Tulsi Planting at Traffic Posts
ଏଣିକି ଟ୍ରାଫିକ ପୋଷ୍ଟରେ ଲାଗିବ ତୁଳସୀ ଗଛ । ଟ୍ରାଫିକ ପୋଷ୍ଟ ନିକଟରେ ଥିବା ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସବୁ ULBକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ କହିଛନ୍ତି, "ସବୁ ଟ୍ରାଫିକ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲଗାଅ ତୁଳସୀ ଗଛ। ଫଳରେ ଟ୍ରାଫିକ ପୋଷ୍ଟରେ ଅଟକୁଥିବା ଯାତ୍ରୀମାନେ ଭଲ ଅକ୍ସିଜେନ୍ ପାଇପାରିବେ। ତୁଳସୀ ଗଛ ଭଲ ଅକ୍ସିଜେନ ଦେଇଥାଏ । ଏବେ ଆମ ପାଇଁ ଅକ୍ସିଜେନ କମି କମି ଚାଲିଛି । ତେଣୁ ତୁଳସୀ ଗଛ ଲାଗିଲେ, ଲୋକେ ଅଧିକ ଅକ୍ସିଜେନ ପାଇପାରିବେ।"
"ତୁଳସୀ ସର୍ବଶ୍ରେଷ୍ଠ । ତୁଳସୀ ଲାଗିଲେ ବାୟୁରେ ଅମ୍ଳଜାନ ମାତ୍ରା ଅଧିକ ରହିବ । ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ସମୟରେ ହଜାର ହଜାର ଗଛ ଲଗାଇବାର ପରିକଳ୍ପନା କରାଯାଇଛି । ସବୁ ULBକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଅଁଳା ଓ ସଜନା ଗଛ ସମେତ ବାରମାସୀ ଶାଗ ଗଛ ବି ଲଗାଯିବ । 'ମା ପାଇଁ ଗଛଟିଏ' ଆହ୍ୱାନରେ ବୃକ୍ଷରୋପଣ କରାଯିବ" ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଜେପି ସରକାର ବର୍ଷ ପୂର୍ତ୍ତି ଅବସରରେ ସହରକୁ ସବୁଜ ସୁନ୍ଦର କରିବାକୁ ନିଷ୍ପତ୍ତି ନିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748949367.jpg)