Advertisment

KIIT Suicide Row: କିଟ୍ ପାଇଁ ବଢ଼ିଲା ଅଡ଼ୁଆ: NHRCଙ୍କ ତଦନ୍ତ ନିର୍ଦ୍ଦେଶ

ଜଣେ ଏସଏସପି ରାଙ୍କର ଅଧିକାରୀ ମାମଲାର ତଦନ୍ତ କରି ୧୦ ମାର୍ଚ୍ଚ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଆଇନ ବିଭାଗର ରେଜିଷ୍ଟ୍ରାର ମଧ୍ୟ କିଟ୍ ବିଶ୍ୱବିଦ୍ୟାଳୟ ଯାଇ ଘଟଣାସ୍ଥଳରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅଦ୍ୟତନ ହୋଇଛି
NHRC

NHRC

Advertisment

କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ବଢ଼ିଲା କିଟ୍ ଅଡ଼ୁଆ। ସରଜମିନ ତଦନ୍ତ ପାଇଁ ଜାତୀୟ ମାନବାଧିକାର କମିଶନ NHRC  ନିର୍ଦ୍ଦେଶ ଦେଇଛନ୍ତି। ଏକ ଟିମ୍ ଗଠନ କରି ଘଟଣାର ସରଜମିନ ତଦନ୍ତ ପାଇଁ କମିଶନ NHRCର ଡିଜି ଇନଭେଷ୍ଟିଗେସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

NHRCଙ୍କ ଇନଭେଷ୍ଟିଗେସନ ଡିଭିଜନ୍ ଓ ଲ ଡିଭିଜନର ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରିବ। ତଦନ୍ତ ପରେ ଆସନ୍ତା ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆଇନ ବିଭାଗର ରେଜିଷ୍ଟ୍ରାର ଏହି ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବେ। NHRCର ଇନଭେଷ୍ଟିଗେସନ ଡିଭିଜନର ଦୁଇ ଜଣ ଅଧିକାରୀଙ୍କୁ ନେଇ ଏହି ଟିମ୍ ଗଠନ ହେବ। ଯେଉଁଥିରେ ଜଣେ ଏସଏସପି ରାଙ୍କର ଅଧିକାରୀ ରହିବେ।

Advertisment

ଅଧିକ ପଢ଼ନ୍ତୁ: କିଟ୍ ପାଇଁ ବଢ଼ିଲା ଅଡୁଆ,ରିପୋର୍ଟ ମାଗିଲା UGC

କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ଏହି ବିଶ୍ୱବିଦ୍ୟାଳୟ ବିରୋଧରେ ଏକାଧିକ ଅଭିଯୋଗ ମାନବାଧିକାର କମିଶନରେ ହୋଇଥିଲା।...କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ଯେ, କିଟ୍ ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ରୀ ତାଙ୍କ ପୂର୍ବତନ ପୁରୁଷ ବନ୍ଧୁ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ। ତାଙ୍କ ଅଭିଯୋଗକୁ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ସମ୍ପର୍କ ଅଫିସର (ଆଇଆରଓ) ଅଣଦେଖା କରିଥିଲେ। ଫଳ ସ୍ୱରୂପ ନେପାଳୀ ଛାତ୍ରୀ ଜଣକ ନିଜର ଜୀବନ ହାରିଥିଲେ। ଘଟଣାକୁ ନେଇ ନ୍ୟାୟ ଦାବି କରୁଥିବା ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କୁ କିଟ୍ ଅଧିକାରୀ ଏବଂ ସୁରକ୍ଷା କର୍ମୀ ଗାଳିଗୁଳଜ କରିବା, ଧମକ ଦେବା ସହ ମାଡ ମାରିଥିଲେ।

ସେହିଭଳି କିଟ୍ ଏବଂ କିସ୍ ବିରୋଧରେ ଆଦିବାସୀ ପିଲାଙ୍କୁ ଶୋଷଣ, ମାନବାଧିକାର ଉଲ୍ଲଂଘନ, ବେଆଇନ ଜମି ଅଧିଗ୍ରହଣ କରିବା, କିସ୍ ହଷ୍ଟେଲରେ ଆବଶ୍ୟକତାଠାରୁ ଅଧିକ ଅନ୍ତେବାସୀ ରଖିବା, ମୌଳିକ ସୁବିଧା ନ ରହିବା ଆଦି ଅଭିଯୋଗ ହୋଇଛି। ନିର୍ଯାତନା ଅଭିଯୋଗର ସମାଧାନରେ ବିଫଳ ହେବା ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶୋଷଣରେ ସମ୍ପୃକ୍ତ ନେଇ ଅଭିଯୋଗ ଆସିବା ପେରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ସଂସ୍ଥାର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଥିଲା।

Advertisment

ଏହା ପୂର୍ବରୁ KIIT ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାକୁ ଗୁରୁତ୍ୱର ସହ ନେବା ସହ ରିପୋର୍ଟ ତଲବ କରିଥିଲା UGC। ଛାତ୍ରୀଙ୍କ ମୃତ୍ୟୁ ଓ ପରବର୍ତ୍ତୀ ଘଟଣା କେମିତି ଘଟିଲା ?  ଫେବ୍ରୁଆରୀ ୧୬-୧୭ ରାତିରେ KIITରେ କ’ଣ ଘଟିଥିଲା? କ୍ୟାମ୍ପସରେ ବିକ୍ଷୋଭ, ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଓ ମାଡ ମରାଯାଇ ବାହାର କରାଯିବା ଘଟଣାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲା । ଏ ସଂପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା।

ଅନ୍ୟପକ୍ଷରେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ ପାଇଁ ଦାବି କରିଥିଲା ସୂଚନା ଅଧିକାର ଅଭିଯାନ ବା OSAA। । କିଟ୍ କାହିଁକି ସୂଚନା ଅଧିକାର ଆଇନ ପରିସର ହୋଇନି ବୋଲି ପ୍ରଶ୍ନ କରିଥିଲା?। ଏଥିସହ ପୂର୍ବତନ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କୁ ବି କାଠଗଡ଼ାକୁ ଟାଣିଥିଲା?

ଅଧିକ ପଢ଼ନ୍ତୁ: ଭିସିଙ୍କ ସହ ଭିଡିଓ କଲ, କାନ୍ଦି ପକାଇଲେ ନେପାଳୀ ଛାତ୍ରଙ୍କ ବାପା 

NHRC KIIT KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ