Advertisment

Odisha Govt to Reopen: ଖୋଲିବ ଅଚଳ ୭୦ ମଦ ଦୋକାନ, ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ସୂଚନା

ରାଜ୍ୟରେ ପୁଣି ଖୋଲିବ ବନ୍ଦ ଥିବା ମଦ ଦୋକାନ । ବନ୍ଦ ପଡ଼ିଥିବା ୭୦ଟି ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କେବଳ ଏହା ନୁହଁ ଆଉ ୩ଟି ନୂଆ ମଦ କାରଖାନା ଖୋଲିବା ଲାଗି ମଧ୍ୟ ପ୍ରସ୍ତାବ ରହିଛି । ବିଧାନସଭାରେ ଆଜି ଅବକାରୀ ମନ୍ତ୍ରୀଙ୍କ ସୂଚନା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

Liquor Shops

Liquor Shops

Advertisment

ନୂଆ ମଦ ଦୋକାନ ଖୋଲିବେନି, କିନ୍ତୁ ବନ୍ଦ ପଡ଼ିଥିବା ଦୋକାନକୁ ରି- ଓପନ କରିବେ ସରକାର। ୭୦ଟି ବନ୍ଦ ପଡ଼ିଥିବା ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି। ୪ ଟି ନୂଆ ଠିପି ଖୋଲା ମଦ ଦୋକାନ ଖୋଲିବେ ସରକାର। ସେହିପରି ୩ଟି ମଦ କାରଖାନା ଖୋଲିବାକୁ ବି ରହିଛି ପ୍ରସ୍ତାବ ।ବିଧାନସଭାରେ ଲିଖିତ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Advertisment

ବିଧାୟକ ଅଖିଳ ନାଏକଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ସୂଚନା ଦେଇଛନ୍ତି, ପୁରୀରେ ୩ଟି ଏବଂ ଭୁବନେଶ୍ୱର ରେ ଗୋଟିଏ ନୂଆ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ବିଭାଗ ପାଖରେ ପ୍ରସ୍ତାବ ରହିଛି। ବଡ଼ କଥା ହେଉଛି ବନ୍ଦ ପଡ଼ିଥିବା ୭୦ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ବି ନିଷ୍ପତ୍ତି ହୋଇଛି। ବାଲେଶ୍ୱରରେ ସର୍ବାଧିକ ୧୭, ଗଞ୍ଜାମରେ ୧୦, ନୟାଗଡରେ ୯, ମୟୁରଭଞ୍ଜରେ ୮, କଟକରେ ୭, ରାଉରକେଲାରେ ୫, କେନ୍ଦୁଝରରେ ୩, ବ୍ରହ୍ମପୁରରେ ୪, ବଲାଙ୍ଗୀରରେ ୨, କନ୍ଧମାଳରେ ୩ ଏବଂ ମାଲକାନଗିରି ଓ ସମ୍ବଲପୁର ଗୋଟିଏ ଲେଖାଏଁ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର । ଯାହାକୁ ନେଇ ସରକାର କୁ ଟାର୍ଗେଟ କରିଛନ୍ତି ବିରୋଧୀ.

ସେହିପରି ଢେଙ୍କାନାଳରେ ୨ଟି ଏବଂ କଟକରେ ଗୋଟିଏ ମଦ କାରଖାନା ଖୋଲିବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରହିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ନୂଆ ଦୋକାନ ଖୋଲିବା ସପକ୍ଷରେ ନଥିବା ସରକାର ବନ୍ଦ ପଡ଼ିଥିବା ଦୋକାନ ଖୋଲିବାକୁ କାହିଁକି ନିଷ୍ପତ୍ତି ନେଲେ ? ରାଜସ୍ୱ ଆଦାୟ ବୃଦ୍ଧି ଲକ୍ଷ୍ୟ ନା ଚୋରା ମଦ କାରବାର ବୃଦ୍ଧି ଚିନ୍ତା ? ସେପଟେ ଏଭଳି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି ମଦ ବିରୋଧୀ ଅଭିଯାନ କର୍ମକର୍ତ୍ତା । ....

Advertisment

ବଡ଼ କଥା ହେଉଛି ଏଯାଏଁ ନୂଆ ଅବକାରୀ ନୀତି ଆଣି ପାରିଲେନି ନୂଆ ସରକାର । ନିକଟରେ ଏନେଇ ସମୀକ୍ଷା ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ । ତେଣୁ ଆଗକୁ ସରକାରଙ୍କ ନୂଆ ଅବକାରୀ ନୀତିରେ କଣ ରହୁଛି ତାଉପରେ ନଜର।...

Reopening Of Liquor Shops Liquor Shops In Odisha Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ