Advertisment

Living in Broken House: ସମସ୍ତେ ଆରପାରିରେ...ଭଙ୍ଗା କୁଡ଼ିଆରେ କଟୁଛି ବୁଢ଼ୀ ମାଉସୀର ଅଭିଶପ୍ତ ଜୀବନ

ବଙ୍ଗାଳୀଙ୍କ ଏପରି ଅବସ୍ଥା ଦେଖିଲେ ଯେ କେହି ପ୍ରଶ୍ନ କରିବ ସରକାରଙ୍କ ପକ୍କା ଘର ଯୋଜନା କାହା ପାଇଁ ? ବଙ୍ଗାଳିଙ୍କ ବାବଦରେ ଆମେ ଭଞ୍ଜନଗର ଉପଜିଲ୍ଲାପାଳ ସହ ଯୋଗାଯୋଗ କରିଥିଲୁ ସେ କହିଛନ୍ତି ଯଥା ଶୀଘ୍ର ତାଙ୍କୁ ଆବାସ ଯୋଜନାରେ ରେ ସାମିଲ କରାଯିବ। ଏବେ ଦେଖିବାକୁ ବାକି ରହିଲା ମୁଣ୍ଡ ଗୁଂଜିବାକୁ ଏ ବୁଢ଼ୀ ମାଉସୀଙ୍କୁ କେବେ ମିଳୁଛି ଖଣ୍ଡେ ଘର।

ଅଦ୍ୟତନ ହୋଇଛି
ଭଙ୍ଗାଘରେ ବୁଢ଼ୀ ମାଉସୀ

ଭଙ୍ଗାଘରେ ବୁଢ଼ୀ ମାଉସୀ

Advertisment

ଗରିବ ଓ ନିଃସହାୟ ମାନଙ୍କ ପାଇଁ ସରକାରଙ୍କ ରହିଛି ଆବାସ ଯୋଜନା। ହେଲେ ଏହି ଯୋଜନା ଅନେକ ସମୟରେ ହୁଏ ବାଟ ବଣା। ଯୋଗ୍ୟ ହିତାଧିକାରୀ ଆବାସଟିଏ ପାଇଁ ଚାହିଁ ଚାହିଁ ହୁଏ ଜଳକା । ଏଇ ଯେମିତି ୭୦ବର୍ଷୀୟ ବୃଦ୍ଧା ବଙ୍ଗାଳି ଗୌଡ଼..।

Advertisment

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଝାଡ଼ବନ୍ଧ ପଞ୍ଚାୟତ କଳାସୂତା ଗ୍ରାମର ୭୦ ବର୍ଷୀୟ ବୃଦ୍ଧା ବଙ୍ଗାଳି ଗୌଡ଼ । ସ୍ୱାମୀ,ପୁଅ,ବୋହୁ ସମସ୍ତେ ବଙ୍ଗାଳୀଙ୍କୁ ଏକୁଟିଆ କରି ଚାଲି ଗଲେ ଅରପାରିକୁ। ଏବେ ଏତେ ବଡ଼ ଦୁନିଆରେ ବୃଦ୍ଧା ବଙ୍ଗାଳି ଏକା। ଚାଳ ଛପର ଘର ଖଣ୍ଡେ ଥିଲା। ତାହା ବର୍ଷାରେ ମାଟିରେ ମିଶି ଯାଇଛି। ଏବେ ଅନ୍ୟ ଗ୍ରାମର ଜଣେ ଲୋକଙ୍କ ଜାଗାରେ ନୁଆଁଣିଆ କୁଡ଼ିଆଟିଏ କରି ଦୟନୀୟ ଅବସ୍ଥାରେ ରହୁଛନ୍ତି ଏହି ଅସହାୟ ବୃଦ୍ଧା। ଟିକିଏ ବର୍ଷା ହେଲେ ବାହାରେ ପାଣି ନ ପଡୁଣୁ ଘର ସାରା ବର୍ଷା। ଘରେ ସୂର୍ଯ୍ୟ ଚନ୍ଦ୍ର ରାଜ୍ କରୁଛନ୍ତି।

ସରକାରଙ୍କ ଆବାସ ଯୋଜନାରେ ସାମିଲ ହେବା ପାଇଁ ବଙ୍ଗାଳି ଦିର୍ଘ ବର୍ଷ ହେଲା ସବୁ ସ୍ଥାନକୁ ଯାଇ ନୟାନ୍ତ ହେଲେଣି। ହେଲେ ମିଳିଛି ସବୁ ଆଡୁ ନିରାଶ । ତେଣୁ ଏବେ ସେ ସରକାରଙ୍କ ପକ୍କା ଘର ଆଶା ଛାଡି ଦେଲେଣି। ବଙ୍ଗାଳିଙ୍କୁ ସରକାରୀ ସହାୟତା କହିଲେ ମାଗଣା ଚାଉଳ ଓ ୧୨ ଶହ ଟଙ୍କା ମିଳୁଛି। ସେଥିରେ ଅତ୍ୟନ୍ତ କଷ୍ଟରେ ଗୋଟିଏ ଦିନ ଖାଇଲେ ଅନ୍ୟ ଦିନ ଉପବାସ ରହୁଛନ୍ତି।

Advertisment

ସବୁଠାରୁ ବଡ଼ କଥା ହେଲେ ସେ ରହୁଥିବା ଜାଗା କାଦୁଅ ପଚପଚ କୁଡ଼ିଆ ଘର। ବର୍ଷା ହେଲେ ଅବସ୍ଥା କହିଲେ ନସରେ । ଘରେ ପାଲ ଖଣ୍ଡେ ପକାଇବାକୁ ବି ସେ ଅସମର୍ଥ। ଅଧିକ ବର୍ଷା ହେଲେ ଅନ୍ୟର ବାରଣ୍ଡାରେ ଆଶ୍ରୟ ନିଅନ୍ତି । କେଉଁଦିନ କିଏ ଖାଇବାକୁ ଦେଲେ ପେଟ ପୁରେ ନ ହେଲେ ଭୋକରେ ଦିନ କଟେ ।

ବଙ୍ଗାଳୀଙ୍କ ଏପରି ଅବସ୍ଥା ଦେଖିଲେ ଯେ କେହି ପ୍ରଶ୍ନ କରିବ ସରକାରଙ୍କ ପକ୍କା ଘର ଯୋଜନା କାହା ପାଇଁ ? ବଙ୍ଗାଳିଙ୍କ ବାବଦରେ ଆମେ ଭଞ୍ଜନଗର ଉପଜିଲ୍ଲାପାଳ ସହ ଯୋଗାଯୋଗ କରିଥିଲୁ ସେ କହିଛନ୍ତି ଯଥା ଶୀଘ୍ର ତାଙ୍କୁ ଆବାସ ଯୋଜନାରେ ରେ ସାମିଲ କରାଯିବ। ଏବେ ଦେଖିବାକୁ ବାକି ରହିଲା ମୁଣ୍ଡ ଗୁଂଜିବାକୁ ଏ ବୁଢ଼ୀ ମାଉସୀଙ୍କୁ କେବେ ମିଳୁଛି ଖଣ୍ଡେ ଘର।

Advertisment
PM Awas Yojana Old Woman Demands House Plights Of Homeless People
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ