Advertisment

Pharma Hub:ଖୁବ୍ ଶୀଘ୍ର ଓଡ଼ିଶା ହେବ ଫାର୍ମା ହବ୍ , ଅଢେଇ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହେବ

‘ଖୁବ୍ ଶୀଘ୍ର ଓଡ଼ିଶା ହେବ ଫାର୍ମା ହବ୍ । ଦେଶବିଦେଶର ନାମୀଦାମୀ କମ୍ପାନୀ ଏଠାରେ ନିଜ ପ୍ରତିଷ୍ଠାନ ତିଆରି କରିବେ । ଏହାଦ୍ବାର ଅଢେଇ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହେବ ।’ ଆଜି ରାଜ୍ୟବାସୀଙ୍କୁ ଏପରି ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଅଦ୍ୟତନ ହୋଇଛି
Odisha

Odisha

Advertisment

ଆଗାମୀ ଦିନରେ ଦେଶର ଫାର୍ମା ହବ୍ ହେବ ଓଡ଼ିଶା । ଏକ ଫାର୍ମା କନକ୍ଲେଭ୍ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହି କ୍ଷେତ୍ରରେ ଅଢ଼େଇ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହେବ ବୋଲି କହିଛନ୍ତି ସିଏମ । ସେହିପରି ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରିଛନ୍ତି। ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅଧିକ ଚାଉଳ ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି । ୧୧ଟି ଜିଲ୍ଲାକୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଯୋଗାଇବାକୁ ନିଷ୍ପତ୍ତି ।

Advertisment

୮ KBK ଜିଲ୍ଲା ସହ ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ଏହି ସୁବିଧା ମିଳିବ । ୩ ମାସ ପାଇଁ ୨୭ ଲକ୍ଷରୁ ଊର୍ଦ୍ଧ୍ବ ପରିବାରକୁ ଏହି ସୁବିଧା ମିଳିବ । ମୋଟ ୪୧ ହଜାର ୮୨ ମେଟ୍ରିକ ଟନ୍ ଅତିରିକ୍ତ ଚାଉଳ ବଣ୍ଟନ କରାଯିବ । ରାଜ୍ୟ ସରକାର ନିଜ ପାଣ୍ଠିରୁ ପ୍ରାୟ ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଆଗାମୀ ୫ ବର୍ଷରେ ‘୭୫ ହଜାର କିମି ଉଚ୍ଚମାନର ସଡ଼କ ନିର୍ମାଣ ହେବ। ରାଜ୍ୟରେ ଆଉ ୪ଟି ନୂଆ ବନ୍ଦର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଇଞ୍ଚୁଡି, ବାହୁଡା, ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗରେ ବନ୍ଦର ନିର୍ମାଣ ଲକ୍ଷ୍ୟ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟରେ ଗଠନ ହେବ ଆଉ ୨୧ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ । ରାଜ୍ୟର ମାତ୍ର ୧୭ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ରହୁଛନ୍ତି । ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ ୨୧ଟି ନୂଆ NAC ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି ।

Advertisment

ସ୍ବାଧୀନତା ଦିବସ ଅବସରରେ ଗାନ୍ଧି ମାର୍ଗରେ ମହିଳା ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ବାର୍ତ୍ତା । ମହିଳା ସୁରକ୍ଷା ନେଇ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ବ୍ୟକ୍ତି ଯେତେ ବି ଶକ୍ତିଶାଳୀ ହେଲେ ବି କାର୍ଯ୍ୟାନୁଷ୍ଠାନ ହେବ । ସେମାନଙ୍କ ସ୍ଥାନ ଜେଲ୍ ରେ ସମାଜରେ ନୁହେଁ । କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ କ୍ଷମତା ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଆଉ ୪ ସେମିକଣ୍ଡକ୍ଟର ୟୁନିଟକୁ ଗ୍ରୀନ ସିଗନାଲ, ବର୍ଷ ଶେଷ ସୁଦ୍ଧା ମେଡ୍ ଇନ୍ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍

Advertisment
Odisha Pharma Companies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ