Advertisment

Odisha Senior Citizens Association: ‘ଅବସର ସମୟକୁ ସମାଜ ସେବାରେ ଲଗାଇଲେ ଦେଶ ସମୃଦ୍ଧ ହେବ’

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ବରିଷ୍ଠ ନାଗରିକ ପ୍ରତିନିଧି ମାନେ ଯୋଗ ଦେଇ ଉତ୍ସବ ପାଳନ କରିଥିଲେ। ଏହି ଉତ୍ସବରେ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଅଦ୍ୟତନ ହୋଇଛି
Odisha Senior Citizens Association 14th Foundation Day

Odisha Senior Citizens Association

Advertisment

ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ୧୪ତମ ପ୍ରତିଷ୍ଠା ଦିବସ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ବରିଷ୍ଠ ନାଗରିକ ପ୍ରତିନିଧି ମାନେ ଯୋଗ ଦେଇ ଉତ୍ସବ ପାଳନ କରିଥିଲେ। ଏହି ଉତ୍ସବରେ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। 

Advertisment

ଏହି ଅବସରରେ ପୂର୍ବତନ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଉଦ୍‌ବୋଧନ ଦେଇ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ସେମାନେ ଅବସର ସମୟକୁ ସମାଜ ସେବାରେ ନିୟୋଜିତ କରି ଓଡ଼ିଆ ଭାଷା, ସଂସ୍କୃତିକୁ ସମୃଦ୍ଧ କରନ୍ତୁ। ନିବବ ଦ୍ରଷ୍ଟା ହୋଇ ରୁହନ୍ତୁ ନାହିଁ। ଦୁର୍ନୀତି, ଅନ୍ୟାୟ ଦେଖିଲେ ତାର ପ୍ରତିବାଦ କରନ୍ତୁ। 

ଅଧିକ ପଢନ୍ତୁ: ବାତ୍ୟା ‘ଦାନା’କୁ ବଳିଗଲା ଅଦିନ ମେଘ; ଅମଳ ବେଳରେ ସବୁଠି ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ

Advertisment

ଅନ୍ୟପଟେ କାର୍ଯ୍ୟକ୍ରମରେ ସ୍ତମ୍ବକାର ଅରବିନ୍ଦ ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସମସ୍ତଙ୍କ ପାଇଁ ଆହ୍ୱାନ ହୋଇଥିବା ବେଳେ ବରିଷ୍ଠ ନା଼ଗରିକ ମାନେ ଚାହିଁଲେ ପରିବର୍ତ୍ତନ ଆଣିପାରିବେ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ଗୋପୀନାଥ ବାରିକ ସମ୍ମାନିତ ଅତିଧି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ ସାମିଲ୍ ହୋଇଥିଲେ। 

ମହାସଂଘ ସଭାପତି ମଧୁମାଧବ ଜେନା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସଂପାଦକ ଡଃ ଯୁଗଳ କିଶୋର ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ବରିଷ୍ଠ ନାଗରିକଙ୍କ ସମସ୍ୟା ଉପରେ ଆଲୋକପାତ କରି କହିଥିଲେ ଯେ, ରାଜ୍ୟର ସମସ୍ତ ବରିଷ୍ଠ ନାଗରିକମାନଙ୍କ ପାଇଁ ସମସ୍ତ ଡ଼ାକ୍ତରଖାନରେ ମାଗଣା ଚିକତ୍ସାର ବ୍ୟବସ୍ଥା କରିବା ସହ ବାର୍ଦ୍ଧକ୍ୟ ଭତ୍ତା ୩୦୦୦ ଟଙ୍କା କାର୍ଯ୍ୟକାରୀ କରିବା ପାଇଁ ଦାବି ରଖିଥିଲେ। 

Advertisment

ଅଧିକ ପଢ଼ନ୍ତୁ: ମହାକାଶରେ ଆଉ ଏକ କୀର୍ତ୍ତିମାନ ଅପେକ୍ଷାରେ ଭାରତ; ପରୀକ୍ଷାମୂଳକ ଇନ୍-ସ୍ପେସ୍ ଡକିଂ କରିବ ଇସ୍ରୋ 

Odisha Foundation Day Senior Citizens
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ