Advertisment

Odisha Fishing Ban: ଲାଗୁହେଲା କଟକଣା; ଆଜିଠୁ ସମୁଦ୍ରରେ ମାଛଧରା ନିଷେଧ

କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ ଦିଆଯାଇଛି। ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗଞ୍ଜାମ, କୁଜଙ୍ଗ, ବାଲେଶ୍ୱର ଓ ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଏନେଇ ଚିଠି କରାଯାଇଛି। ଓଡ଼ିଶା ମେରାଇନ୍ ଫିସିଂ ରେଗୁଲେସନ୍ ଆକ୍ଟ ବା ଓମ୍ଫ୍ରାର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅଦ୍ୟତନ ହୋଇଛି
Fishing

Fishing

Advertisment

ଆଜିଠୁ ଓଡ଼ିଶା ଉପକୂଳ ସମୁଦ୍ରରେ ମାଛଧରା ନିଷେଧ। ଏପ୍ରିଲ ୧୫ରୁ ଜୁନ ୧୪ ଯାଏ, ଅର୍ଥାତ ଆଜିଠୁ ଆଗାମୀ ୬୧ ଦିନ ପାଇଁ ଏହି କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। ପ୍ରଜନନ ସମୟରେ ମାଛ ବଂଶ ବୃଦ୍ଧି ତଥା ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଆଜିଠୁ ଓଡିଶା ଉପକୂଳରେ ୬୧ ଦିନ ଯାଏଁ ମାଛଧରା ବନ୍ଦ

କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ ଦିଆଯାଇଛି। ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗଞ୍ଜାମ, କୁଜଙ୍ଗ, ବାଲେଶ୍ୱର ଓ ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଏନେଇ ଚିଠି କରାଯାଇଛି। ଓଡ଼ିଶା ମେରାଇନ୍ ଫିସିଂ ରେଗୁଲେସନ୍ ଆକ୍ଟ ବା ଓମ୍ଫ୍ରାର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆଇନ ଅମାନ୍ୟ କଲେ ମତ୍ସ୍ୟଜୀବୀଙ୍କୁ ଜେଲ୍ ଓ ଜରିମାନା ଭୋଗିବାକୁ ପଡିପାରେ। ମାଛଧରା ବନ୍ଦ ଦ୍ୱାରା କେବଳ ପାରାଦୀପରେ ପ୍ରାୟ ୭ଶହ ଟ୍ରଲର ମାଛ ଧରିବାରୁ ବଞ୍ଚିତ ରହିବେ ଏବଂ ସେଥିରେ ନିୟୋଜିତ ଥିବା ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ଏବେ ଦୁଇ ମାସ ହାତ ବାନ୍ଧି ବସିବେ ବୋଲି ସୂଚନା ମିଳିଛି।

Advertisment

ମାଛଧରା ବନ୍ଦରରେ ଟ୍ରଲରଗୁଡିକୁ ବାନ୍ଧି, ବିଭିନ୍ନ ଜିଲ୍ଲାରୁ ଆସିଥିବା ମତ୍ସ୍ୟଜୀବୀମାନେ ନିଜ ନିଜ ଘରକୁ ଫେରିବାରେ ଲାଗିଛନ୍ତି। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଏହି ୬୧ ଦିନିଆ ଅଙ୍କୁଶ ଆଜି ଠାରୁ ଲାଗୁ ହେଉଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: କଇଁଛଙ୍କ ସୁରକ୍ଷା ପାଇଁ ମାଛଧରା ଉପରେ ଲାଗିଲା କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ

Advertisment
Paradip Port Fishermen Fishing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ