Advertisment

SNCUରେ ସାଂଘାତିକ ତ୍ରୁଟି; ଗୁରୁତର ନବଜାତ ଶିଶୁପୁତ୍ର ବଦଳରେ ଝିଅକୁ ରେଫର !

ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟ SNCUରେ ସାଂଘାତିକ ତ୍ରୁଟି ଅଭିଯୋଗ । ଗୁରୁତର ନବଜାତ ଶିଶୁପୁତ୍ର ବଦଳରେ ନବଜାତ ଝିଅକୁ ରେଫର ।

ଅଦ୍ୟତନ ହୋଇଛି
 Odisha hospital

Odisha hospital

Advertisment

ନବଜାତ ଶିଶୁପୁତ୍ର ବଦଳରେ ନବଜାତ ଶିଶୁକନ୍ୟାକୁ ରେଫର୍। ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟର SNCUରୁ ଆସିଛି ଏଭଳି ସାଂଘାତିକ ତ୍ରୁଟିର ଅଭିଯୋଗ। 

Advertisment

ମିଳିଥିବା ସୂଚନା ଅନୁସାରେ ଫୁଲବାଣୀ ପେଞ୍ଜି ସାହି ନିବାସୀ ମୁଖିଙ୍କ ନବଜାତ ଶିଶୁପୁତ୍ରଟି ଲୋ ୱେଟ୍ ଥିବାରୁ ତାକୁ SNCUରେ ଭର୍ତ୍ତି କରାଯାଇଥିଲା। ଗତକାଲି ଅଧିକ ଚିକିତ୍ସା ପାଇଁ ଶିଶୁପୁତ୍ରକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର କରିଥିଲେ ଡାକ୍ତର। ହେଲେ ଶିଶୁପୁତ୍ର ବଦଳରେ ମେଡିକାଲ ଷ୍ଟାଫ୍ ଅନ୍ୟ ଏକ ନବଜାତ ଝିଅକୁ ଶିଶୁପୁତ୍ରର ମା-ବାପାଙ୍କ ହାତରେ ଦେଇ ଏମକେସିଜି ପଠାଇ ଦେଇଥିଲେ। 

ସେମାନେ ବ୍ରହ୍ମପୁର MKCGରେ ପହଞ୍ଚି ଚିକିତ୍ସା ପାଇଁ ଭର୍ତ୍ତି କରିବାବେଳେ ସେଠାକାର ଡାକ୍ତର ଶିଶୁପୁତ୍ର ଜାଗାରେ ଶିଶୁ କନ୍ୟାକୁ ଅଣାଯାଇଥିବା ଚିହ୍ନଟ କରିଥିଲେ। ଏହାପରେ ବିଚଳିତ ବାପା-ମାଆ ତୁରନ୍ତ ଫୁଲବାଣୀ SNCUରେ ଆସି ଯାଞ୍ଚ କରିବା ବେଳେ ତାଙ୍କ ଶିଶୁପୁତ୍ରଟି ଏବେ ବି ସେଠାରେ ଥିବା ଦେଖିବାକୁ ପାଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। 

Advertisment

ଏହା ପରେ ତ୍ରୁଟି ସୁଧାରିବାକୁ ଯାଇ ଫୁଲବାଣୀ ମେଡିକାଲ୍ କର୍ତ୍ତୃପକ୍ଷ ଶିଶୁକନ୍ୟାର ବାପା-ମାଆଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ପଠାଇ ଦେଇଥିଲେ। ଫୁଲବାଣୀ ମେଡିକାଲ୍ ଭାରପ୍ରାପ୍ତ ଏଡିଏମଓ ତ୍ରୁଟିକୁ ସ୍ବୀକାର କରିଛନ୍ତି ।   ଏକ ଆମ୍ବୁଲାନସରେ ବାପା, ମା’ ସହ ନବଜାତ ଶିଶୁପୁତ୍ରକୁ ବ୍ରହ୍ମପୁର ଏମକେସିଜି ପଠାଯାଇଥିବା ଜଣାପଡ଼ିଛି । 

Odisha News Parents Hospital Baby Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ