Advertisment

Odisha Groom: ବନ୍ୟା ପାଣି ଅଟକାଇ ପାରିଲାନି ବିବାହ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବଢି ପାଣିରେ କନିଆ ଘର ପାଖକୁ ଯାଇପାରିଲାନି ବର। ପହଁଚିପାରିଲାନି ବରଯାତ୍ରୀ। ଶେଷରେ ବିବାହ କରିବାକୁ ଡଙ୍ଗାରେ ଆସିଲା ବର। ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Odisha Groom

Odisha Groom

Advertisment

ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବନ୍ୟା ପ୍ରଭାବିତ ଲେ।କ । ଚୁଲିରେ ପାଣି ପଶି ଥିବାରୁ ରୋଷେଇ ବନ୍ଦ, ଜଳ ଉତ୍ସ ବୁଡି ରହିଥିବାରୁ ପାଣିର ବି ସୁବିଧା ନାହିଁ । ଏଭଳି ସ୍ଥିତିରେ ଭୋକ, ଓପାସରେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି ଲୋକ । ଏହାରି ଭିତରେ ଗୋଟିଏ ଭିଡିଓ ଭାଇରାଲ ହେଉଛି । ଯାହାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । 

Advertisment

ବଢି ପାଣିରେ କନିଆ ଘର ପାଖକୁ ଯାଇପାରିଲାନି ବର। ପହଁଚିପାରିଲାନି ବରଯାତ୍ରୀ। ଶେଷରେ ବିବାହ କରିବାକୁ ଡଙ୍ଗାରେ ଆସିଲା ବର। ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଅଧିକ ପଢନ୍ତୁ: କମୁନି ସୁବର୍ଣ୍ଣରେଖା ଦୁର୍ଗତଙ୍କ ଦୁର୍ଦ୍ଦଶା, ୬୦ରୁ ଊର୍ଦ୍ଧ୍ୱ ଗାଁ ଉବୁଟୁବୁ

Advertisment

ଗୋଟିଏ ପଟେ ଅଦିନିଆ ବର୍ଷ। ଲାଗିରହିଥିବା ବେଳେ ଅନ୍ୟପଟେ ଦାଉ ସାଧୁଛି ବନ୍ୟା । ବନ୍ୟା ଘେରରେ ରହିଛନ୍ତି ଲୋକ । ବନ୍ୟା ପାଣି ଘେରରେ ରହିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ନେଦା ଗାଁ। ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ଏହି ବନ୍ୟା ପାଣି ଅଟକାଇପାରିନଥିଲା ବିବାହ ଭଳି ମାଙ୍ଗଳିକ କାର୍ଯ୍ୟକୁ। ପୂର୍ବରୁ ଏହି ବିବାହ ଠିକ ହୋଇଥିଲା । ହଠାତ ବନ୍ୟା ଆସିବାରୁ ବିବାହକୁ ବାତିଲ କରାଯାଇନଥିଲା ।

ଗତ ଶୁକ୍ରବାର ଜଣେ ବର ବନ୍ୟା ପାଣିକୁ ଖାତିର ନକରି ବିବାହ କରିବାକୁ ଯାଇଥିଲେ । ବର ବେଶରେ ସଜେଇ ହୋଇ ଗାଁରୁ ଡଙ୍ଗାରେ ବାହାରିଥିଲେ ବର। ବରଯାତ୍ରୀ ବି ଡଙ୍ଗାରେ ଯାଇଥିଲେ। ଝାରଖଣ୍ଡର ଟାଟା ନଗରରେ ବିବାହ ହୋଇଛି । ବର୍ଷ। ଓ ବନ୍ୟାକୁ ଖାତିର ନକରି ବିବାହ ପାଇଁ ଯାଇଥିବାରୁ ବରର ପ୍ରଶଂସା କରୁଛନ୍ତି ସ୍ଥାନୀୟ ଲୋକ ।

Advertisment

ତେବେ ବଢିପାଣିରେ ବିବାହ ପାଇଁ ବର ଡଙ୍ଗାରେ ଯାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବନ୍ୟା ଯୋଗୁଁ କେତେକ ସ୍ଥାନରେ ଅଣ୍ଟାଏ ଲେଖାଏଁ ପାଣି ଥିବା ବେଳେ ଆଉ କେତେକ ସ୍ଥାନରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି । ଏଭଳି ସ୍ଥିତିରେ କେତେବେଳେ ବରଯାତ୍ରୀ ଚାଲି ଚାଲି ତ କେତେବେଳେ ଡଙ୍ଗା ସାହାଯ୍ୟରେ ବରକୁ କନ୍ୟା ଘର ପର୍ଯ୍ୟନ୍ତ ନେବାରେ ସାହାଯ୍ୟ କରିଥିଲେ ।

ଅଧିକ ପଢନ୍ତୁ: ନିଶା ରାତିରେ ପୋଲିସର ଚୋରା ପୀରତି, ଧରା ପକାଇଦେଲା ସିସିଟିଭି...

Odisha Mayurbhanj Flood Situation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ