Advertisment

ବ୍ରହ୍ମପୁରରୁ ଟାଟାନଗରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

ବ୍ରହ୍ମପୁର ଷ୍ଟେସନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Vande Bharat

Vande Bharat

Advertisment

ବ୍ରହ୍ମପୁରରୁ ଟାଟାନଗରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଆସନ୍ତା ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ। ଏହାପୂର୍ବରୁ ଏହାର ଟ୍ରାଏଲ୍ ରନ୍ ସରିଛି। ଆଉ ଏହି ସମୟର ଏକ ସୁନ୍ଦର ଭିଡିଓକୁ ପୋଷ୍ଟ୍ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଆକାଶ ମାର୍ଗରୁ ନିଆଯାଇଥିବା ଭିଡିଓ ବେଶ୍ ଚତ୍ମକାର ଭାବେ ବନ୍ଦେ ଭାରତର ଗତି ଓ ଚିଲିକା କୂଳର ସୌନ୍ଦର୍ଯ୍ୟକୁ ପରିପ୍ରକାଶ କରୁଛି।

Advertisment

ଗଞ୍ଜାମ ଜିଲ୍ଲାର ପ୍ରବେଶ ପଥରେ ଥିବା ଚିଳିକା କୂଳ ଦେଇ ଯେଉଁ ସମୟରେ କ୍ଷୀପ୍ର ଗତିରେ ‘ବନ୍ଦେ ଭାରତ ଆଗକୁ ଗଡ଼ୁଛି ତାହା ଦେଖିବାକୁ ଯେତେ ମନଲୋଭା ସେତିକି ଭାରତୀୟ ରେଲୱେର ଗାରିମାକୁ ପ୍ରରିପ୍ରକାଶ କରିଛି।

ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଏହି ଟ୍ରେନକୁ ମିଶେଇ ଦେଶରେ ୧୦ଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ। ତନ୍ମଧ୍ୟରୁ ଓଡିଶା ମଧ୍ୟରେ ୩ଟି ଟ୍ରେନ ଚଳାଚଳ କରିବ। ଟାଟା-ବ୍ରହ୍ମପୁର ବନ୍ଦେ ଭାରତ, ରାଉରକେଲା-ହାୱଡା ବନ୍ଦେ ଭାରତ ଏବଂ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ।

Advertisment

ତେବେ ବ୍ରହ୍ମପୁର ଷ୍ଟେସନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Train Vande Bharat Express
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ