ମନ୍ତ୍ରୀ କହିଲେ; ଆଉ ଟ୍ୱିନ ସିଟି ନୁହେଁ, ଏଥର ହେବ ଟ୍ରିପଲ୍ ସିଟି

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନୂଆ ପରିକଳ୍ପନା । ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି ।

Triple City

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନୂଆ ପରିକଳ୍ପନା । ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି । ଦ୍ୱୈତ ନଗରୀ କଟକ-ଭୁବନେଶ୍ୱର ସହ ଯୋଡ଼ି ହେବ ପୁରୀ । ସହରର ଆକାର ବଢ଼ିବ । ଗମନାଗମନ ସୁବିଧା ସହ ଅର୍ଥନୈତିକ ଅଭିବୃଦ୍ଧି ହେବ । ଆଜି ବିଭାଗ ପକ୍ଷରୁ ସମୀକ୍ଷା ବେଳେ ଏଭଳି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଏଥିସହ ଅଫିସରଙ୍କୁ ତାଗିଦ୍ କରିଛନ୍ତି ମନ୍ତ୍ରୀ । କେବଳ ଅଫିସରେ ବସି ରୁହନ୍ତୁ ନାହିଁ, ଫିଲ୍ଡ ଭିଜିଟ କରନ୍ତୁ । ଦିନକୁ ଅନ୍ତତଃ ୩-୪ ଘଣ୍ଟା ୱାର୍ଡକୁ ଯାଆନ୍ତୁ । ଲୋକଙ୍କ ସମସ୍ୟା ବୁଝନ୍ତୁ । ଅଭିଯୋଗ ଶୁଣନ୍ତୁ । ଅଭିଯୋଗକୁ ଫାଇଲରେ ଚାପି ରଖନ୍ତୁ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ଭୁବନେଶ୍ୱର ଇସ୍କନ ପାଖରେ ସବୁବେଳେ ଅଳ୍ପ ବର୍ଷାରେ ପାଣି ଜମୁଛି ।

ପଢନ୍ତୁ ଏହି ଖବର: ଖଣି ଲୁଟେରା ଯିବେ ଝାରପଡ଼ା ଜେଲ୍; ଆକ୍ସନ ମୋଡ୍‌ରେ ମୁଖ୍ୟମନ୍ତ୍ରୀ

କେଉଁ କାରଣରୁ ସେ ସମସ୍ୟା ଉପୁଜିଛି, ସେ ସମସ୍ୟାର କିଭଳି ସମାଧାନ ହୋଇପାରିବ ସେଥିପ୍ରତି ନଜର ଦେବାକୁ ମନ୍ତ୍ରୀ କହିଛନ୍ତି । ସେପଟେ ପ୍ରତିବର୍ଷ ବର୍ଷା ଯୋଗୁଁ ରାଜଧାନୀରେ ଡ୍ରେନେଜ୍ ସମସ୍ୟା ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ବିଏମସି । ଜୁଲାଇ ୧୫ ସୁଦ୍ଧା ବିଏମ୍‌ସି ଅଧିନରେ ଥିବା ସମସ୍ତ ଡ୍ରେନର ମରାମତି, ସଫେଇ ଏବଂ ଡ୍ରେନ ଚତୁର୍ପାଶ୍ୱରେ ତାରବାଡ କାମ ସାରିବାକୁ ତାଗିଦ୍ କରିଛନ୍ତି ମେୟର।

ନଚେତ ସଂପୃକ୍ତ ଏଜେନ୍ସି ସମେତ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଏଭଳି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ । ଗତକାଲି ବିଏମ୍‌ସି କାର୍ଯ୍ୟାଳୟରେ ମେୟରଙ୍କ ଅଧ୍ୟକ୍ଷତାରେ ବସିଥିବା ଡ୍ରେନ ଡିସେର୍ଲ୍ଟିଂ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ବିଏମସି ସମେତ ଆରଏଣ୍ଡଡି, ସମସ୍ତ ଏଜେନ୍ସି, ଷ୍ଟାଣ୍ଡିଂ କମିଟି ସଦସ୍ୟ, ଟିପିସିଓଡିଏଲ, ଇଡକୋ ଅଧିକାରୀ ଉପସ୍ଥିତ ଥିଲେ ।

ପୂର୍ବରୁ ଜୁନ ୨୦ ତାରିଖ ସୁଦ୍ଧା ଭୁବନେଶ୍ୱରରେ ସମସ୍ତ ଡ୍ରେନ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ସମୟସୀମା ବଢାଯାଇଛି । ତେବେ ଡ୍ରେନ ସଫେଇ କାମରେ ଲାଗୁଥିବା ଲୋକଙ୍କ ଅଭାବ ପାଇଁ ସଠିକ ସମୟରେ କାମ ସରି ପାରୁନଥିବା କହିଛନ୍ତି ମେୟର । ୭୭ କିଲୋମିଟର ମେନ୍ ଡ୍ରେନ ସମେତ ୩୬୦ କିଲୋମିଟର ଆରଏଣ୍ଡଡି ଡ୍ରେନର ସମସ୍ତ କାମ ୧୫ ଜୁଲାଇ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛି ବିଏମସି।