Advertisment

ଅଗ୍ନିବୀରଙ୍କ ପାଇଁ ଖୁସି ଖବର: ପୋଲିସ, ଅଗ୍ନିଶମ ଓ ବନବିଭାଗରେ ମିଳିବ ୧୦% ସଂରକ୍ଷଣ

ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର ।

ଅଦ୍ୟତନ ହୋଇଛି
reservation for Agniveers

reservation for Agniveers

Advertisment

ଅଗ୍ନିବୀରଙ୍କ ପାଇଁ ଖୁସି ଖବର । ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ପୋଲିସ, ଅଗ୍ନିଶମ, ଜଙ୍ଗଲ, ଅବକାରୀ ବିଭାଗରେ ୧୦% ସଂରକ୍ଷଣ ରହିବ । ନିର୍ଦ୍ଧାରିତ ବୟସ ସୀମାକୁ ମଧ୍ୟ ୩ ବର୍ଷ କୋହଳ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି  । ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦିଆଯିବ ।

Advertisment

ସେପଟେ ଗୋପାଳପୁର ବନ୍ଦରର ୯୫% ଅଂଶଧନ ଆଦାନୀ ପୋର୍ଟକୁ ହସ୍ତାନ୍ତର ହେବ। ଓଡ଼ିଶା ଷ୍ଟିଭେଡର୍ସ ହାତରେ ରହିବ ମାତ୍ର ୫% ଅଂଶଧନ। ଆଜି ରାଜ୍ୟ କ୍ୟାବିନେଟରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ସେହିଭଳି ଅନ୍ୟ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ବି କ୍ୟାବିନେଟର ମଂଜୁରୀ ମିଳିଛି। ଓଡ଼ିଶା ବେସାମରିକ ସେବା ପୁନର୍ବାସ ସହାୟତା ନିୟମାବଳି 2020ର ସଂଶୋଧନ କରାଯାଇଛି।

ଅଧିକ ପଢ଼ନ୍ତୁ: ଆପଣଙ୍କ ବୟସ ୭୦ରୁ ଅଧିକ; କେମିତି ପାଇବେ ସ୍ୱାସ୍ଥ୍ୟ ବୀମା ଯୋଜନାର ଲାଭ ? ଜାଣନ୍ତୁ...

Advertisment

ଏଣିକି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ଉପରେ ନିର୍ଭର କରୁଥିବା ବିବାହିତ ଝିଅ ଓ ସାବତ ଝିଅଙ୍କୁ ମଧ୍ୟ ଅନୁକଂପାମୂଳକ ନିଯୁକ୍ତି ମିଳିବ। ପୂର୍ବରୁ ଏହି ନିୟମରେ କେବଳ ଅବିବାହିତ ଝିଅଙ୍କୁ ନିଯୁକ୍ତି ସୁଯୋଗ ମିଳୁଥିଲା।  ସେହିଭଳି ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର ୟୁନିଫର୍ମ ସର୍ଭିସ ନିୟମାବଳି ୨୦୨୪ ପ୍ରଣୟନ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। 

Advertisment

Odisha Government Agniveer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ