Advertisment

ଆଳୁ ଦରବୃଦ୍ଧିରୁ ସାମାନ୍ୟ ଆଶ୍ବସ୍ତି; ୩ କିଲୋକୁ ଶହେ ଟଙ୍କାରେ ବିକ୍ରି ଆରମ୍ଭ...

ତିନି ସପ୍ତାହ ପରେ ଆଳୁ ଦରବୃଦ୍ଧିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ୪୦ ଟଙ୍କା ତଳକୁ ଖସିଛି ଦର। କାରଣ ରାଜ୍ୟର ବିଭିନ୍ନ ଆଳୁ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ୍ ଆଳୁ।

undefined

Potatoes

Advertisment

ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ରାଜ୍ୟକୁ ପଶିଛି ପ୍ରାୟ ୩୦୦ ଆଳୁ ଟ୍ରକ୍। ଏଥିସହ ଆଳୁ ଦର ତାତିରେ ଲାଗିଛି ସାମାନ୍ୟ ବିରାମ। ତେବେ ଖୁଚୁରା ବଜାରରେ ଆଳୁ ଦର ଉଚ୍ଚା ଥିବାରୁ ଚଢ଼ାଉ କରିଛି ଯୋଗାଣ ବିଭାଗ। ଅନ୍ୟପଟେ ଆଳୁ ଦରରେ ସ୍ଥିରତା ଆଣିବାକୁ ଖୋଦ୍ ସରକାର ଆରମ୍ଭ କରିଛନ୍ତି ଆଳୁ ଯୋଗାଣ। ଏସବୁ ଭିତରେ ଆଳୁ ଉପରେ ନିର୍ଭରଶୀଳ ଷ୍ଟ୍ରିଟ୍ ଫୁଡରୁ କମିଲାଣି ଆଳୁ ପରିମାଣ। 

Advertisment

ତିନି ସପ୍ତାହ ପରେ ଆଳୁ ଦରବୃଦ୍ଧିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ୪୦ ଟଙ୍କା ତଳକୁ ଖସିଛି ଦର। କାରଣ ରାଜ୍ୟର ବିଭିନ୍ନ ଆଳୁ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ୍ ଆଳୁ। ପଶ୍ଚିମବଙ୍ଗରୁ ୨୭୦ ଆଳୁ ଗାଡ଼ି ଆସିଥିବା ବେଳେ ବଳକା ୩୦ ଟ୍ରକ୍ ଉତ୍ତରପ୍ରଦେଶରୁ ଆସିଛି। ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ଏବେ ବି ରାଜ୍ୟ ସୀମାରେ ପଶ୍ଚିମବଙ୍ଗ ପୋଲିସ ଆଳୁ ଗାଡ଼ିକୁ ଓଡ଼ିଶାକୁ ପଶିବାକୁ ଅନୁମତି ଦେଉନି। ଏଣୁ ବାଧ୍ୟହୋଇ ପାଇକାରୀ ବ୍ୟବସାୟୀ ଅଧିକ ଗାଡ଼ି ଭଡ଼ା ଦେଇ ଝାଡ଼ଖଣ୍ଡ ରାସ୍ତାରେ ରାଜ୍ୟକୁ ଆଳୁ ବୋଝେଇ ଟ୍ରକ୍ ଆଣୁଛନ୍ତି। 

ରାଜ୍ୟକୁ ଏକକାଳୀନ ଏତେ ସଂଖ୍ୟକ ଆଳୁ ଗାଡ଼ି ଆସିଥିବାରୁ ପାଇକାରୀ ବଜାରରେ ଦର ଏବେ କିଲୋପିଛା ୩୦ ଟଙ୍କା ରହିଛି । ଯଦିଓ ପାଇକାରୀ ଦର କିଲୋପିଛା ୫ ଟଙ୍କା ପର୍ଯ୍ୟନ୍ତ ଖସିଛି, ଆଳୁର ଖୁଚୁରା ଦର କିନ୍ତୁ ଖସୁନି। ଏବେ ବି ଖୁଚୁରା ବଜାରରେ କେଉଁଠି କେଉଁଠି ଆଳୁ କିଲୋ ୪୦ ଟଙ୍କା ଉପରେ ବିକ୍ରି ହେଉଛି। ଏହାକୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ବର ଏକ ନମ୍ବର ହାଟରେ ଚଢ଼ାଉ କରାଯାଇ କିଲୋପିଛା ୩୫ରୁ ୩୮ ଟଙ୍କାରେ ବିକିବାକୁ ତାଗିଦ୍ କରାଯାଇଛି । 

Advertisment

ଅନ୍ୟପଟେ ବଜାର ଦରରେ ସ୍ଥିରତା ଆଣିବାକୁ ସରକାର ନିଜେ ଆଳୁ ବେପାରକୁ ଓହ୍ଲାଇଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆଳୁ କିଣାଯାଇ ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ବିକ୍ରି ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବରରେ ଥିବା ୯୯ଟି ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ଖାଉଟିଙ୍କୁ ଶସ୍ତାରେ ଆଳୁ ଯୋଗାଣ ଆରମ୍ଭ ହୋଇଛି । ଏସବୁ ଖୁଚୁରା ବିକ୍ରୟ କେନ୍ଦ୍ରରୁ ଲୋକମାନେ ୧୦୦ ଟଙ୍କାରେ ୩ କିଲୋ ଆଳୁ ପାଇପାରିବେ। ଯେପର୍ଯ୍ୟନ୍ତ ବଜାର ଦରରେ ସ୍ଥିରତା ନ ଆସିଛି, ସେ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଶସ୍ତାରେ ଆଳୁ ଯୋଗାଣ ଜାରି ରହିବ ବୋଲି କୁହାଯାଇଛି।

ଅନ୍ୟପଟେ ଆଳୁର ଚଢ଼ା ଦର ଦେଖି ଷ୍ଟ୍ରିଟ୍ ଫୁଡ୍ ଭେଣ୍ଡର୍ ଦହିବରା ଆଳୁଦମ, ଦୋସା ଆଦିରୁ ଆଳୁ ପରିମାଣ କମାଇଦେଲେଣି। ସେମାନଙ୍କ କହିବା କଥା, ଖାଦ୍ୟ ଦାମ ବଢ଼େଇଲେ ଗ୍ରାହକ ଗ୍ରହଣ କରୁନାହାନ୍ତି। ଏଣୁ ବାଧ୍ୟ ହୋଇ ଖାଦ୍ୟ ସାମଗ୍ରୀରେ ଆଳୁ ପରିମାଣକୁ କମ୍ କରିବାକୁ ପଡୁଛି। ପଶ୍ଚିମବଙ୍ଗ ସରକାର ଏବେ ବି ସିଧାସଳଖ ଓଡ଼ିଶାକୁ ଆଳୁଗାଡ଼ି ଛାଡି ନଥିବାରୁ ରାଜ୍ୟରେ ଆଳୁ ଦରରେ ସ୍ଥିରତା କେବେ ଫେରୁଛି ତାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

Advertisment
Potato Price Potatoes Potato Price Odisha Potato Crisis In Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ