପେଣ୍ଠ ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ଅଞ୍ଚଳରେ ପୁରୁଣା ପିଆଜର ଗଚ୍ଛିତ ପରିମାଣ ହ୍ରାସ, ତଥା ନୂଆ ପିଆଜ ଅମଳରେ ବିଳମ୍ବ ହେତୁ, ଯୋଗାଣପେଣ୍ଠ ଗୁଡିକରେ ଏହାର ମୂଲ୍ୟରେ ବୃଦ୍ଧି ଘଟିଅଛି। ଯାହାର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡିଛି। ପିଆଳର ଦରବୃଦ୍ଧିକୁ ରୋକିବା ପାଇଁ ସରକାର ନିମ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି।

ସରକାର କି ପଦକ୍ଷେପ ନେଉଛନ୍ତି?

• ରାଜ୍ୟ ସରକାର ପ୍ରତ୍ୟହ ପିଆଜର ଲବ୍ଧତା ତଥା ମୂଲ୍ୟ ଉପରେ ତୀକ୍ଷ୍ଣ ନଜର ରଖିବା ସଙ୍ଗେ ସଙ୍ଗେ ଯୋଗାଣପେଣ୍ଠ ଗୁଡିକରେ ପ୍ରଚଳିତ ଦରଦାମ ଉପରେ ମଧ୍ୟ ନଜର ରଖିଛନ୍ତି।

• ବର୍ତ୍ତମାନ ପିଆଜର ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାରଙ୍କର ଅନୁରୋଧ କ୍ରମେ, କେନ୍ଦ୍ର ସରକାର NAFED ତଥା NCCF ମାଧ୍ୟମରେ କେଜି ପ୍ରତି ୩୫ ଟଙ୍କା ହିସାବରେ ଖାଉଟିମାନଙ୍କୁ ପିଆଜ ଉପଲବ୍ଧ କରାଇବା ପାଇଁ ଚେଷ୍ଟା କରୁଛନ୍ତି।
•  ରାଜ୍ୟର ଯୋଗାଣ ବିଭାଗ ତଥା ଟିପ୍ପଣୀ ଗୁପ୍ତବାର୍ତ୍ତା ଶାଖାର କ୍ଷେତ୍ର କର୍ମଚାରୀମାନଙ୍କ ଦ୍ୱାରା ପିଆଜର ଜଳାବଜାରୀ ରୋକିବାପାଇଁ ନିୟମିତ ପ୍ରବର୍ତନ କାର୍ଯ୍ୟ (Enforcement) କରାଯାଉଅଛି ଏବଂ ଏହା ସଙ୍ଗେସଙ୍ଗେ ଖାଉଟିମାନେ କିପରି ସୁଲଭ ମୂଲ୍ୟରେ ଜିନିଷ ପାଇ ପାରିବେ ତାହା ନିଶ୍ଚିତ କରାଯାଇଅଛି।
•  ଏତଦବ୍ୟତୀତ କଳାବଜାରୀ ତଥା ମୁନାଫାଖୋର ବ୍ୟବସାୟୀଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ଜିଲ୍ଲାପାଳ ତଥା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। 

Odisha News Onion Onion Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ