କବାଡ଼ି ଖେଳୁ ଖେଳୁ ଖେଳାଳିଙ୍କ ମୃତ୍ୟୁ ! ଖେଳ ଚାଲିଥିବା ବେଳେ ଟଳି ପଡ଼ିଲେ

ଏମିତି ବି ଆସେ ମୃତ୍ୟୁ । କବାଡ଼ି ଖେଳୁ ଖେଳୁ ଖେଳାଳିଙ୍କ ମୃତ୍ୟୁ । ଆଉ ମାତ୍ର ଅଢେଇ ମିନିଟ ପରେ ଖେଳ ସରିଥାନ୍ତା ।

Kabadi League

ଏମିତି ବି ଆସେ ମୃତ୍ୟୁ । କବାଡି ଖେଳୁ ଖେଳୁ ଖେଳାଳିଙ୍କ ମୃତ୍ୟୁ । ଆଉ ମାତ୍ର ଅଢେଇ ମିନିଟ ପରେ ଖେଳ ସରିଥାନ୍ତା । ଟିମ୍ ଏକ ପ୍ରକାର ବିଜୟ ସୁନିଶ୍ଚିତ କରିସାରିଥିଲା । ବିଜୟୀ ହୋଇ ଥିଲେ ପ୍ରଥମ ପୁରସ୍କାର ୧୫ ହଜାର ଟଙ୍କା ଓ ଟ୍ରଫି ମିଳି ଥାଆନ୍ତା । ହେଲେ ଖେଳ ଶେଷ ହେବା ଆଗରୁ ଖେଳାଳି ଅସୁସ୍ଥ ହୋଇପଡିଲେ ।

ମେଡିକାଲରେ ଡାକ୍ତର ମୃତ ଘୋଷଣା କଲେ । ଏମିତି ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ଥାନା ତରବୋଡ ଗାଁରେ । ନୂଆପଡା ଜିଲ୍ଲା ହାତୀସରା ଓ ଛତିଶଗଡ ମହାସମୁନ୍ଦ୍ ଜିଲ୍ଲା ମଧ୍ୟରେ ଖେଳ ଚାଲିଥିଲା । ଡୁଡୁମଚୁଆ ଗାଁର ୨୬ ବର୍ଷ ବୟସ୍କ ଖେଳାଳି ଖଗେଶ୍ୱର ରାଠିଆ ଖେଳ ମଝିରେ ହଠାତ ଅସୁସ୍ଥ ହୋଇପଡିଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ ତରବୋଡ ମେଡିକାଲ ଓ ପରେ ନୂଆପଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l 

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣା ପଡ଼ିନାହିଁ l ଖେଳାଳିଙ୍କ ଅସ୍ୱାଭାବିକ ମୃତ୍ୟୁ ପରେ ଖେଳାଳି ମହଲରେ ଶୋକର ଛାୟା ଖେଳି ଯାଇଛି l