• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆସିଲା ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ ତାଲିକା । ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଓ ୨ ଜଣ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ୧୩ ଜଣ ମନ୍ତ୍ରୀ ଶପଥ ନେଇଥିଲେ । ୧୨ ତାରିଖରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆଜି ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ ଓ ଯୋଜନା ଓ ସଂଯୋଜନ ବିଭାଗ ରହିଛି ।

ସେହିପରି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓଙ୍କ ପାଖରେ କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ବିଭାଗ ରହିଥିବାବେଳେ ପ୍ରଭାତୀ ପରିଡ଼ା- ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ବିଭାଗ ରହିଛି।

 

    ମନ୍ତ୍ରୀ     ବିଭାଗ
 ସୁରେଶ ପୂଜାରୀ  ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା 
 ରବି ନାୟକ  ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ
 ନିତ୍ୟାନନ୍ଦ ଗଣ୍ଡ  ବିଦ୍ୟାଳୟ ଓ ଗଣଶିକ୍ଷା, SC/ST ଉନ୍ନୟନ, ସଂଖ୍ୟାଲଘୁ
 କୃଷ୍ଣଚନ୍ଦ୍ର ପାତ୍ର  ଖାଦ୍ୟ ଯୋଗାଣ, ବିଜ୍ଞାନ ଓ ପ୍ରଯୁକ୍ତି
 ପୃଥ୍ୱୀରାଜ ହରିଚନ୍ଦନ  ଆଇନ୍, ପୂର୍ତ୍ତ, ଅବକାରୀ
 ମୁକେଶ ମହାଲିଙ୍ଗ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର
 ବିଭୂତି ଭୂଷଣ ଜେନା  ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି 
 କୃଷ୍ଣଚନ୍ଦ୍ର ମହାପାତ୍ର  ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ
 ଗଣେଶରାମ ସିଂଖୁଣ୍ଟିଆ  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ 
 ସୂର୍ଯ୍ୟବଂଶୀ ସୂରଜ  ଉଚ୍ଚଶିକ୍ଷା, କ୍ରୀଡ଼ା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
 ପ୍ରଦୀପ ବଳସାମନ୍ତ  ସମବାୟ, ହସ୍ତତନ୍ତ
 ଗୋକୁଳାନନ୍ଦ ମଲ୍ଲିକ  ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, MSME
  ସମ୍ପଦ ଚନ୍ଦ୍ର ସ୍ୱାଇଁ  ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

 

ଏମାନଙ୍କ ମଧ୍ୟରୁ ୭ ଜଣ ପ୍ରଥମ ଥର ବିଧାୟକଙ୍କୁ ମିଳିଛି ମନ୍ତ୍ରୀ ପଦ। କେଭିଙ୍କ ବ୍ୟତୀତ ବାକି ସମସ୍ତ ମନ୍ତ୍ରିମଣ୍ଡଳ ସଦସ୍ୟ ପ୍ରଥମ ଥର ମନ୍ତ୍ରୀପଦ ପାଇଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୩ଟି ଜିଲ୍ଲାକୁ ପ୍ରତିନିଧିତ୍ବ ମିଳିଛି। ବଲାଙ୍ଗିର, ଗଞ୍ଜାମ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ସେପଟେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ବିଧାୟିକା ସୁରମା ପାଢ଼ୀ ବିଧାନସଭା ବାଚସ୍ପତି ହେବେ ବୋଲି ସୂଚନା ମିଳିଛି । 

OTV is now on Whatsapp

Join and get latest news update delivered to you via whatsapp

Join Now