Advertisment

Lightning Strikes Prevention in Odisha: ବଜ୍ରପାତ ରୋକିବାକୁ ୨୫ ଲକ୍ଷ ତାଳ ଗଛ, ୩ ବର୍ଷରେ ମଲେଣି ୧୦୫୭

ଚିନ୍ତା ବଢାଉଛି ବଜ୍ରପାତଜନିତ ମୃତ୍ୟୁ। ପ୍ରତିବର୍ଷ ରାଜ୍ୟରେ ବଜ୍ରାଘାତରେ ଯାଉଛି ପାଖାପଖି ୩ ଶହ ଜୀବନ। ବିଜୁଳି, ଘଡଘଡ଼ିର ପ୍ରକୋପ ହ୍ରାସ କରିବା ପାଇଁ ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବ୍ୟାପକ ତାଳ ଗଛ ଲଗାଇବା ପାଇଁ ପାଇଁ ନିଷ୍ପତ୍ତି ହୋଇଥିଲା। ଚଳିତ ବର୍ଷ ମଧ୍ୟ ପ୍ରାୟ ୨୫ ଲକ୍ଷ ତାଳ ଗଛ ଲଗାଇବାକୁ ଯୋଜନା କରିଛି ଜଙ୍ଗଲ ବିଭାଗ।

ଅଦ୍ୟତନ ହୋଇଛି
ବଜ୍ରପାତ

ଚିନ୍ତା ବଢାଉଛି ବଜ୍ରପାତଜନିତ ମୃତ୍ୟୁ

Advertisment

ଚିନ୍ତା ବଢାଉଛି ବଜ୍ରପାତଜନିତ ମୃତ୍ୟୁ। ପ୍ରତିବର୍ଷ ରାଜ୍ୟରେ ବଜ୍ରାଘାତରେ ଯାଉଛି ପାଖାପଖି ୩ ଶହ ଜୀବନ। ବିଜୁଳି, ଘଡଘଡ଼ିର ପ୍ରକୋପ ହ୍ରାସ କରିବା ପାଇଁ ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବ୍ୟାପକ ତାଳ ଗଛ ଲଗାଇବା ପାଇଁ ପାଇଁ ନିଷ୍ପତ୍ତି ହୋଇଥିଲା। ଚଳିତ ବର୍ଷ ମଧ୍ୟ ପ୍ରାୟ ୨୫ ଲକ୍ଷ ତାଳ ଗଛ ଲଗାଇବାକୁ ଯୋଜନା କରିଛି ଜଙ୍ଗଲ ବିଭାଗ। ସେପଟେ ପାଣିବାଗ ବିଜ୍ଞାନୀ କହିଛନ୍ତି, ଅତ୍ୟାଧୁନିକ ଡପଲାର୍ ରାଡାର୍ ଲଗାଇ ବଜ୍ରପାତ ସଂପର୍କିତ ଆଗୁଆ ସୂଚନା ସଠିକ୍ ଭାବେ ଲୋକଙ୍କୁ ଦିଆଯାଇପାରିଲେ ମୃତାହତ ସଂଖ୍ୟା କମାଯାଇପାରିବ।

Advertisment

କାଳବୈଶାଖୀ ପ୍ରଭାବରେ ହେଉଥିବା ବଜ୍ରପାତରେ ପ୍ରତିଦିନ କେଉଁଠି ନା କେଉଁଠି ମୃତ୍ୟୁ ଖବର ଆସୁଛି। ଦିନକ ତଳେ ଗତ ଶୁକ୍ରବାର କେବଳ ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯାଇଥିଲା ୧୩ ଜଣଙ୍କର ଜୀବନ। ଏମାନଙ୍କ ମଧ୍ୟରୁ ଯାଜପୁର ଧର୍ମଶାଳା ବ୍ଲକରେ ଦୁଇ ନାବାଳକ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ବଜ୍ରପାତରେ ଉଡ଼ିଯାଇଥିଲା ପ୍ରାଣବାୟୁ। ସେହିପରି କୋରାପୁଟ ଲକ୍ଷ୍ମୀପୁରର ଓଡ଼ିଆପେଣ୍ଠ ଗାଁରେ ବଜ୍ରପାତରେ ଜେଜମାଙ୍କ ସହିତ ନାତୁଣିର ଅକାଳ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା।

ଅଧିକ ପଢ଼ନ୍ତୁ: ୪ ଦଶନ୍ଧି ପରେ କୋର୍ଟର ନବକଳ୍ପ; ୪୬ ହଜାର ବର୍ଗମିଟର ଜାଗା, ଚାଲିପାରିବ ୫୬ଟି କୋର୍ଟ

Advertisment

ବଜ୍ରପାତଜନିତ ମୃତ୍ୟୁକୁ ନେଇ ଗତ ଡିସେମ୍ବର ମାସରେ ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଯେଉଁ ତଥ୍ୟ ରଖିଥିଲେ, ତା ଆଖି ଖୋସି ଦେବା ଭଳି। ବିଗତ ୩ ବର୍ଷରେ ରାଜ୍ୟରେ ବ୍ରଜପାତରେ ଯାଇଛି ହଜାରେ ୫୭ ଜଣଙ୍କ ଜୀବନ। କେବଳ ଗତବର୍ଷ ଏପ୍ରିଲରୁ ଅକ୍ଟୋବର, ୭ ମାସ ଭିତରେ ଯାଇଛି ୨୦୧ ଜଣଙ୍କ ଜୀବନ। ସେହିପରି ୨୦୨୩-୨୪ରେ ୨୭୨ ଜଣ ଏବଂ ୨୦୨୨-୨୩ରେ ୩୦୬ ଜଣଙ୍କ ଜୀବନ ବଜ୍ରାଘାତରେ ଯାଇଛି। ପାଣିପାଗ ବିଜ୍ଞାନୀଙ୍କ କହିବା କଥା, ବର୍ଷର ଅନ୍ୟଦିନ ଅପେକ୍ଷା ଏପ୍ରିଲ ଓ ମେ ମାସରେ କାଳବୈଶାଖୀ ସମୟରେ ବଜ୍ରପାତର ତୀବ୍ରତା ଅଧିକ ରହିଥାଏ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହିମାତ୍ରା ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳୁଛି। ସହରାଞ୍ଚଳ ଅପେକ୍ଷା ନିର୍ଜନ ସ୍ଥାନରେ ଏହାର ମାତ୍ରା ଅଧିକ। ଏଥିପାଇଁ ପାଣିପାଗ ବିଭାଗ ଆଗୁଆ ସତର୍କ ସୂଚନା ଜାରି ସହ ଅତ୍ୟାଧୁନିକ ରାଡାରର ବ୍ୟବହାର କରିବା ଆବଶ୍ୟକ। ଯାହାଦ୍ବାରା କେଉଁ ସ୍ଥାନରେ ବିଜୁଳି ଘଡଘଡି ମାରିବ ତାହା ଚିହ୍ନଟ କରିବା ସହଜସାଧ୍ୟ ହୋଇପାରିବ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ଅପେକ୍ଷା ଉତ୍ତର ଓଡ଼ିଶାର ବାଲେଶ୍ବର ଓ ମୟୂରଭଞ୍ଜ ଏବଂ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ବଜ୍ରାଘାତରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି। ବଜ୍ରାଘାତ ପ୍ରକୋପ କମାଇବା ଲାଗି ସରକାର ତାଳଗଛ ଲଗାଇବାପାଇଁ ପଦକ୍ଷେପ ନେଇଥିଲେ। ଚଳିତ ବର୍ଷ ମଧ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଅଧିକ ତାଳଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ପୂର୍ବରୁ 20 ଲକ୍ଷ ଗଛ ଲଗାଯାଇଥିଲା,ଏ ବର୍ଷ ଆହୁରି ୨୦-୨୫ ଲକ୍ଷ ତାଳ ଗଛ ଲଗାଇବା ପାଇଁ ଯୋଜନା ଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।

Advertisment

ଅଧିକ ପଢ଼ନ୍ତୁ: ଲାଜ ଲାଗୁଛି ତ ମୋ ପାଖକୁ ଆସ... କାହିଁକି ଏପରି କହିଲେ ଟିନା

Lightning Strike Lightning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: