Advertisment

Service Disruption: ବାବୁଶୂନ୍ୟ ସରକାରୀ ଅଫିସ, ଲୋକେ ନାକେଦମ୍

ଲଗାଣ ବର୍ଷା ଭିତରେ ବି ଇନକମ୍ ସାର୍ଟିଫିକେଟ ପାଇଁ ଆସିଥିଲେ ଜଣେ ବୟସ୍କ ବ୍ୟକ୍ତି । କିନ୍ତୁ ବାବୁ ନାହାଁନ୍ତି ବୋଲି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏକଥା ଶୁଣି ତହସିଲଦାରଙ୍କ ଚାମ୍ବରକୁ ଯାଇଥିଲେ ଆମ ପ୍ରତିନିଧି, କିନ୍ତୁ ବାବୁମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଛନ୍ତି।

Service Disruption

Service Disruption

Advertisment

ଯିଏ ବି ଆସୁଛନ୍ତି ସରକାରୀ କାମ ପାଇଁ ବାବୁଙ୍କୁ ନପାଇ ଫେରିଯାଉଛନ୍ତି। କାରଣ ବାବୁମାନଙ୍କ ସିଟ୍ ଏବେ ଫାଙ୍କା । କେଉଁଠି ତାଲା ବନ୍ଦ ତ ଆଉ କେଉଁଠି ବାବୁଶୂନ୍ୟ ସରକାରୀ ଅଫିସ । ଶେଷରେ ଖର୍ଚ୍ଚାନ୍ତ ହୋଇ ବର୍ଷା ମାଡ଼ ସହି ଧାଇଁ ଆସିଥିବା ସାଧାରଣ ଜନତା ଏବେ ହୀନସ୍ତା। ଏଭଳି କିଛି ଚାଲିଛି କୋରାପୁଟ ତହସିଲ ଅଫିସରେ ।

Advertisment

ଲଗାଣ ବର୍ଷା ଭିତରେ ବି ଇନକମ୍ ସାର୍ଟିଫିକେଟ ପାଇଁ ଆସିଥିଲେ ଜଣେ ବୟସ୍କ ବ୍ୟକ୍ତି । କିନ୍ତୁ ବାବୁ ନାହାଁନ୍ତି ବୋଲି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏକଥା ଶୁଣି ତହସିଲଦାରଙ୍କ ଚାମ୍ବରକୁ ଯାଇଥିଲେ ଆମ ପ୍ରତିନିଧି, କିନ୍ତୁ ବାବୁମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଛନ୍ତି।

ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର। ବ୍ରହ୍ମପୁର ତହସିଲଦାର ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ଯାଇଛନ୍ତି ଛୁଟିରେ। ଆଜିକୁ ୩ ଦିନ ହେଲା ଏଠି ନା କୌଣସି ଫାଇଲ୍ ଘୁଞ୍ଚୁଛି ନା କୌଣସି ସରକାରୀ ଦସ୍ତାବିଜରେ ବାବୁଙ୍କ ଦସ୍ତଖତ ପଡୁଛି। ପରିଣାମ ସ୍ବରୂପ ସରକାରୀ କାମ ପାଇଁ ଆସୁଥିବା ଲୋକେ ନାକେଦମ୍ ହେଲେଣି।

Advertisment

ରଥଯାତ୍ରା ଅବସରରେ ଏଠି ୩ ଠାକୁର ତ ପୂଜା ପାଉଛନ୍ତି , କିନ୍ତୁ ଯାହାଙ୍କ ଅଫିସ, ସେହି ଅଫିସର ହିଁ ଛୁଟିରେ। ନିଗମ ହେଉ କି ତହସିଲ ଅଫିସ୍.. ୩ ଦିନ ହେଲା ବାବୁ ଶୂନ୍ୟ।

କଟକ ଚାନ୍ଦିନୀଚୌକର ଦିବ୍ୟାଙ୍ଗ ପତିତପାବନ ମହାରଣା। ଖାସମାହଲ୍ ଜମିର ସତ୍ତ୍ବ ପରିବର୍ତ୍ତନ ପାଇଁ ଅନେକ ଦିନ ଦୌଡ଼ିବା ପରେ ଦସ୍ତଖତ ଅପେକ୍ଷାରେ ଏଡିଏମଙ୍କ ଟେବୁଲରେ ପଡ଼ିରହିଛି ଫାଇଲ। ହେଲେ ଏଡିଏମ୍ ଆସୁନାହାନ୍ତି ଅଫିସ।

Advertisment

ମନୋଜ ସାହୁଙ୍କର ଏକ ଏକଜାମ୍ ପାଇଁ ଆସନ୍ତାକାଲି ଫର୍ମ ଫିଲପର ଶେଷ ତାରିଖ। କିନ୍ତୁ ଅତିରିକ୍ତ ଜିଲ୍ଲାପାଳ ଛୁଟିରେ ଥିବାରୁ ତାଙ୍କ ଜାତିଗତ ପ୍ରମାଣପତ୍ର ଇସ୍ୟୁ ହୋଇପାରୁନି।

ଆମେ ଯେତେବେଳେ ରିୟଲିଟି ଚେକ୍ କରିବାକୁ ଯାଇଥିଲୁ ସିଏମସି ଅଫିସକୁ। ସେଠାରେ ଦେଖିଲୁ ଫ୍ୟାନ୍ ବୁଲୁଛି, ଲାଇଟ ଜଳୁଛି। ହେଲେ ବାବୁଙ୍କ ଚେୟାର ଫାଙ୍କା। ସମାନ ଚିତ୍ର ଭୁବନେଶ୍ୱର ତହସିଲ ଅଫିସର। ବିଏମ୍ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ପ୍ରତିବାଦରେ ଏବଂ ନ୍ୟାୟ ଦାବିରେ OAS ସଂଘ ସହ ORS ସଂଘ ସମୂହ ଛୁଟିରେ ଯାଇଥିବାରୁ କୌଣସି ସରକାରୀ ଅଧିକାରୀଙ୍କ ଦେଖାଦର୍ଶନ ହିଁ ନାହିଁ।

OAS ସଂଘ କହିଛି, ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ପଛରେ ଯିଏ ରହିଛନ୍ତି ତାକୁ ଗିରଫ କରାଯାଉ। ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂରା ଭରସା ଅଛି, ନିଶ୍ଚିତ ଆକ୍ସନ ହେବ।

Odisha Government Protests
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ