Advertisment

Suspended :ରୋଗୀ ହୋଇ ଛୁଟି ନେଇଥିଲେ, ବିଦେଶକୁ ଯାଇ ଫସିଗଲେ

ରୋଗୀ ହୋଇ ଛୁଟି ନେଇଥିଲେ। ବିଦେଶକୁ ଯାଇ ଫସିଗଲେ। ଧରାପଡ଼ିଲା ସରକାରୀ ବାବୁଙ୍କ ବିଦେଶୀ ମସ୍ତି ।

Suspended

Suspended

Advertisment

ରାଜ୍ୟ ସାରା ଚାଷୀ ପଂଜିକରଣ ଚାଲିଥିବା ବେଳେ ମିଛ ଦେହ ଖରାପ କହି ବିଦେଶରେ ବୁଲୁଥିଲେ ସରକାରୀ ବାବୁ। ଘଟଣା ପ୍ରଘଟ ହେଲା। ଆଉ ଏକା ଥରକେ ପଡିଲା ତିନି ତିନିଟି ଓ୍ପିକେଟ। ସୋନପୁର ଜିଲ୍ଳାର ତିନି ପେକ୍ସ ସଂପାଦକ ହେଲେ ସସପେଣ୍ଡ। ଚିଠି ନମ୍ବର ୧, ଲଛିପୁର ପେକ୍ସ ସଂପାଦକ ମଂଜୟ ଧରୁଆ ସସପେଣ୍ଡ ! ଚିଠି ନମ୍ବର ୨, ମୟୁରଦାନ ପେକ୍ସ ସଂପାଦକ, ଧନେଶ୍ବର ସାହୁ ସସପେଣ୍ଡ ! ଚିଠି ନମ୍ବର ୩, ରେଙ୍ଗାଳୀ ପେକ୍ସ ସଂପାଦକ, ଅରୁଣ ପୂଜାରୀ ସସପେଣ୍ଡ। ଘରୋଇ କଂପାନୀରୁ ଅହେତୁକ ଅନୁକଂପା ନେଇ, ମିଛ କହି ବିଦେଶ ଯାଇଥିଲେ ତିନି ପେକ୍ସ ସଂପାଦକ।

Advertisment

ଦେହ ଖରାପ ଥିବା କହି ଗତ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ମେଡିକାଲ ଲିଭରେ ଥିଲେ। କିନ୍ତୁ ଥାଇଲାଣ୍ଡ ଯାଇ, ମସ୍ତି କରିବାର ଫଟୋ ହେଲା ଭାଇରାଲ। ଏପଟେ ଚାଷୀ ପଂଜିକରଣ ସାଂଗକୁ ପେକ୍ସରେ ସାର ବଣ୍ଟନ ଚାଲିଥିବାରୁ ହାଉଜାଉ ଚାଷୀ। କିନ୍ତୁ ବିଦେଶରେ ଥିଲେ ବାବୁ। କଥା ପ୍ରଘଟ ହେଲା ପରେ, ଘଟଣାର ତଦନ୍ତ କରିଥିଲେ ସୋନପୁର ଏ.ଆର.ସି.ଏସ। ଆଉ ତୁରନ୍ତ ତିନି ପେକ୍ସ ସଂପାଦକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।

କେବଳ ସୋନପୁର ନୁହେଁ, ବୌଦ୍ଧ ଜିଲ୍ଳାରୁ ବି ୪ ଜଣ ଏକା ସାଂଗରେ ବିଦେଶ ଯାଇଥିଲେ।  ତିନି ପେକ୍ସ ସଂପାଦକଙ୍କ ପାଇଁ, ବୌଦ୍ଧ ଏ.ଆର.ସି.ଏସଙ୍କ ଫତୁଆ। ବୌଦ୍ଧ ପେକ୍ସ ସଂପାଦକ, ସତ୍ୟଜିତ କର, ଖୁଣ୍ଟାବନ୍ଧର ଦେବାଶିଷ ମିଶ୍ର ଓ ଲୁଣିବାହାଲର ସଂଜୀବ କୁମାର ପ୍ରଧାନଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ । କାହା ଅନୁମତିରେ ବିଦେଶ ଯାଇଥିଲେ ଲିଖିତ ଭାବେ ଜଣାଇବେ ବାବୁ।

Advertisment

ସେପଟେ ଖୋଦ ଜିଲ୍ଳାର ସମବାୟ ବିଭାଗର ମୁଖିଆ ଡି.ଆର.ସି.ଏସ ଗିରିଶ ଚନ୍ଦ୍ର ପୁରୋହିତ ନିଜେ ଏମାନଙ୍କ ସହ ବିଦେଶ ଯାଇଥିଲେ। ହେଲେ ତାଙ୍କ ଉପରେ ଏଯାଏଁ ହେଲାନି କିଛିବି ଆକ୍ସନ। ମୁଖିଆ ନିଜେ ଦୋଷୀ ହୋଇଥିବାରୁ, କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି।

Odisha Govt Officials Dismissed Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ