Advertisment

ବେଆଇନ୍ କୋଠାବାଡ଼ି, ୧୯୧ ଆପାର୍ଟମେଣ୍ଟରେ ଚାଲିବ ବୁଲ୍‌ଡୋଜର

୧୯୧ ମାମଲାରେ ନିର୍ମାଣ ଭାଙ୍ଗିବାକୁ ସରକାରଙ୍କ ନିର୍ଦ୍ଦେଶ । ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା ପରେ ଚିନ୍ତାରେ ଗ୍ରାହକ, ସ୍କାନରରେ ବିଲ୍ଡର ।

undefined

Illega Apartment

Advertisment

ସରକାରଙ୍କ ନାକ ତଳେ ଚାଲିଥିଲା ବେଆଇନ କାରବାର ! ନୂଆ ସରକାର ଧରିଲେ ବେଆଇନ୍ ନିର୍ମାଣ । ବିଧାନସଭାରୁ ଆସିଲା ଚମକାଇ ଦେଲା ଭଳି ତଥ୍ୟ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ- BDA ଅଧୀନରେ ହୋଇଥିବା ବେଆଇନ ଆପାର୍ଟମେଣ୍ଟ ଉପରେ ଚାଲିବ ବୁଲଡୋଜର। ବିଲଡରଙ୍କୁ ଅନୁକଂପା ଦେଖାଇ ରାଜଧାନୀରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଶହ ଶହ କୋଠାବାଡ଼ି ମଧ୍ୟରୁ ୧୯୧ଟି ଭାଙ୍ଗିବାକୁ ସରକାରଙ୍କ ନିର୍ଦେଶ।

Advertisment

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ରଖି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଭୁବନେଶ୍ୱରର ୧୯୧ଟି ମାମଲାରେ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଡିଏ ଅଧୀନରେ ବେଆଇନ ଭାବେ ଗଢ଼ି ଉଠିଥିବା ଆପାର୍ଟମେଣ୍ଟ ଓ କୋଠାବାଡ଼ି ନିର୍ମାଣ ବିରୁଦ୍ଧରେ ମୋଟ୍ ୪୯୧ ଟି ମାମଲା ରୁଜୁ ହୋଇଥିଲା। ସେଥିରୁ ୬୩ ଟି ମାମଲା ଖାରଜ ହୋଇଥିବା ବେଳେ ୨୩୭ଟି ମାମଲା ବିଚାରାଧୀନ ରହିଛି।

କେବଳ BDA ନୁହେଁ ବେଆଇନ କୋଠାବାଡ଼ି ନିର୍ମାଣ ବେଳେ BMC ବି ଆଖି ବୁଜି ଦେଇଥିଲା। ଯେଉଁଥିପାଇଁ ବେଆଇନ ନିର୍ମାଣ ନେଇ ୧୪୪୪ ଟି ମାମଲା ରୁଜୁ ହୋଇଥିବା ବେଳେ ୯୯୩ଟି ମାମଲା ଏବେ ବି ବିଚାରଧୀନ ରହିଛି। ଆଉ ସରକାରୀ ଜମିକୁ କିଭଳି ମନଇଚ୍ଛା BMC ଓ BDA ବିଲଡରଙ୍କୁ ଦେଇଛନ୍ତି, ତାହା କିଛି ଦିନ ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗ କରିଥିବା ଚିଠିରୁ ସ୍ପଷ୍ଟ ଜଣାପଡ଼ିଛି । କେଉଁ ପରିସ୍ଥିତିରେ ବିଭାଗର ବିନା ଅନୁମତିରେ ବିଲ୍ଡିଂ ପ୍ଲାନ ଅନୁମୋଦନ କରିଛ ସ୍ପଷ୍ଟୀକରଣ ଦିଅ ବୋଲି କହିଛି ସାଧାରଣ ପ୍ରଶାସନ ବିଭାଗ।

Advertisment

ଆପାର୍ଟମେଣ୍ଟ ଭାଙ୍ଗିବା ପୂର୍ବରୁ ସଂପୃକ୍ତ ଆପାର୍ଟମେଣ୍ଟ ପାଇଁ କିଛି ମାର୍ଗଦର୍ଶିକା ଆସିବ କି? ଯଦି ବେଆଇନ ଆପାର୍ଟମେଣ୍ଟ ଭଙ୍ଗା ହେବ ତେବେ ବିଲଡରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ? ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ କି?

BMC BDA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ