Advertisment

Baby Elephant: ଛୁଆ ହାତୀ ଜନ୍ମ ନେଇଛି; ତ୍ରିନାଥ ମେଳା ଓ ଭୋଜିଭାତ ଚାଲିଛି

ଅନୁଗୋଳ ଜିଲ୍ଲାରେ ହାତୀ ସମେତ ଅନେକ ବନ୍ୟପ୍ରାଣୀ ଅକାଳରେ ମରୁଛନ୍ତି। ହେଲେ ଗତ ୧୨ ତାରିଖ ଦିନ ଗୁରଙ୍ଗ ଗାଁରେ ଏକ ହାତୀ ଛୁଆ ଜନ୍ମ ଦେଇଥିଲା। ଗାଁ ଲୋକେ ଏଥିରେ ଖୁସିହୋଇ ହାତୀ ଛୁଆର ଏକୋଇଶିଆ ପାଳନ କରିଥିଲେ।

ଅଦ୍ୟତନ ହୋଇଛି
Elephant

Elephant

Advertisment

ବାଜୁଛି ମାଇକ...। ଚାଲିଛି ତ୍ରିନାଥ ମେଳା.... । ଏପଟେ ଗାଁ ଲୋକେ ମଧ୍ୟ ଖୁସିରେ ଖାଉଛନ୍ତି ଭୋଜିଭାତ। ଯେପରି ଲାଗୁଛି ଗାଁର କେଉଁ ଛୋଟ ଛୁଆର ଜନ୍ମ ଦିବସ ଚାଲିଛି। ସେଥିପାଇଁ ଚାଲିଛି ଏହି ଆୟୋଜନ ଚାଲିଛି। ନାଁ ଆଜ୍ଞା କଥାଟା ଟିକିଏ ଅଲଗା। ଏଠାରେ କେଉଁ ପିଲାର ଜନ୍ମ ଦିନ ପାଳନ କରାଯାଉନାହିଁ, ଏଠି ହାତୀ ଛୁଆର ଏକୋଇଶିଆ ପୂଜା ଚାଲିଛି। ଏଥିପାଇଁ ଗାଁରେ ଭୋଜିଭାତ ଚାଲିଛି। କଥାଟା ହଠାତ୍ ବିଶ୍ୱାସ ହେଉନଥିଲେ ମଧ୍ୟ ପ୍ରକୃତରେ ଏହା ସତ। ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ।

Advertisment

ଅଧିକ ପଢ଼ନ୍ତୁ:  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଆଖି ବୁଜିଲା ହାତୀ ଛୁଆ

ଅନୁଗୋଳ ଜିଲ୍ଲାରେ ହାତୀ ସମେତ ଅନେକ ବନ୍ୟପ୍ରାଣୀ ଅକାଳରେ ମରୁଛନ୍ତି। ହେଲେ ଗତ ୧୨ ତାରିଖ ଦିନ ଗୁରଙ୍ଗ ଗାଁରେ ଏକ ହାତୀ ଛୁଆ ଜନ୍ମ ଦେଇଥିଲା। ଗାଁ ଲୋକେ ଏଥିରେ ଖୁସିହୋଇ ହାତୀ ଛୁଆର ଏକୋଇଶିଆ ପାଳନ କରିଥିଲେ।

ପୂଜାପାଠ ହୋମ ଯଜ୍ଞ କରି ହାତୀ ଛୁଆଟିର ଦୀର୍ଘ ଜୀବନ କାମନା କରିଥିଲେ। ଏପରିକି ହାତୀଛୁଆର ଦୀର୍ଘ ଜୀବନ କାମନା କରି ତ୍ରିନାଥ ମେଳା କରିବା ସହିତ ହୋମଯଜ୍ଞ କରିଥିଲେ । ଏହି ଅବସରରେ ଗାଁରେ ଭୋଜିଭାତର ଆସର ମଧ୍ୟ ଜମିଥିଲା। ଗ୍ରାମବାସୀଙ୍କ ବନ୍ୟପ୍ରାଣୀଙ୍କ ପ୍ରତି ଭଲ ପାଇବାର ଥିଲା ଏହା ଏକ ଉଦାହରଣ। ଏଥିସହ ଅନୁଗୋଳ ବନାଞ୍ଚଳ ଗୁରଙ୍ଗ ଗାଁର ଲୋକେ ପାଳି କରି ପ୍ରାୟ ୪୦ ବର୍ଷ ହେଲା ଠେଙ୍ଗାଧରି ଜଙ୍ଗଲ ସୁରକ୍ଷା କରି ଆସୁଛନ୍ତି। ଗାଁର ଲୋକମାନେ ମିଳିମିଶି ଜଙ୍ଗଲକୁ ସୁରକ୍ଷା ଦେବା ସହ ବନ୍ୟଜନ୍ତୁଙ୍କୁ ମଧ୍ୟ ସୁରକ୍ଷା ଦେଇ ଆସୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଅସହ୍ୟ ଯନ୍ତ୍ରଣା, ଡହଡହ ଖରାରେ ସିଝୁଛନ୍ତି ଭକ୍ତ

Elephant Anugul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ