Best State in Agriculture
ଓଡ଼ିଶାକୁ କୃଷିରେ ଶ୍ରେଷ୍ଠ ରାଜ୍ୟ ପୁରସ୍କାର । ନୂଆଦିଲ୍ଲୀ ସ୍ଥିତ ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଆୟୋଜିତ ଏଗ୍ରିକଲଚର ଲିଡରସିଫ୍ କନକ୍ଲେଭରେ ଓଡ଼ିଶାକୁ କୃଷିରେ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂ ଦେଓ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏୟ ଉପସ୍ଥିତ ଥିଲେ । ଏହି ସଫଳତା ପାଇଁ କୃଷକ ଓ ରାଜ୍ୟବାସୀଙ୍କୁ ଶ୍ରେୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହେଓ । ଏହା ସହ ଏଭଳି ପୁରସ୍କାର ଗ୍ରହଣ କରିବା ମୋ ପାଇଁ ସମ୍ମାନର ବିଷୟ ବୋଲି କହିଛନ୍ତି କେଭି । ଏହି ପୁରସ୍କାର ଜାତୀୟ କ୍ଷେତ୍ରରେ ଓଡ଼ିଶାର କୃଷି ବିକାଶକୁ ଦର୍ଶାଉଛି । ଓଡ଼ିଶାର ଗ୍ରସ ଷ୍ଟେଟ୍ ଭାଲ୍ୟୁ ଆଡେଡ୍ (GSVA) କ୍ଷେତ୍ରରେ କୃଷିର ଅବଦାନ ୧୯ ପ୍ରତିଶତ ।
ଗତ ୫ ବର୍ଷଠାରୁ ଏହା ୩.୩ ପ୍ରତିଶତ ଅଧିକ । କୃଷି ଓ ଏହି ସମ୍ବନ୍ଧିତ ଅନ୍ୟ କ୍ଷେତ୍ର ରାଜ୍ୟରେ ସବୁଠୁ ଅଧିକ ନିଯୁକ୍ତି ପ୍ରଦାନ କରିଛି । ରାଜ୍ୟର ମୋଟ ନିଯୁକ୍ତିରୁ ୪୯ ପ୍ରତିଶତ କେବଳ କୃଷି କ୍ଷେତ୍ର ସହ ଜଡ଼ିତ । ଏହି ପୁରସ୍କାର ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃଷି ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି । ଚାଷୀଙ୍କ ଉନ୍ନତି ପାଇଁ ପଲିସି, ବିକାଶ ଓ କୃଷି ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଏହା ଉଦାହରଣ ବୋଲି କହିଛନ୍ତି ସିଏମ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752136899.jpg)