Advertisment

OTV: ଇଣ୍ଡିଆ ଫୋର୍ବସ ସିଲେକ୍ଟ-200ରେ ସ୍ଥାନ ପାଇଥିବାରୁ ଗର୍ବିତ କହିଲେ MD ଜଗି ମଙ୍ଗତ ପଣ୍ଡା

ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଟିଭିକୁ ମିଳିଲା ସମ୍ମାନ । ଯୋଗଦେଲେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ।

ଅଦ୍ୟତନ ହୋଇଛି
Odisha Television Ltd (OTV)

ଇଣ୍ଡିଆ ଫୋର୍ବସ ସିଲେକ୍ଟ-200 ତାଲିକାରେ ଓଟିଭି

Advertisment

ଇଣ୍ଡିଆ ଫୋର୍ବସ ସିଲେକ୍ଟ-200 ତାଲିକାରେ ସ୍ଥାନ ପାଇଥିବା ଓଟିଭିକୁ ମିଳିଲା ସମ୍ମାନ। ଆଜି ସନ୍ଧ୍ୟାରେ ନୂଆ ଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ସମେତ ଫୋର୍ବସ ସିଲେକ୍ଟ-200 ତାଲିକାରେ ସ୍ଥାନ ପାଇଥିବା ସମସ୍ତ ସଂସ୍ଥାର ମୁଖ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଜଗି ମଙ୍ଗତ କହିଛନ୍ତି, ଓଟିଭିରେ ଟିମ୍ ପାଇଁ ଆଜି ଏହି ସଫଳତା ମିଳିପାରିଛି। ଏଥିପାଇଁ ଓଟିଭିର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜଗି।

Advertisment

ଏହା ସହ ପଢ଼ନ୍ତୁ: ଯନ୍ତ୍ରୀଙ୍କ ଘରୁ ମିଳିଲାଣି ୧ କେଜି ସୁନା, ନଗଦ ୧୩ ଲକ୍ଷ ଟଙ୍କା

ଓଡ଼ିଶା ଟେଲିଭିଜନ ଲିମିଟେଡ୍ ଏହାର ୫ଟି ସାଟେଲାଇଟ୍ ଚ୍ୟାନେଲ, ନ୍ୟୁଜ୍ ପୋର୍ଟାଲ ଏବଂ ଓଟିଟି ପ୍ଲାଟଫର୍ମ ସହ ଓଡ଼ିଶାର ଗଣମାଧ୍ୟମ ଜଗତରେ ବିପ୍ଳବ ଆଣିପାରିଛି। ଉଚ୍ଚମାନର ନିରପେକ୍ଷ ଖବର ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରୁଥିବା ଓଟିଭି ଦୀର୍ଘ ୨୭ ବର୍ଷ ଧରି ଆଞ୍ଚଳିକ ସ୍ତରରେ ଏହାର ଆଧିପତ୍ୟ ବଜାୟ ରଖି ଆସିଛି। ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ବଳିଷ୍ଠ ମାର୍ଗଦର୍ଶନରେ ଏହି ସଫଳତା ହାସଲ କରିଛି ଓଟିଭି।

ଏହା ସହ ପଢ଼ନ୍ତୁ: କ୍ଷମା ମାଗିଲେ ଅଭିନେତା ମନୋଜ ମିଶ୍ର, କହିଲେ....

Forbes Jagi Mangat Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ