Advertisment

ମହାରାଷ୍ଟ୍ରରୁ ଶିମିଳିପାଳ ଆସିଲା ନୂଆ ମହାବଳ ବାଘ

ରାଜ୍ୟରେ ବର୍ତ୍ତମାନ ମୋଟ୍ ୩୦ଟି ମହାବଳ ବାଘ ଥିବାବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ । ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ ।

ଅଦ୍ୟତନ ହୋଇଛି
Tiger

Tiger

Advertisment

ଶିମିଳିପାଳରେ ମହାବଳ ବାଘ ବଂଶ ବିସ୍ତାର ଦିଗରେ ବଡ଼ ପଦକ୍ଷେପ । ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳକୁ ଆସିଲା ଗୋଟିଏ ବାଘୁଣୀ । ଅଢ଼େଇ ବର୍ଷର ବାଘୁଣୀକୁ ଧରି ବନବିଭାଗ ଟିମ୍ ଶିମିଳିପାଳ ପହଞ୍ଚିଥିବା ସୂଚନା ମିଳିଛି। ଆସନ୍ତାକାଲି ଶିମିଳିପାଳ କୋର୍ ଏରିଆରେ ଏହି ବାଘକୁ ଛଡ଼ାଯିବ ବୋଲି କହିଛି ବନ ବିଭାଗ ।

Advertisment

ରାଜ୍ୟରେ ବର୍ତ୍ତମାନ ମୋଟ୍ ୩୦ଟି ମହାବଳ ବାଘ ଥିବାବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ । ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ । ତେବେ ଜେନେଟିକ୍ ଇନବ୍ରିଡିଂକୁ ରୋକିବା ସହ ମହାବଳ ବଂଶ ବିସ୍ତାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଖୁବଶୀଘ୍ର ମହାରାଷ୍ଟ୍ରରୁ ଆଉ ଏକ ମହାବଳ ବାଘକୁ ଶିମିଳିପାଳ ଅଣାଯିବ ବୋଲି ସୂଚନା ଦେଇଛି ବନ ବିଭାଗ ।

Similipal Tigers In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ