Advertisment

Odisha Mining Corporation: ଓଏମସି ପକ୍ଷରୁ ବିଶ୍ଵ ସିକଲସେଲ ଆନେମିଆ ନିରାକରଣ ସଚେତନତା ଅଭିଯାନ

ଓଏମସିର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ ଆରୋଗ୍ୟବାହିନୀ - କୋରାପୁଟ, କେଉଁଝର, ଯାଜପୁର ଏବଂ ବଡବିଲ ଖଣି ଅଞ୍ଚଳରେ ସ୍ଥିତ ଜିଲିଙ୍ଗ ଦୈତାରୀ, ଲକ୍ଷ୍ମୀପୁର, କାଳିଆପାଣି, ଶୁଆକାଟି ଏବଂ ସେରେଣ୍ଡା ଠାରେ ଏହି ସଚେତନତା ଶିବିର ଆୟୋଜନ ହୋଇଛି ।

OMC

OMC

Advertisment

ବିଶ୍ଵ ରକ୍ତ ଶିକୁଳି ଦିବସ ବା ସିକଲସେଲ ଆନେମିଆ ନିରାକରଣ ଅବସରରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ଖଣି ପାର୍ଶ୍ଵବର୍ତ୍ତୀ ଗ୍ରାମୀଣ ଅଞ୍ଚଳରେ ସଚେତନତା ଅଭିଯାନ କରାଯାଇଛି । ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଓଏମସିର କାର୍ଯ୍ୟକ୍ଷମ ଖଣି ଅଞ୍ଚଳରେ ସିକଲସେଲ ସଚେତନତା ବ୍ୟାପକ କରିବା ଲକ୍ଷ୍ୟରେ ଓଏମସିର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଯାନ “ଆରୋଗ୍ୟବାହିନୀ” ମାଧ୍ୟମରେ ଏହି ଶିବିରର ଆୟୋଜନ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ କ୍ଲିକ୍‌ରେ ମିଳିବ ସବୁ ସେବା

ଓଏମସିର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ ଆରୋଗ୍ୟବାହିନୀ - କୋରାପୁଟ, କେଉଁଝର, ଯାଜପୁର ଏବଂ ବଡବିଲ ଖଣି ଅଞ୍ଚଳରେ ସ୍ଥିତ ଜିଲିଙ୍ଗ ଦୈତାରୀ, ଲକ୍ଷ୍ମୀପୁର, କାଳିଆପାଣି, ଶୁଆକାଟି ଏବଂ ସେରେଣ୍ଡା ଠାରେ ଏହି ସଚେତନତା ଶିବିର ଆୟୋଜନ ହୋଇଛି । ଏହି ସିକଲସେଲ ବା ରକ୍ତ ଶିକୁଳି ରୋଗ ନିରାକରଣ ବିଷୟରେ ଜନ ସାଧାରଣଙ୍କୁ ସଚେତନ କରିବା ସହିତ ରକ୍ତଶିକୁଳି ଓ ରକ୍ତହୀନତାର କାରଣ ଓ ନିରାକରଣ ତଥା ରୋଗ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ସର୍ବସାଧାରଣରେ ସଚେତନତା ସୃଷ୍ଟି କରାଯାଇଥିଲା ।

Advertisment

ସୂଚନାଯୋଗ୍ୟ ଯେ, ଓଏମସିର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଯାନ “ଆରୋଗ୍ୟବାହିନୀ" ବର୍ତ୍ତମାନ, ଖଣି ଅଞ୍ଚଳ ଆଖପାଖରେ ଥିବା ୮୫ଟି ଚିହ୍ନଟ ଗ୍ରାମରେ ୬ଟି ମୋବାଇଲ୍ ହେଲ୍ଥ ୟୁନିଟ୍ ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ଆରୋଗ୍ୟବାହିନୀ ଚିକିତ୍ସା ସେବା ପ୍ରଦାନ ବ୍ୟତୀତ, ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଗମ ଏବଂ ସୁବିଧାଜନକ କରିଛି। ଏହି ପ୍ରୟାସ ମାଧ୍ୟମରେ ଦୁର୍ଗମ ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ସିଧାସଳଖ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହିତ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି। ଏହି ପ୍ରୟାସ ମାଧ୍ୟମରେ ଗ୍ରାମବାସୀଙ୍କୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ, ପ୍ରାଥମିକ ସ୍ୱାସ୍ଥ୍ୟସେବା, ମାଗଣା ଚିକିତ୍ସା ସୁବିଧା, ଔଷଧ ଯୋଗାଣ, ପ୍ରତିରୋଧକ ସ୍କ୍ରିନିଂ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଶେଷ ସହାୟତା ପ୍ରଦାନ କରାଯାଉଅଛି। ଏହି ପ୍ରୟାସ ଫଳସ୍ୱରୂପ, ୧.୫୦ ଲକ୍ଷରୁ ଅଧିକ ଲୋକ ସକାରାତ୍ମକ ଭାବରେ ପ୍ରଭାବିତ ହେଉଛନ୍ତି।

Odisha OMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ