Advertisment

ଓଡ଼ିଶା ଆସିବେ ୪ ବାଘୁଣୀ ସମେତ ୫ ମହାବଳ ବାଘ

ଅଗଷ୍ଟ ସୁଦ୍ଧା ଡେବ୍ରିଗଡ଼ ଓ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳକୁ ଏଇ ୫ ନୂଆ ମହାବଳଙ୍କୁ ଅଣାଯିବ।

Tiger

Tiger

Advertisment

ଓଡ଼ିଶାରେ ବାଘବଂଶ ବୃଦ୍ଧି ଯୋଜନା । ଅକ୍ଟୋବର ଶେଷ ସୁଦ୍ଧା ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୪ ବାଘୁଣୀ ସହ ରାଜ୍ୟକୁ ଆସିବେ ୫ ମହାବଳ । ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କ ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି। ଏହି ଯୋଜନାରେ ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୨ଟି ବାଘୁଣୀ ସହ ଗୋଟିଏ ମହାବଳ ଏବଂ ଶିମିଳିପାଳ ଲାଗି କେବଳ ଦୁଇଟି ବାଘୁଣୀ ଅଣାଯାଉଥିବା ସୂଚନା ମିଳିଛି ।

Advertisment

ଅଗଷ୍ଟ ସୁଦ୍ଧା ଡେବ୍ରିଗଡ଼ ଓ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳକୁ ଏଇ ୫ ନୂଆ ମହାବଳଙ୍କୁ ଅଣାଯିବ। ଏଥିସହ ରାଜ୍ୟର ବିଭିନ୍ନ ଅଭୟାରଣ୍ୟ, ଚିଡିଆଖାନା ଓ ଅନ୍ୟ ବାସସ୍ଥଳୀରୁ ୮୧୦ଟି ଚିତ୍ରା ହରିଣ, ୩୨ଟି ସମ୍ବର, ୧୮ଟି କୃଷ୍ଣସାର ମୃଗ, ୩୦ଟି ମଗର, ୨୦ଟି ଲୁଣିପାଣି କୁମ୍ଭୀର ଭଳି ଆହୁରି କିଛି ବନ୍ୟଜନ୍ତୁଙ୍କୁ ରାଜ୍ୟର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଛ଼ଡାଯିବାକୁ ଯୋଜନା ରହିଥିବା ଜଣାପଡିଛି । ଏନେଇ ପିସିସିଏଫ୍‌ଙ୍କ ପକ୍ଷରୁ ବିଭିନ୍ନ ଅଭୟାରଣ୍ୟ ଓ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି ।

Similipal Tiger Reserve Odisha PCCF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ