Advertisment

ଗଳି ପଡ଼ିଥିଲେ ବଡ଼ ଠାକୁର; ପ୍ରାୟଶ୍ଚିତ କରିବେ ରାଜ୍ୟ ସରକାର...

ଅଘଟଣର ଦେଢ଼ମାସ ପରେ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା ହେବା ନେଇ ଆଜି ସୂଚନା ଦେଇଛନ୍ତି ଆଇମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି ପ୍ରତିକାର ପୂଜା ଲାଗି ମୁକ୍ତିମଣ୍ଡପ ପଣ୍ଡିତ ସଭା ସହ ସହ କଥାବାର୍ତ୍ତା ହୋଇଛି।

undefined

Pahandi Mishap

Advertisment

ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ବିଭ୍ରାଟର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର। ଅଘଟଣର ଦେଢ଼ମାସ ପରେ ଆଜି ଏଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ସହ କଥାବାର୍ତ୍ତା ସରିଛି । ଏଥିପାଇଁ ସମୟ ନିର୍ଘଣ୍ଟ କରାଯିବା ପରେ ପୂଜା ହେବ। ତେବେ ଅବହେଳା କାରଣରୁ ଏଭଳି ଅଘଟଣ ଘଟିଥିବା ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ।

Advertisment

ଗଳି ପଡ଼ିଥିଲେ ବଡ଼ ଠାକୁର, ପ୍ରାୟଶ୍ଚିତ କରିବେ ସରକାର । ଆଡ଼ପ ପହଣ୍ଡି ମହାବିଭ୍ରାଟର ହେବ ପ୍ରତିକାର ପୂଜା । ସାରା ବିଶ୍ବର ଜଗନ୍ନାଥ ସଂସ୍କୃତି ପ୍ରେମୀଙ୍କୁ ଦାରୁଣ ଦୁଃଖ ଦେଇଥିଲା ଗତ ଜୁଲାଇ ୯ ତାରିଖର ମହା ଅଘଟଣ। ଅଘଟଣର ପରଦିନ ଓଟିଭିକୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ହରିଶ୍ଚନ୍ଦ୍ର ମିଶ୍ର ଦେଇଥିଲେ ବଡ଼ ମନ୍ତବ୍ୟ।

ମୁକ୍ତି ମଣ୍ଡପ ପଣ୍ଡିତ ସଭା କେବଳ ଏଇଠି ଅଟକି ନଥିଲା, ଏଥିପାଇଁ ଆସିବାକୁ ଥିବା ଆସନ୍ନ ବିପଦ ପାଇଁ ପ୍ରତିକାର ବ୍ୟବସ୍ଥା କରିବାକୁ ପରାମର୍ଶ ବି ଦେଇଥିଲା । ନୀଳାଦ୍ରି ମହୋଦୟରେ ଲିଖିତ ଉକ୍ତିକୁ ଉଦ୍ଧାର କରି ଏଭଳି ଅଘଟଣ ପାଇଁ ରାଜ୍ୟରେ ଦୁର୍ଭିକ୍ଷ, ଅନାବୃଷ୍ଟି ହେବା ସହ ରାଷ୍ଟ୍ର ମୁଖ୍ୟଙ୍କର ଅମଙ୍ଗଳ ଘଟିବ ଦର୍ଶାଇ ଏହାର ପ୍ରତିକାର ପାଇଁ ମୂଳ ମନ୍ତ୍ରରେ ଏକ ଲକ୍ଷ ପଚିଶି ହଜାର ଜପ କରିବା, ଜପର ଦଶାଂଶ ବିଧିରେ ହୋମ, ତର୍ପଣ, ମାର୍ଜନ, ସଦକ୍ଷିଣ ବ୍ରାହ୍ମଣ ଭୋଜନ କରାଇ ଆସନ୍ନ ବିପଦରୁ ରକ୍ଷା କରିବାକୁ ସେତେବେଳେ ପରାମର୍ଶ ଦିଆଯାଇଥିଲା।

Advertisment

ଏବେ ଅଘଟଣର ଦେଢ଼ମାସ ପରେ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା ହେବା ନେଇ ଆଜି ସୂଚନା ଦେଇଛନ୍ତି ଆଇମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି ପ୍ରତିକାର ପୂଜା ଲାଗି ମୁକ୍ତିମଣ୍ଡପ ପଣ୍ଡିତ ସଭା ସହ ସହ କଥାବାର୍ତ୍ତା ହୋଇଛି। ଏନେଇ ସମୟ ନିର୍ଘଣ୍ଟ ହେଲେ ପ୍ରତିକାର ପୂଜା ହେବ। ତେବେ ଅବହେଳା କାରଣରୁ ଏପରି ଘଟିଥିବା ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ।

ତେବେ ଏ ବିଭ୍ରାଟ, ଅବହେଳା ପାଇଁ ଦାୟୀ କିଏ ? ୟା ଭିତରେ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତିନି ଜଣିଆ ତଦନ୍ତ କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲେ ବି ରିପୋର୍ଟକୁ ଅସଂପୂର୍ଣ୍ଣ ଦର୍ଶାଇ ପୁଣି ଥରେ ତଦନ୍ତ କରି ତଥ୍ୟ ଦେବାକୁ କମିଟିକୁ କୁହାଯାଇଛି। ଅଘଟଣ ପାଇଁ ବୈଠକ ପରେ କାଲି ମୁଖ୍ୟ ପ୍ରଶାସକ କ୍ଷମା ପ୍ରାର୍ଥନା ବି କରିଛନ୍ତି। 

Advertisment

ତେବେ ଅଘଟଣ ପାଇଁ ପ୍ରତିକାର ପୂଜା ଲାଗି ସରକାର ସଜ ହେଉଥିଲା ବେଳେ ବଡ଼ଠାକୁର ତଳେ ପଡ଼ି ନଥିବାରୁ ହୋମଯଜ୍ଞର ଆବଶ୍ୟକତା ନାହିଁ ବୋଲି ମତ ଦେଇଚନ୍ତି ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ମହାପାତ୍ର। ଏବେ ଅପେକ୍ଷା ଅଘଟଣର ପ୍ରାୟଶ୍ଚିତ ସ୍ବରୂପ କେବେ ହେଉଛି ପ୍ରତିକାର ପୂଜା।

Odisha Government Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ