Advertisment

ବଢ଼ିଲା ପୋଲିସ ଡିଜିଙ୍କ କାର୍ଯ୍ୟକାଳ, ୨୦୨୬ ପର୍ଯ୍ୟନ୍ତ ବଢ଼ାଇଲେ ରାଜ୍ୟ ସରକାର

୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ କାର୍ଯ୍ୟକାଳକୁ ବଢ଼ାଇଛନ୍ତି ରାଜ୍ୟ ସରକାର ।

ଅଦ୍ୟତନ ହୋଇଛି
YB Khurania

YB Khurania

Advertisment

ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଲା । ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ସର୍ବନିମ୍ନ ୨ ବର୍ଷ କାର୍ଯ୍ୟ କରିବା ନେଇ ତାଙ୍କ କାର୍ଯ୍ୟକାଳ ବଢ଼ାଯାଇଛି । ସୂଚନା ଅନୁସାରେ ଅଗଷ୍ଟ ୧୬ରେ ନୂଆ ଡିଜିପି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଆଉ ସେହି ଦିନ ହିଁ ଦାୟିତ୍ୱ ଗ୍ରହଣ କରିଥିଲେ ୱାଇ ବି ଖୁରାନିଆ । ଗତବର୍ଷ ଡିସେମ୍ବର ୩୧ ତାରିଖରୁ କାର୍ଯ୍ୟକାରୀ ଡିଜିପି ଥିବା ଅରୁଣ ଷଡ଼ଙ୍ଗୀଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ୱାଇ.ବି. ଖୁରାନିଆ ।

Advertisment

ହରିୟାଣା ଜନ୍ମିତ ୱାଇ.ବି. ଖୁରାନିଆ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ। ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲା ଭଳି ୫ଟି ପୋଲିସ ଜିଲ୍ଲାର ଏସପି ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ବ୍ରହ୍ମପୁର ଓ ସମ୍ବଲପୁରରେ ଡିଆଇଜି ପରେ ସେହି ସମ୍ବଲପୁରର ଏବଂ ଏସ୍ଏପିର ଆଇଜି ଭାବେ କାର୍ଯ୍ୟ ତୁଲାଇବା ସହ ଭୁବନେଶ୍ବର-କଟକ କମିଶନରେଟ୍ ପୋଲିସର କମିଶନର ଭାବେ ବି କାର୍ଯ୍ୟ କରିଛନ୍ତି।

ଏଥିସହ ଆଇଜି ଅପରେସନ୍, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ସହ ଭିଜିଲାନ୍ସର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପରେ ୨୦୧୮ରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇ ବିଏସ୍ଏଫ୍ ସ୍ପେଶାଲ ଡିଜି ଦାୟିତ୍ବ ବି ତୁଲାଇଛନ୍ତି ଖୁରାନିଆ। କହିବାକୁ ଗଲେ ତାଙ୍କ ପାଖରେ ରହିଛି ଓଡ଼ିଶା ପୋଲିସର ସବୁ ସ୍ତରରେ ସଫଳତାର ସହ ବିଭିନ୍ନ ଦାୟିତ୍ବ ତୁଲାଇବାର ରହିଛି ଲମ୍ବା ଅଭିଜ୍ଞତା।

Advertisment
Odisha DGP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ