Flood Situation
ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା । ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ବଡ଼ ବନ୍ୟା ହୋଇପାରେ । କାରଣ ଲଗାଣ ବର୍ଷାରେ ବଢିବାରେ ଲାଗିଛି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଡ଼ ବନ୍ୟା ଆଶଙ୍କା କରାଯାଉଛି । ସତର୍କ ରହିବାକୁ ଏହି ୨ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି ।
ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ପାର୍ କରିିଛି । ରାଜଘାଟରେ ବିପଦ ସଙ୍କେତ ଡେଇଁଲା ନଦୀର ଜଳସ୍ତର । ସକାଳ ୬ଟା ସୁଦ୍ଧା ସୁବର୍ଣ୍ଣରେଖା ୧୧.୩୨ ମିଟର୍ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଛି । ବନ୍ୟାହେଲେ ୩ଟି ବ୍ଲକର ୧୯ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି । ବସ୍ତା ବ୍ଲକର ୮ ପଞ୍ଚାୟତ ଯଥା ମଥାନୀ, ବାହାର୍ଦା, କୁଡିଆ, ବାସି ଚକୁରାଇ, ଦରଡା, ମୁକୁଳିସି, ସଦନନ୍ଦପୁର ଏବଂ ସଦର ବ୍ଲକର ୨ ଟି ପଞ୍ଚାୟତ ଶ୍ରୀରାମପୁର ଓ ରସଲପୁର ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାବ୍ୟତୀତ ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ନଦୀକୂଳିଆ ଲୋକେ। ସେପଟେ ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟାରେ ଖlଳ ଯୋଡି ସ୍ଲୁଇସ ଗେଟରେ ଫାଟ ସୃଷ୍ଟି ହୋଇଥିଲା। ଫଳରେ ୫ଟି ଗେଟ ଦେଇ ପ୍ରବଳ ପାଣି ବାହାରୁଛି । ବାଲି ବସ୍ତା ପକାଇ ପାଣି ଅଟକାଇବାକୁ ଲୋକେ ଉଦ୍ୟମ କରୁଛନ୍ତି।
ମୌସୁମୀ ବର୍ଷା ଓ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଏବଂ ଏହାର ମୁକାବିଲା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଜାଗ ଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ । ସେପଟେ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଉତ୍ତର-ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751250610.jpg)