OSSSC
OSSSC ପରିଚାଳିତ RI, ଅମିନ ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ । ଆଜି ସରକାର ଡାକିଛନ୍ତି ଉଚ୍ଚସ୍ତରୀୟ ବୈଠକ। OSSSC ପରୀକ୍ଷା ପରିଚାଳନାରେ ତ୍ରୁଟି ନେଇ ବୈଠକରେ ହୋଇପାରେ ଆଲୋଚନା। ଅଯୋଗ୍ୟ ସଂସ୍ଥା SIFYକୁ ପରୀକ୍ଷା ଦାୟିତ୍ବରୁ ନିବୃତ କର ଏବଂ ତୁରନ୍ତ ରି-ଏକଜାମ୍ କରିବାକୁ ଆଶାୟୀ ଦାବି ରଖିଛନ୍ତି। RI, ARI, ଅମିନ, SFS, ICDS ସୁପରଭାଇଜର ପରୀକ୍ଷାରେ କ୍ରମାଗତ ବିଭ୍ରାଟକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖିବାକୁ ମିଳିଛି।
ଗତକାଲି ଲୋୟର ପିଏମଜିରେ ରାଲିରେ ଆସି ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ନେତୃତ୍ୱରେ ଗର୍ଜିଥିଲେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ପରୀକ୍ଷାର୍ଥୀ। କାହା ହାତରେ ଥିଲା ଚାକିରି ବିକ୍ରି ହେଉଥିବା ଅଭିଯୋଗ ପ୍ଲାକାର୍ଡ ତ ଆଉ କାହା ହାତରେ ଥିଲା ନୋଟ୍। ପ୍ରତିବାଦ ସ୍ୱରୂପ କିଏ କହୁଥିଲେ ୨୦ ଲକ୍ଷ ଦିଅ, ଚାକିରି ନିଅ ତ ଆଉ କିଏ କହୁଥିଲେ ୧୮ ଲକ୍ଷ ଦିଅ RI ଚାକିରି ନିଅ। ଏପରିକି ଚାକିରି ପାଇଁ କିଡନୀ ଦେବାକୁ ବି ପ୍ରସ୍ତୁତ ବୋଲି କଟାକ୍ଷ କରି କହିଥିଲେ ପରୀକ୍ଷାର୍ଥୀ।
ଅଧିକ ପଢ଼ନ୍ତୁ: ବାତିଲ୍ ହେଲା PGT ଲିଖିତ ପରୀକ୍ଷା, ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ୍
ଏସବୁ ସତ୍ତ୍ୱେ କୌଣସି ସରକାରୀ ପ୍ରତିନିଧି ଆସି ତାଙ୍କ ସହ ଆଲୋଚନା ନକରିବାରୁ ଦିନ ପ୍ରାୟ ଗୋଟାଏ ବେଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମୁହାଁ ହୋଇଥିଲେ ସମସ୍ତେ। ସେଠାରେ ଦୀର୍ଘ ସମୟ ଧରି ପୋଲିସ୍ ଅଟକାଇଥିଲା। ପରେ ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନର ଏକ ପ୍ରତିନିଧି ଟିମ୍ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା ପାଇଁ ଯାଇଥିଲେ ଲୋକସେବା ଭବନ।
ମାଲକାନଗିରିରୁ ମୟୁରଭଞ୍ଜ, ବଲାଙ୍ଗିରରୁ ବାଲେଶ୍ୱର। ରାଜ୍ୟବ୍ୟାପୀ RI, ଅମିନ ପରୀକ୍ଷା ବିଭ୍ରାଟର ଅଭିଯୋଗ। କେଉଁଠି ସପିଂ ମଲରେ ପରୀକ୍ଷା କରାଯାଉଛି ତ ଆଉ କେଉଁଠି କୌଣସି ଭିତ୍ତିଭୂମି ନଥିବା ସାଇବର କାଫେରେ ସରକାରୀ ନିଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରାଯାଉଛି ଖୋଲାମେଲାରେ।ତେବେ ତାମିଲନାଡୁର ଘରୋଇ ସଂସ୍ଥା SIFYକୁ OSSSC ଭଳି ଦାୟିତ୍ୱବାନ ଆୟୋଗ ପରୀକ୍ଷା ପରିଚାଳନା ଦାୟିତ୍ୱ କେମିତି ଦେଲେ ? ସରକାର ବଦଳିଥିଲେ ବି କାହିଁକି ବଦଳିନି ବ୍ୟବସ୍ଥା ବୋଲି ପ୍ରଶ୍ନ କରିଛନ୍ତି ଆଶାୟୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/OSSSC_1728355051.jpg)