Advertisment

ଖୁସି ଖବର ଦେଲେ ରାଜ୍ୟ ସରକାର; ଏଣିକି ସରୋଗାସୀ ପିତୃତ୍ବକୁ ମିଳିବ ୧୫ ଦିନର ଛୁଟି

ରାଜ୍ୟ ସରକାର ସରୋଗାସୀ ପିତୃତ୍ବ ଛୁଟି ବ୍ୟବସ୍ଥା କରିଛନ୍ତି। ଏନେଇ ଅର୍ଥ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।

ଅଦ୍ୟତନ ହୋଇଛି
Odisha Announces Maternity, Paternity Leaves For Surrogacy

maternity paternity leaves

Advertisment

ଏଣିକି ମିଳିବ ସରୋଗାସୀ ପିତୃତ୍ବ ଛୁଟି। ରାଜ୍ୟ ସରକାର ସରୋଗାସୀ ପିତୃତ୍ବ ଛୁଟି ବ୍ୟବସ୍ଥା କରିଛନ୍ତି। ଏନେଇ ଅର୍ଥ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ପୁରୁଷ ସରକାରୀ କର୍ମଚାରୀଙ୍କୁ ୧୫ ଦିନର ପିତୃତ୍ବ ଛୁଟି ମିଳିବ। 

Advertisment

ସନ୍ତାନ ଜନ୍ମର ୬ ମାସ ମଧ୍ୟରେ ୧୫ ଦିନ ପିତୃତ୍ବ ଛୁଟି ନେଇ ପାରିବେ। ସରୋଗେଟ୍ ମା’ ବି ସରକାରୀ କର୍ମଚାରୀ ହୋଇଥିଲେ ସୁବିଧା ପାଇବେ। ୨ଟି ଜୀବିତ ସନ୍ତାନ ଥାଇ ସରୋଗେଟ ମା’ ହେଲେ ୬ ମାସ ମାତୃତ୍ବ ଛୁଟି ମିଳିବ।

ଅଧିକ ପଢ଼ନ୍ତୁ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର; ଅକ୍ଟୋବରରୁ ମିଳିବ ଚାଉଳ ସହ ଗହମ

Advertisment

ଅର୍ଥ ବିଭାଗର ବିଜ୍ଞପ୍ତି ଅନୁସାରେ, ଜଣେ ରାଜ୍ୟ ମହିଳା କର୍ମଚାରୀ ଯଦି ଦୁଇରୁ କମ୍ ଜୀବିତ ସନ୍ତାନ ଥାଇ ‘ସରୋଗେଟ ମା’ ହୁଅନ୍ତି ତା’ହେଲେ ସେ ୧୮୦ଦିନ ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ତେବେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ସରୋଗେସି ଅଧିନିୟମ-୨୦୨୧ର ଧାରା ୪(ଖ)ରେ ପ୍ରଦତ୍ତ ସର୍ତ୍ତଗୁଡ଼ିକ ପୂରଣ କରିବାକୁ ପଡ଼ିବା ଦରକାର । 

ସେହିପରି ଯେଉଁ ମହିଳା କର୍ମଚାରୀ ଦୁଇରୁ କମ୍ ଜୀବିତ ସନ୍ତାନ ଥାଇ ‘କମିଶନିଂ ମଦର’ ହେଲେ ସେ ୧୮୦ଦିନର ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ହେବେ । କମିଶନିଂ ମଦର ଅର୍ଥାତ୍ ଜଣେ ଜୈବିକ ମାତା ଯିଏ ଅନ୍ୟଜଣେ ମହିଳାଙ୍କ ଗର୍ଭରେ ଭ୍ରୁଣ ପ୍ରତିରୋପଣ କରିବା ପାଇଁ ନିଜ ଡିମ୍ବାଣୁ ବ୍ୟବହାର କରନ୍ତି ବୋଲି ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Advertisment

ଅଧିକ ପଢ଼ନ୍ତୁ: ଗାଁ ହେବ ତ ଏମିତି; ନିଶା ସେବନ କଲେ ଦେବାକୁ ପଡ଼ିବ ୫ ହଜାର ଜରିମାନା...

Odisha News Odisha Govt Surrogacy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ