Advertisment

ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର; ଓଡ଼ିଶା ଆସିବେ ୫ ମହାବଳ ବାଘ, ୨ ଜିରାଫ

ସେପଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ ମହାବଳ । ଦେବ୍ରିଗଡ ପାଇବ ୩, ଶିମିଳିପାଳ ଆସିବ ୨ ମହାବାଳ ବାଘ । ନନ୍ଦନକାନନର ‘ଖୁସି’ ଜିରାଫକୁ ମିଳିବ ୨ ସାଥୀ ।

ଅଦ୍ୟତନ ହୋଇଛି
Royal Bangal Tigers

Royal Bangal Tigers

Advertisment

ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ଓଡ଼ିଶାକୁ ଆସିବେ ନୂଆ ଅତିଥି। ସେପଟେମ୍ବର ଶେଷ ସୁଦ୍ଧା ଦେବ୍ରିଗଡ ଓ ଶିମିଳିପାଳକୁ ୫ ମହାବଳ ବାଘ ଆସିବାକୁ ଥିବାବେଳେ ନନ୍ଦନକାନନକୁ ଆସବେ ୨ଟି ଜିରାଫ। ପୁଣି ଆଉ କିଛି ବିରଳ ବାନର ବି ଶୋଭା ବଢେଇବେ, ପର୍ଯ୍ୟଟକଙ୍କ ମନ ମୋହିବେ।

Advertisment

ସେପଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ ମହାବଳ । ଦେବ୍ରିଗଡ ପାଇବ ୩, ଶିମିଳିପାଳ ଆସିବ ୨ ମହାବାଳ ବାଘ । ନନ୍ଦନକାନନର ‘ଖୁସି’ ଜିରାଫକୁ ମିଳିବ ୨ ସାଥୀ । ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର। ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ ମହାବଳ ବାଘ। ବରଗଡ଼ ଦେବ୍ରିଗଡ଼ରେ ୩ ଓ ଶିମିଳିପାଳରେ ୨ ମହାବଳ ଛଡ଼ାଯିବ। ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି। ଏନେଇ ଆସିବାକୁ ଥିବା ମହାବଳ ଚିହ୍ନଟ ହୋଇଛନ୍ତି, ଆଇନଗତ ପ୍ରକ୍ରିୟା ବି ସରିଛି। ସପ୍ତାହକ ଭିତରେ ବନ ବିଭାଗର ୨ଟି ଟିମ୍ ମହାବଳ ଆଣିବାକୁ ଯିବେ। ଏହାସହ ଦେବ୍ରିଗଡ଼ରେ ବାଘ ଯେମିତି ଗାଁ ଗଣ୍ଡାକୁ ନ ଯିବ, ସେଥିପାଇଁ  ସୋଲାର ଫେନ୍ସିଂ ହେବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ୍।

ସେପଟେ ନନ୍ଦନକାନନର ଜିରାଫ ‘ଖୁସି’କୁ ମିଳିବେ ୨ ସାଥୀ। ପଶୁ ଅଦଳବଦଳ ପ୍ରକ୍ରିୟାରେ ଚଳିତମାସ ଶେଷ ସୁଦ୍ଧା ଆଲିପୁର ଚିଡିଆଖାନାରୁ ଏମାନେ ନନ୍ଦନକାନନକୁ ଆସିବେ। ଯାହାଫଳରେ ଏକାଠି ୩ ଜିରାଫ ଦେଖିପାରିବେ ପର୍ଯ୍ୟଟକ। ଏହାଛଡା ନନ୍ଦନକାନନରେ ତିଆରି ହେଉଛି ଏକ ନୂଆ କ୍ଲୋଜର୍‌ । ଯେଉଁଠି ପର୍ଯ୍ୟଟକମାନେ ଦେଖିବାକୁ ପାଇବେ ୭ଟି ବିରଳ ବାନର ଜାତୀୟ ପ୍ରାଣୀ। 

Advertisment

ତେଣେ ଆସନ୍ତାକାଲି ସ୍ବାଧୀନତା ଦିବସରେ ସ୍ବାଧୀନ ହେବେ ହରିଣ ଓ ସମ୍ବର। ହରିଶଙ୍କର, କୁଆଁରିଆ, ପାପଡାହାଣ୍ଡି ଡିଅର ପାର୍କରେ ଥିବା ଅଧିକ ହରିଣଙ୍କୁ ଜଙ୍ଗଲରେ ଛଡାଯିବା ପାଇଁ ସେଣ୍ଟ୍ରାଲ ଜୁ’ ଅଥୋରିଟିର ଅନୁମତି ମଗାଯାଇଛି। ଆଜି ନନ୍ଦନକାନନରୁ କିଛି ହରିଣଙ୍କୁ କୁଲଡିହାରେ ଛଡାଯାଇଛି। ଜୁଲାଇ ୫ରେ ନନ୍ଦନକାନନରୁ ଅଣାଯାଇ ଚନ୍ଦକା ଅଭୟାରଣ୍ୟର ଏନକ୍ଲୋଜରରେ ରଖାଯାଇଥିବା ହରିଣ ଓ ସମ୍ବରଙ୍କୁ ଆସନ୍ତାକାଲି ଚନ୍ଦକା ଡମପଡା ଅଭୟାରଣ୍ୟରେ ଛଡାଯିବ। 

Tigers Tigers In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ