Advertisment

ୟୁପିରୁ ଆଳୁ ଆଣି ଦିଦିଙ୍କୁ ଚେକ୍; ଓଡ଼ିଶାକୁ ଆଉ ନାଲି ଆଖି ଦେଖାଇପାରିବନି ବେଙ୍ଗଲ...

ଆଳୁ ପାଇଁ ଆଉ ଓଡ଼ିଶାକୁ କେହି କରି ପାରିବେନି ବ୍ଲାକମେଲ୍ । ଉତ୍ତର ପ୍ରଦେଶରୁ ଆଳୁ ଆଣି ପଶ୍ଚିମବଙ୍ଗକୁ ଚେକ୍ ଦେବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ।

ଅଦ୍ୟତନ ହୋଇଛି
Potatoes

Potatoes

Advertisment

ପଶ୍ଚିମବଙ୍ଗର ବିକଳ୍ପ ସାଜି ପାରିବ ତ ଉତ୍ତର ପ୍ରଦେଶ ? ପୂରଣ କରି ପାରିବ ତ ଓଡିଶାର ଆଳୁ ଆବଶ୍ୟକତା ? ୟୁପିରୁ ଆଳୁ ଆଣିଲେ କେତେ ଅଧିକ ପଡିବ ? କାହିଁକି ନା ଦୂରତା ଅଧିକ ହେଉଥିବାରୁ ପରିବହନ ଖର୍ଚ୍ଚ ବଢ଼ିଯିବ। ତେଣୁ ଦର ଅଧିକା ହେବା ସ୍ୱାଭାବିକ। ପଡୋଶୀ ପଶ୍ଚିମବଙ୍ଗ ବଦଳରେ ଯୁପିରୁ ଆଳୁ ଆଣିବାକୁ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ପରେ ଗ୍ରାହକ ଆଉ ବ୍ୟବସାୟୀଙ୍କ ମଧ୍ୟରେ ଏବେ ଏହି ଚର୍ଚ୍ଚା । ଏପଟେ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ସ୍ୱାଭାବିକ ହୋଇ ନଥିଲେ ମଧ୍ୟ ଅଧିକ ଆଳୁ ପହଞ୍ଚିବା ପରେ କମିଛି ଆଳୁ ଦର ।

Advertisment

ଆଳୁ ପାଇଁ ଆଉ ଓଡ଼ିଶାକୁ କେହି କରି ପାରିବେନି ବ୍ଲାକମେଲ୍ । ଉତ୍ତର ପ୍ରଦେଶରୁ ଆଳୁ ଆଣି ପଶ୍ଚିମବଙ୍ଗକୁ ଚେକ୍ ଦେବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ । ଯୋଗାଣ ମନ୍ତ୍ରୀ କହିଛନ୍ତି ଆଳୁ ପାଇଁ ପଶ୍ଚିମବଙ୍ଗ ସରକାର ବହୁତ ହଇରାଣ କରୁଛନ୍ତି, ବେପାରୀଙ୍କୁ ଦୁର୍ବ୍ୟବହାର କରାଯାଉଛି । ସୀମାରେ ପଶ୍ଚିମ ବଙ୍ଗ ପୋଲିସ ମଧ୍ୟ ମୋଟା ଅଙ୍କର ଟଂକା ନେଇ ଆଳୁ ଗାଡି ଛାଡ଼ୁଛି । ସେଥିପାଇଁ ଗତକାଲି ଉତ୍ତର ପ୍ରଦେଶରୁ ୨୦ ଗାଡ଼ି ଆଳୁ ଆଣିବାକୁ ନିଷ୍ପତ୍ତି ହୋଇଛି। ଧୀରେ ଧୀରେ ପଶ୍ଚିମବଙ୍ଗରୁ ପୂରା ଆଳୁ ଆଣିବା ଠପ୍ କରାଯିବ। 

ବଡ଼ କଥା ହେଲା ଯଦିଓ ଆଳୁ ଉତ୍ପାଦନରେ ୟୁପି ଏକ ନମ୍ବରରେ ରହିଛି, ହେଲେ ସେଠୁ ଆଳୁ ଆଣିଲେ ପଶ୍ଚିମବଙ୍ଗ ଆଳୁଠାରୁ ଦର୍ ଟିକେ ଅଧିକ ରହିବ। କ୍ୱିଣ୍ଟାଲ ପ୍ରତି ୧୦୦ ଟଙ୍କା ଅଧିକ ପଡ଼ିବା ଆଶଙ୍କା ରହିଛି। ପଶ୍ଚିମବଙ୍ଗରୁ ଆଳୁ କ୍ୱିଣ୍ଟାଲ ପିଛା ୨୬୦୦ ଟଙ୍କା ପଡୁଥିବା ବେଳେ ୟୁପିରୁ ଆଣିଲେ ୨୭୦୦ ଟଙ୍କା ପଡ଼ିବ। କାହିଁକି ନା ଆଳୁ ଦାମ ସମାନ ଥିଲେ ବି ଟ୍ରାନ୍ସପୋର୍ଟ ବାବଦକୁ ଅଧିକ ଖର୍ଚ୍ଚ ହେବ। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବ୍ୟବସାୟୀ ମହାସଂଘ। 

Advertisment

ଏପଟେ ପଶ୍ଚିମବଙ୍ଗରୁ ଆଳୁ ଆସିବା ପରେ ଓଡ଼ିଶା ବଜାରେ କମୁଛି ଆଳୁ ଦର । ଆଜି ରାଜଧାନୀରେ ଆଳୁ କେଜି ପିଛା ୩୨ରୁ ୩୫ ଟଙ୍କା ରହିଛି। କିନ୍ତୁ ଏବେ ବି ପର୍ଯ୍ୟାପ୍ତ ପରିମାଣର ଆଳୁ ଗାଡ଼ି ଆସି ପାରୁନାହିଁ। ପଶ୍ଚିମବଙ୍ଗରେ ଚାଷୀଙ୍କ ସମସ୍ୟା ଏବଂ ଧର୍ମଘଟର ସମାଧାନ ହୋଇପାରୁନଥିବାରୁ ଓଡ଼ିଶାକୁ ଆଳୁ ପରିବହନ ସ୍ବାଭାବିକ ହୋଇପାରୁନି। ଯାହାକିଛି ଗାଡ଼ି ଆସୁଛି ଗଳାବାଟ କିମ୍ବା ପୋଲିସକୁ ହାତଗୁଞ୍ଜା ଦେବାକୁ ପଡୁଥିବା ଅଭିଯୋଗ ଉଠିଛି।  କଟକ ଛତ୍ରବଜାରକୁ ୨ ଦିନରେ ୯ଟି ଟ୍ରକ ଆସିବା ପରେ କମିଛି ଦର। କଟକରେ କେଜି ପିଛା ୩୦ରୁ ୪୦ ଟଙ୍କା ରହିଛି। ଆଉ ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱରରେ ଆଳୁ କେଜି ପିଛା ୪୦ ଟଙ୍କାରେ ବିକ୍ରି ହେଉଛି। 

ଉତ୍ତର ପ୍ରଦେଶରୁ ଆଳୁ ଆସିଲେ ମଧ୍ୟ, ବ୍ୟବସାୟୀଙ୍କୁ କେଜି ପିଛା କିଣା ପ୍ରାୟ ୨୭ ଟଙ୍କା ପଡିବ। ତେଣୁ ଖୁଚୁରା ବ୍ୟବସାୟୀଙ୍କ ପାଖରେ ଦାମ ସେହି ୩୦ରୁ ୩୨ ଟଙ୍କା ରହିବ। 

Advertisment

Potato Price Potatoes Potato Price In Odisha Potato Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ