Advertisment

ଆୟୁଷ୍ମାନ ଭାରତ ପାର୍ଟ-ଟୁ ! ୨୭ ହଜାର ମେଡିକାଲରେ ମିଳିବ ସୁବିଧା

ଓଡ଼ିଶାରେ ବିଳମ୍ବ ହେବ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଶୀଘ୍ର SOP ଆଣି ପାର୍ଟ 1 ଓ 2 ର ହେବ ମେଗା ଲଞ୍ଚିଂ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

undefined

Ayushman Bharat

Advertisment

ଆସନ୍ତାକାଲିଠାରୁ ସାରା ଦେଶରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ପାର୍ଟ-୨। ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ମିଳିବ ସ୍ୱାସ୍ଥ୍ୟ ବୀମା। କିନ୍ତୁ ଓଡ଼ିଶାରେ ଯୋଜନା କାର୍ଯ୍ୟକାରୀରେ ହେବ ସାମାନ୍ୟ ବିଳମ୍ବ। କାହିଁକି ନା ଏଯାଏଁ ରାଜ୍ୟରେ ଆୟୁଷ୍ମାନ ଭାରତ ପାଇଁ ମୋଡାଲିଟି ସ୍ଥିର ହୋଇନାହିଁ।

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଆସନ୍ତାକାଲି ଆୟୁଷ୍ମାନ ଭାରତ ପାର୍ଟ-୨ ଲଂଚ୍ ହେବା ପରେ ଓଡ଼ିଶା ଏହାକୁ କେବଳ ନୀତିଗତ ଭାବେ ଗ୍ରହଣ କରିବ। କିନ୍ତୁ ଚଳିତ ଆର୍ଥିକ ବର୍ଷ ଶେଷ ଆଡକୁ ଯୋଜନା ଲାଗୁ ହୋଇପାରେ। ଏଥିପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଖୁବଶୀଘ୍ର ମୋଡାଲିଟି ପ୍ରସ୍ତୁତ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ସରିଛି। କେନ୍ଦ୍ର ସରକାରଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି। 

ଉଭୟ ଆୟୁଷ୍ମାନ ଭାରତ ଏବଂ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଆରୋଗ୍ୟ ଯୋଜନା ପାଇଁ ଗୋଟିଏ କାର୍ଡ ରହିବ। ପ୍ରାୟ ୧ କୋଟି ପରିବାର ଏହି ନୂଆ କାର୍ଡ ପାଇବେ ଏବଂ ଏହାଦ୍ୱାରା ସାଢେ ୩ କୋଟି ଲୋକ ଉପକୃତ ହେବେ। ଆଗରୁ ବିଏସକେୱାଇ କାର୍ଡରେ ମାତ୍ର ୯୫୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିଲା, କିନ୍ତୁ ନୂଆ କାର୍ଡରେ ସାରା ଦେଶର ୨୭ ହଜାର ହସ୍ପିଟାଲରେ ସ୍ୱାସ୍ଥ୍ୟ ବୀମା ପାଇ ପାରିବେ।

Advertisment

ଏପଟେ ଯଥାଶୀଘ୍ର SOP ଆଣି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ଦାବି କରିଛନ୍ତି ବରିଷ୍ଠ ନାଗରିକ। ଉମରକୋଟ ଗୁଲିପାଟଣାର ସରୋଜିନୀ ନାୟକ। ବୟସ ୮୦। କ୍ୟାନ୍ସରରେ ପୀଡ଼ିତ। ଚିକିତ୍ସା ଆଉ ଔଷଧ ବାବଦକୁ ପ୍ରବଳ ଟଙ୍କା ଖର୍ଚ୍ଚ କରିସାରିଲେଣି। ଏବେ ସରକାରୀ ସହୟତାକୁ ଅପେକ୍ଷା କରିଛନ୍ତି। କାଲିଠାରୁ ଆରମ୍ଭ ହେଉଥିବା ଆୟୁଷ୍ମାନ ଭାରତ-୨ ନେଇ ଖୁସି ଜାହିର କରୁଥିବା ବେଳେ ରାଜ୍ୟ ସରକାର ତୁରନ୍ତ ଏହାକୁ ଲାଗୁ କରିବାକୁ ଦାବି କରିଛନ୍ତି।

ସେହିପରି ୭୫ ବର୍ଷୀୟ ବୃଦ୍ଧ ଚିତ୍ରକୋଣ୍ଡାର ରଘୁନାଥ ପ୍ରଧାନ। ୧୩ ବର୍ଷ ହେଲା ପକ୍ଷାଘାତରେ ଆକ୍ରାନ୍ତ। ନିୟମିତ ଚିକିତ୍ସା ଆଉ ମେଡିସିନ ଖାଉଛନ୍ତି। କିନ୍ତୁ ଆଉ ନିଜେ ଖର୍ଚ୍ଚ କରିବାର ସାମର୍ଥ୍ୟ ନାହିଁ। ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ଯୋଜନାକୁ କାର୍ଯ୍ୟକାରୀ କଲେ ସେ ତାର ସୁବିଧା ପାଇପାରିବେ ବୋଲି ଆଶା ରଖିଛନ୍ତି।

Advertisment

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଭିସି ଜରିଆରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ। ଆୟୁଷ୍ମାନ ଭାରତ ପାର୍ଟ-୨ ସହ ଖୋର୍ଦ୍ଧାରେ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଲାଗି କେନ୍ଦ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ଏହାସହ ଭୁବଶ୍ୱର ଗୋଠପାଟଣାରେ ସେଣ୍ଟ୍ରାଲ ଡ୍ରଗସ୍ ଟେଷ୍ଟିଂ ଲାବ୍ରୋଟାରୀ ଏବଂ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ୍ କେୟାର ସେଣ୍ଟରର ଶୁଭାରମ୍ଭ କରିବେ।

Health Minister Ayushman Bharat Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ