Advertisment

ଓଡ଼ିଶା RERAର କାର୍ଯ୍ୟନୁଷ୍ଠାନ ! ଏଭସ୍ ବିଲ୍ଡକନ୍ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା

୨ ମାସ ମଧ୍ୟରେ ଏହି ଜରିମାନା ଅର୍ଥ ଦାଖଲ ପାଇଁ ଏଭସକୁ ନିର୍ଦ୍ଦେଶ ଦେଇଛି ଓରେରା।

ଅଦ୍ୟତନ ହୋଇଛି
Odisha ORERA

RERA

Advertisment

ନିୟମ ଉଲ୍ଲଘଂନ ପାଇଁ ଓଡ଼ିଶା ରେରାର ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ। ଏଭସ୍ ବିଲ୍ଡକନ୍ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା। ଏହାସହ ଭଙ୍ଗାଯିବ ପୁରୀ ସିପସରୁ ବାଲିରେ ନିର୍ମାଣଧୀନ ‘ସି ରୋଜସ୍’ ଆପାର୍ଟମେଣ୍ଟରେ ବେଆଇନ ଭାବେ ନିର୍ମିତ ଅଷ୍ଟମ, ନବମ ଏବଂ ଦଶମ ମହଲା। ଓରେରା ପକ୍ଷରୁ ଜାରି ଆଦେଶନାମା ଅନୁସାରେ, ପୁରୀ ସିପସରୁବାଲିରେ ୨୪୯ ୟୁନିଟ ବିଶିଷ୍ଟ ୭ ମହଲା ଆପାର୍ଟମେଣ୍ଟ ତିଆରି ପାଇଁ ପୁରୀ କୋଣାର୍କ ଡେଭଲପମେଣ୍ଟ ଅଥରିଟି-PKDAଠାରୁ ଅନୁମତି ନେଇଥିଲା। କିନ୍ତୁ ଏହି ନିୟମ ଉଲ୍ଲଘଂନ କରି ସେଠାରେ ୩୫୫ ୟୁନିଟ୍ ବିଶିଷ୍ଟ ୧୦ ମହଲା ଆପାର୍ଟମେଣ୍ଟ ନିର୍ମାଣ କରିଛି।

Advertisment

ଅଧିକ ପଢନ୍ତୁ : ବାଂଲାଦେଶରେ ଅସ୍ଥିରତା, ଓଡ଼ିଶାରେ ହାଇ ଆଲର୍ଟ...ପାଟ୍ରୋଲିଂ ବଢ଼ାଇବାକୁ ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ

ଏମିତିକି ଏଥିପାଇଁ ଏଭସ ବିଲ୍ଡକନ୍ ପିକେଡିଏଠାରୁ ଅନୁମତି ମଧ୍ୟ ନେଇନାହିଁ। ଏହାକୁ ନେଇ ପୁରୀ ବିକାଶ ପରିଷଦର ସଭାପତିଙ୍କ e-mail ଆବେଦନ ଆଧାରରେ ଓରେରା ନିଜଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ବେଆଇନ୍ ଭାବେ ‘ସି ରୋଜସ୍’ ଆପାର୍ଟମେଣ୍ଟ ନିର୍ମାଣ କରିଥିବାରୁ ଏଭସ ବିଲ୍ଡକନ୍ ଉପରେ ୯୦ ଲକ୍ଷ ଟଙ୍କା ଜରିମାନା କରିଛି। ୨ ମାସ ମଧ୍ୟରେ ଏହି ଜରିମାନା ଅର୍ଥ ଦାଖଲ ପାଇଁ ଏଭସକୁ ନିର୍ଦ୍ଦେଶ ଦେଇଛି ଓରେରା।

Advertisment

ଏହାସହ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଅଷ୍ଟମରୁ ଦଶମ ମହଲାକୁ 2 ମାସ ମଧ୍ୟରେ ଭାଙ୍ଗି ଓରେରା ନିକଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓରେରା। ସେପଟେ ‘ସି ରୋଜସ୍’ ଆପାର୍ଟମେଣ୍ଟର ଏନେଇ ପ୍ରତିକ୍ରିୟା ମିଳିପାରିନି।

Advertisment

RERA Rules
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ